ନୀଳଚକ୍ର ରେ ଚିଲ ବସିଥିଲା । ରଥଯାତ୍ରା ରେ ଘଟିଲା ବଡ ଅଘଟଣ । ଅଘଟଣ ପୂର୍ବରୁ ଚିଲ ଦେଇଥିଲା ବଡ ସଂକେତ । ରଥଯାତ୍ରାରେ ଅଘଟଣ ହେବ ବୋଲି ସୁଚାଇ ଦେଇଥିଲା ଚିଲ । ହଁ ଦର୍ଶକ ବନ୍ଧୁ ଠିକ ସେମିତି କିଛି ହୋଇଛି ରଥଯାତ୍ରା ରେ । ଆରମ୍ଭରୁ ଘଟିଥିଲା ବଡ ଅଘଟଣ । ରଥର ଚକା ଫାଟି ଯାଇଥିଲା ଯାତ୍ରା ଆରମ୍ଭ ହେବା ପୂର୍ବରୁ । ଆଉ ଏବେ ଶ୍ରୀ କ୍ଷେତ୍ର ପୁରୀ ରେ ପିଲା ହଜିବା ଠାରୁ ଆରମ୍ଭ କରି ସହ ସହ ଶ୍ରଦ୍ଧାଳୁ ଦଳ ଚକଡା ରେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଅଧା ରାସ୍ତା ରେ ରଥ ଅଟକିଛି ଆଉ ଲୋକ ଆଡକୁ ରଥ ଆପେ ଆପେ ମାଡି ଯାଇଛି । ଏହା ସହ ମହାପ୍ରଭୁ ଉପାସରେ ରହିଛନ୍ତି । ଏମିତି କିଛି ଗୋଟେ ପରେ ଗୋଟେ ଅଘଟଣ ଘଟି ଯାଇଛି ରଥଯାତ୍ରା ଦିନ । କାରଣ କିଛି ଦିନ ତଳେ ନୀଳଚକ୍ର ରେ ଚିଲ ବସିଥିଲା । ସାଧାରଣରେ ଦେଖିବାକୁ ଗଲେ କେବେ ବି ଆଜି ଯାଏଁ ଶ୍ରୀ ମନ୍ଦିର ରେ ପକ୍ଷୀ ମାନେ ଉଡନ୍ତି ନାହି ।
ଆଉ ଯଦି ପକ୍ଷୀ ନୀଳଚକ୍ର ଉପରେ ବସେ ତେବେ କିଛି ଅଘଟଣ ହେବାକୁ ଯାଉଛି ବୋଲି ପୂର୍ବ ସଂକେତ ମିଳିଥାଏ । ଠିକ ଯେମିତି ରଥଯାତ୍ରାର 4 ଦିନ ପୂର୍ବରୁ ଘଟି ଥିଲା ବଡ ଅଘଟଣ । ସରେ ମନ୍ଦିରରେ ଚିଲ ବସିଥିଲା ନୀଳଚକ୍ର ଉପରେ । ଆଉ କିଛି ସମୟ ବସି ଚିଲ ପୁଣି ଉଡି ଯାଇଥିଲା । ଯାହାକୁ ଦେଖି ଅନେକ କେହି ଅନୁମାନ କରି ସାରିଥିଲେ କି କିଛି ବିଘ୍ନ ହେବାକୁ ଯାଉଛି ।
ଆଉ ଯେବେ ରଥଯାତ୍ରା କୁ ଥିଲା ମାତ୍ର 3 ଦିନ ସେତେବେଳେ ଦେବୀ ସୁଭଦ୍ରା ଙ୍କ ରଥ ଚକାରେ ଫାଟ ପଡିଥିଲା । ରଥଯାତ୍ରା ଦିନ ଛେରା ପହରା ପରେ ଯେବେ ରଥ ଟଣା ଆରମ୍ଭ ହୋଇଥିଲା ସେତେବେଳେ ଦଳା ଚକଡା ବି ଆରମ୍ଭ ହୋଇଥିଲା । ଆଉ ସେହି ସମୟରେ 500ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ଯାଇଛନ୍ତି । ସେପଟେ ସୁଭଦ୍ରା ଙ୍କ ରଥ ଆଗକୁ ମାଡି ଚାଲିଲା ।
ବିଲକୁଲ ସିଧା ଗଡିଲା ନାହିଁ । ନନ୍ଦିଘୋଷ ରଥ ବି ବଡଦାଣ୍ଡ ରେ ଅଟକି ରହିଲା । ଆଗକୁ ଗଡିଲା ନାହିଁ । ଯେଉଁଥି ପାଇଁ ରଥ ଗୋଟେ ଦିନରେ ଶରଧା ବାଲିରେ ପହଞ୍ଚି ପାରି ନ ଥିଲା । ବିଘ୍ନ ଏତିକିରେ ସଋ ନ ଥିଲା ଯେବେ ଶରଧା ବାଲିରେ ରଥ ଯାଇ ପହଞ୍ଚି ଥିଲା ସେଠାରେ ଭୋକ ଉପାସ ରେ ମହାପ୍ରଭୁ ।
ନୀତି ବିଳମ୍ବ ହେବାରୁ ଭୋଗ ଲାଗିପାରି ନ ଥିଲା ଯାହା ପାଇଁ ମହାପ୍ରଭୁ ଭୋକ ରେ ଆଉଟୁ ପାଉଟୁ ହୋଇଥିଲେ । ଯଦି ଦେଖିବା ଏମିତି କେବେ ହେଲେ ପୂର୍ବରୁ ହୋଇ ନ ଥିଲା । ଏଭଳି ଅଘଟଣ କୁ ମନ୍ଦିର ଉପରେ ଚିଲ ବସିବା ଘଟଣା ସହ ଯୋଡା ହେଉଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।