ଅଜବ ଶ୍ଵଶୁର ଙ୍କ ଗଜବ ସର୍ତ୍ତ । କାନ ମୁଣ୍ଡା ଆଉଁସି ଶିଶୁପାଳ ହୋଇ ଫେରି ଆସିଲା ବର । ହଁ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଅନେକ ବାହାଘର ଦେଖିଥିବେ । ହେଲେ ଏପରି ଅଜବ ବାହାଘର ଏବେ ଦେଖି ନ ଥିବେ କି ଶୁଣି ନ ଥିବେ । ଯେଉଁ ବାହାଘର ବିଷୟରେ ଶୁଣିଲେ ଆଉ ଜାଣିଲେ ଆପଣ ନିଶ୍ଚୟ ଆବାକ ହୋଇଯିବେ । ଏଠାରେ ସୁରୁଖୁରୁ ରେ ବାହାଘର ଶେଷ ହେଲା ସତ ବିଦାୟ ବେଳେ ଘଟିଲା କିଛି ଏମିତି ।
ଯାହାକୁ ଶୁଣିବା ପରେ ଖାଲି ବର ପକ୍ଷ ନୁହେଁ ବରଂ ଅତିଥି ମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିଦାୟୀ ବେଳେ କନ୍ୟା ଙ୍କ ପିତା ବର ଆଗରେ ଏମିତି 3ଟି ଅଜବ ସର୍ତ୍ତ ରଖିଥିଲେ ଯାହାକୁ ଶୁଣିବା ପରେ ବର ର ହୋସ ଉଡି ଯାଇଥିଲା । ସୂଚନା ଅନୁଯାୟୀ ଝାନ୍ସି ଜିଲ୍ଲା ବାରୁଆ ସାଦର ପୋଲିସ ଷ୍ଟେସନ ଅନ୍ତର୍ଗତ ସେନୋଓର ଅଞ୍ଚଳର ମାନବିନ୍ଦ ସେନ ଙ୍କ ସହ କୁରସରିଆ ବାସିନ୍ଦା ଜ୍ଯୋତି ଙ୍କ ବିବାହ ସ୍ଥିର ହୋଇଥିଲା ।
ଜୁନ 6 ତାରିଖରେ ଉଭୟଙ୍କର ବିବାହ ହେବା ପାଇଁ ସ୍ଥିର ହୋଇଥିଲା । ବିବାହ ଦିନ ବାଣ ଫୁଟାଇ ବରଯାତ୍ରୀ ଙ୍କୁ ସାଙ୍ଗରେ ଧରି କନ୍ୟା ଙ୍କ ଘରେ ପହଞ୍ଚି ଥିଲେ ବର ଓ ତାଙ୍କ ପରିବାର ଲୋକେ । ତା ପରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ । ନାଚ ଗୀତ ସହ ବେଶ ଧୂମ ଧାମରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ କ୍ରମ । ସମସ୍ତ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଏହା ପରେ କନ୍ୟା ବିଦାୟୀ ସମୟ ଆସିବା ପରେ ବର ପକ୍ଷ ବିଦାୟୀ ନେଇ ପ୍ରସ୍ତୁତି କରିଥିଲେ । ଠିକ ଏହି ସମୟରେ କନ୍ୟା ର ପିତା ରଖିଥିଲେ ଏପରି 3ଟି ସର୍ତ୍ତ । ପ୍ରଥମ ସର୍ତ୍ତ ହେଉଛି ବର ଓ କନ୍ୟା ଙ୍କ ମଧ୍ୟରେ କେବେ ହେଲେ ଶାରୀରିକ ସମ୍ପର୍କ ରହିବ ନାହିନ । ଦ୍ଵିତୀୟ ସର୍ତ୍ତ ଟି ହେଉଛି ଜ୍ଯୋତି ଙ୍କ ସାନ ଭଉଣୀ ତାଙ୍କ ସହ ଶାଶୁଘରେ ରହିବ ।
ତୃତୀୟ ସର୍ତ୍ତ ହେଉଛି ବାପା ଯେ କୌଣସି ସମୟରେ ଝିଅର ଶାଶୁଘରକୁ ଯିବା ଆସିବା କରି ପାରିବେ । ତାଙ୍କୁ ଏଥିଲାଗି କେହି ବି ଅଟକାଇ ପାରିବେ ନାହିଁ । କନ୍ୟା ଙ୍କ ପିତା ଙ୍କ ସର୍ତ୍ତ ଶୁଣିବା ପରେ ଏହାକୁ ଗ୍ରହଣ କରିବାକୁ ମନା କରିଥିଲେ ବର ପକ୍ଷ । ଏହା ଶୁଣି ଜ୍ଯୋତି ରାଗରେ ତମତମ ହୋଇ ଶାଶୁଘରକୁ ନ ଯାଇ ବାପଘରକୁ ଚାଲି ଯାଇଥିଲେ ।
ତେବେ ଜ୍ଯୋତି ଙ୍କ ବାପା ଏଭଳି ସର୍ତ୍ତ କାହିଁକି ରଖିଥିଲେ ସେ ନେଇ କିଛି ସୂଚନା ପାରି ନାହିଁ। ଏମିତିକି ପୋଲିସ ନିକଟରେ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଏପଟେ ବର କାନ ମୁଣ୍ଡା ଆଉଁସି ଘରକୁ ଶିଶୁପାଳ ହୋଇ ଫେରିଥିବା ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।