ଅଟୋ ରେ ଏସି କୁଲର । ଥଣ୍ଡା ଥଣ୍ଡା କୁଲ କୁଲ ପବନ ବାହାରୁଛି । ଆରାମରେ ବସି ଯାତ୍ରା କରୁଛନ୍ତି ଯାତ୍ରୀ । ଖାଲି କୁଲର ଲାଗିଛି ତାହା ନୁହେଁ ବରଂ ଫ୍ୟାନ ସହ ଲାଗିଛି ଟିଭି । ଆଉ ଏମିତି ଅତ୍ୟାଧୁନିକ ଅଟୋ ରେ ବସି ଆରାମଦାୟକ ଯାତ୍ରା କରୁଛନ୍ତି ଯାତ୍ରୀ । ହଁ ଦର୍ଶକ ବନ୍ଧୁ ଦେଖିବାକୁ ସାଧାରଣ ଅତି ପରି ହୋଇଥିଲେ ବି ଏହା ଅସାଧାରଣ । କାରଣ ଏହି ଅଟୋ ରେ ପୁରା ଡିଲକ୍ସ ଗାଡି ର ସୁବିଧା ମିଳୁଛି । ତେଣୁ ଏହି ଅଟୋରେ ବସିବାକୁ ଲୋକଙ୍କର ପ୍ରବଳ ଇଚ୍ଛା ଦେଖା ଯାଉଛି ।
ଏ ହେଉଛି ଗଞ୍ଜାମ ବେଲଗୁଣ୍ଠା ର ଜିତେନ୍ଦ୍ର ବରାଳ । ଗତ 6 ବର୍ଷ ହେବ ଅଟୋ ଚଲାଇ ନିଜ ପରିବାରର ପୋଷଣ କରିଥାନ୍ତି । ହେଲେ ଏବେ ସହରରେ ପ୍ରବଳ ମାତ୍ରାରେ ଗରମ ବଢିବାରୁ ବ୍ୟବସାୟ ତାଙ୍କର ଧିମା ହୋଇ ଯାଇଛି । ତେଣୁ କେମିତି ନିଜ ଅଟୋରେ ଯାତ୍ରୀ ଙ୍କ ସଂଖ୍ୟା ବଢିବ ସେ ନେଇ ଚିନ୍ତା କରିଲେ । ଖାଲି ଚିନ୍ତା କରିଲେ ତାହା ନୁହେଁ ବରଂ ୟୂଟ୍ଯୂବ ଦେଖିବା ପରେ ଅଟୋରେ କୁଲର ଲଗାଇ ଅତ୍ୟାଧୁନିକ କରିବାକୁ ଚେଷ୍ଟା କରିଲେ ।
ୟୂଟ୍ଯୂବ ଦେଖିବା ପରେ ବଡ ପ୍ଲାଷ୍ଟିକ ଜାର କୁ କାଟି ସେଥିରେ ମୋଟୋର ଓ ପଙ୍ଖା ସଂଯୋଗ କରି ଚାରି ପଟେ ବେଢା ଚିହ୍ନ ଲଗାଇ କୁଲର ତିଆରି କରିଲେ । ତେଣୁ ଯେଉଁ ମାନେ ଅଟୋରେ ବସି ଯାତ୍ରା କରିଲେ ସେମାନେ ଥଣ୍ଡା ପବନ ଖାଇଲେ । ସବୁଠାରୁ ବଡା ଆଶ୍ଚର୍ଯ୍ୟ କଥା କି ଏହି ଅଟୋ ରେ ଅଟୋ ସିଟ ବଦଳରେ କାର ସିଟ ଲାଗିଛି । ଖାଲି ସେତିକି ନୁହେଁ ବରଂ ଯାତ୍ରୀ ମାନଙ୍କର ମନୋରଞ୍ଜନ ପାଇଁ LED ଟିଭି ର ବ୍ୟବସ୍ଥା ମଧ୍ୟ ହୋଇଛି ।
ଏବେ ବେଲଗୁଣ୍ଠା ଅଞ୍ଚଳରେ ଅତ୍ୟାଧୁନିକ ଅଟୋ କୁ ଚର୍ଚ୍ଚା ଜୋର ଧରିଛି । ସ୍ଥିତି ଏମିତି ହେଲାଣି ଯେ ତାଙ୍କ ଅଟୋ ରେ ଯିବାକୁ ଲୋକ ମାନେ ଫୋନ କରି ବୁକ କରୁଛନ୍ତି ଯେମିତି ଓଲା ବୁକ ହୁଏ । ଜିତେନ୍ଦ୍ର ସ୍ବଭାବରେ ଜଣେ ଭଲ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ଅଟୋ ରେ ଯାତ୍ରା କରିବାକୁ ଏବେ ଲୋକଙ୍କର ଗହଳି ଦେଖିବାକୁ ମିଳୁଛି ଆଉ ଆଗ୍ରହ ମଧ୍ୟ ।
ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଏ ଅଟୋ ରେ ଯାତ୍ରୀ ମାନେ ମାଗଣା ରେ ମଧ୍ୟ ଯାତ୍ରା କରୁଛନ୍ତି । ଅନେକ ସମୟରେ ଆମେ ମାନେ ଅଟୋ ରେ ଯାତ୍ରା କରିଛୁ । ହେଲେ ଜିତେନ୍ଦ୍ର ଙ୍କ ଅଟୋ ରେ ଯାତ୍ରା କରିବାର ମଜା କିଛି ଅଲଗା ପ୍ରକାରର ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଜିତେନ୍ଦ୍ର ଙ୍କ ଏଭଳି ଅତ୍ୟାଧୁନିକ ଅଟୋ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।