ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବେଲପତ୍ର ଭଗବାନ ଶିବଙ୍କର ବହୁତ ହିଁ ପ୍ରିୟ ହୋଇଥାଏ । ବେଲପତ୍ରର ଧାର୍ମିକ ଫାଇଦା ସହ ସ୍ଵାସ୍ଥଗତ ଫାଇଦା ମଧ୍ୟ ରହିଥାଏ । ତେବେ ଚାଲନ୍ତୁ ବେଲପତ୍ରରେ ରହିଥିବା ସେହି ସ୍ଵାସ୍ଥଗତ ଚମତ୍କାରୀତ ସମ୍ପର୍କରେ ଆଲୋଚନା କରିବା । ଯେଉଁ ମାନଙ୍କର ପେଟରେ ଗ୍ଯାସ, ଏସିଡିଟି ଭଳି ସମସ୍ଯା ସବୁ ସମୟରେ ଲାଗି ରହୁଥାଏ । ସେହି ବ୍ୟକ୍ତି ମାନେ ବେଲପତ୍ରର ତ ନିହାତି ସେବନ କରିବା ଉଚିତ ।
ଯଦି ସେହି ବ୍ୟକ୍ତି ମାନେ ସକାଳୁ ସକାଳୁ ଖାଲି ପେଟରେ ୪ ରୁ ୫ ଟି ବେଲପତ୍ର ୨ ରୁ ୩ ଦିନ ଲଗାତାର ଚୋବାଇ ଖାଇ ଦିଅନ୍ତି । ତେବେ ତାହା ତାଙ୍କ ପେଟରେ ଉପୁଜୁଥିବା ଗ୍ଯାସ, ଏସିଡିଟି ସମସ୍ଯାକୁ ମୂଳରୁ ଖତମ କରିଥାଏ । ଯଦି କୌଣସି ବ୍ୟକ୍ତିକୁ କେବେ ମହୁମାଛି କାମୁଡି ଥାଏ । ତେବେ ସେହି ସ୍ଥାନରେ ଫଳିଯିବା ସହ ଅଧିକ ଯନ୍ତ୍ରଣା ମଧ୍ୟ ଅନୁଭୂତ ହେଉଥାଏ । ରେବେ ସେହି ସ୍ଥାନରେ କିଛି ବେଲପତ୍ର ଆଣି ତାହାକୁ ବାଟି ତା’ ରସକୁ ସେହି ସ୍ଥାନରେ ଲଗାଇ ଦିଅନ୍ତୁ ।
ଦେଖିବେ କିଛି ସମୟ ମଧ୍ୟରେ ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ମିଳିବ । ଯେଉଁ ମାନଙ୍କର ହାର୍ଟଆଟାକ କିମ୍ବା ବ୍ଲଡ଼ପ୍ରେସର ଭଳି ସମସ୍ଯା ରହୁଥାଏ । ସେହି ଲୋକ ମାନେ ବେଳପତ୍ରର କାଢା ତିଆରି କରି ତାହାର ସେବନ କରନ୍ତୁ। ବେଲପତ୍ରର କାଢା ପିଇବ ଦ୍ଵାରା ହାର୍ଟ ସୁସ୍ଥ ରହିଥାଏ । ଯେଉଁ ଲୋକ ମାନଙ୍କର ପେଟ ଗରମ କାରଣରୁ ମୁହଁରେ ଶିତୁଳିଆ ବାହାରି ଯାଇଥାଏ । ତେବେ ୨ ରୁ ୩ ଟି ବେଲପତ୍ର ସକାଳୁ ଖାଲି ପେଟରେ ଚୋବାଇ ଖାଇ ଦିଅନ୍ତୁ ।
ଯେଉଁ ମାନେ ଶ୍ଵାସକ୍ରିୟା ସମସ୍ଯାରେ ପୀଡିତ ଅଛନ୍ତି । ସେମାନେ ସେମାନେ କିଛି ବେଲପତ୍ର ଆଣି ତାହାକୁ ପାଣିରେ ଧୋଇ ଦେଇ ସେଥିରେ କିଛି ପାଣି ମିଶାଇ ତାହାକୁ ବାଟି ଦିଅନ୍ତୁ । ତାପରେ ସେଥିରୁ ରସ ବାହାର କରି ତାହାର ସେବନ କରନ୍ତୁ । ଏହା ଶ୍ବାଶ ବା ଆସଥ୍ମା ସମସ୍ଯାକୁ ଦୂର କରିଥାଏ । ବେଲପତ୍ର ରସରେ ଯଦି ଅଳ୍ପ ମହୁ ମିଶାଇ ତାହାର ସେବନ କରନ୍ତି ।
ତେବେ ନୀତିଦିନ ପ୍ରାୟ ସମୟରେ ଲାଗି ରହୁଥିବା ଥଣ୍ଡା, କାଶ ଜନିତ କଷ୍ଟରୁ ମୁକ୍ତି ମିଳିଥାଏ । ଦିନକୁ ୩ ରୁ ୪ ଚାମଚ ଏହି ରସର ସେବନ କରନ୍ତୁ । ଦିନ ୧୨ ଟା ପରେ ବେଲପତ୍ର ଗଛରୁ ତୋଳନ୍ତୁ ନାହିଁ । ଯଦି ବେଲପତ୍ରର କୌଣସି ଉପଚାର କରିବା ପାଇଁ ଚାହୁଁଥାନ୍ତି ।
ତେବେ ବେଲପତ୍ର ତୋଳି ଆଣି ତାହାକୁ ଧୋଇ ପ୍ରଭୁ ଶିବଙ୍କୁ ଅର୍ପଣ କରି ସେହି ପତ୍ରକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ଏହାର ଅଧିକ ଲାଭପ୍ରଦ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ