ବାପା ତୁମକୁ ମାରିବା ସହ ମୋତେ ବି ଥାନା ଅଧିକାରୀ ଅତ୍ୟାଚାର କରିଲେ । ଏସବୁ ମୁଁ ସହିପାରୁନି । ବାପା ମୁଁ ଯାଉଛି ଅଫେରା ରାଇଜକୁ । ମୋତେ ଯେତେ ଖୋଜିଲେ ବି ମୁଁ ଆସିବି ନାହିଁ । ମୁଁ ଆଉ ଏ ଅତ୍ୟାଚାର ଦେଖି ସହିପାରୁନି ବାପା । ମୁଁ ଗଲା ପରେ ତମେ ଭାଙ୍ଗି ପଡିବନି ।
ତମେ ନିଜେ ସମ୍ଭାଳିବା ସହ ମୋ ପରିବାରକୁ ସମ୍ଭାଳିବ । ମଙ୍ଗଳପୁର ଥାନା IIC ଙ୍କ ଅତ୍ୟାଚାର ଆଉ ସହିପାରୁନି । ଆଉ ଶେଷରେ ଏମିତି ସ୍ଟେପ ନେଉଛି ବାପା । ମୁଁ ତୁମକୁ ବହୁତ ଭଲ ଆପେ । ଆଇ ମିସ ୟୁ ବାପା । ଏମିତି କିଛି କହି ବାପା-ମା ଙ୍କୁ ଛାଡି ଚାଲିଯାଇଛି ଭେଣ୍ଡିଆ ପୁଅ ।
ବନ୍ଧୁଗଣ ଯାଜପୁର ଜିଲ୍ଲା ମଙ୍ଗଳପୁରରେ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଅର୍ଥ ପାଇଁ ହଇରାଣ କରୁଛନ୍ତି ମଙ୍ଗଳପୁରର IIC ରୀନା ରାଣୀ ସାହୁ । IIC ହତ୍ୟା ହେଉ, ଦୁଷ୍କର୍ମ ହେଉ, ଯୌତୁକ ନିର୍ଯ୍ୟାତନା ଭଳି କେସ ହେଉ ଲାଞ୍ଚ ନ ନେଲେ କିଛି ବୁ ଶୁଣୁ ନାହାନ୍ତି ।
ପୂର୍ବ ପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ରୀନା ରାଣୀ ଏବେ ପୁଣି ଘଟଣାର ପୁନରାବୃତ୍ତି କରୁଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ କଇଁଆ ପଞ୍ଚାୟତ ମଲ୍ଲିପୁର ଗାଁର ଉଗ୍ରସେନା ବାରିକଙ୍କ ପାଉ ସରୋଜ ବାରିକଙ୍କ ଉପରେ ଅତ୍ୟାଚାର କରିବାରୁ ସେ ନିଜ ଜୀବନ ହାରି ଦେଇଛନ୍ତି ।
ତାଙ୍କ ଭଉଣୀଙ୍କ କଥା କହିବା ଯେ ଘରେ ପଶି ବାପା-ମା ଙ୍କୁ ମାରି ଦେଇଥିଲେ । ଆଉ ସେହି IIC ଭାଇ ର ଜୀବନ ନେଇଯାଇଛି । ଆମକୁ ନ୍ୟାୟ ଦରକାର । ସରୋଜଙ୍କ ଘରେ ପଶି ବାଡାବାଡି କରିବା ସହ ସରୋଜଙ୍କ ବାପାକୁ ଥାନାକୁ ଆଣି ମାରପିଟ କରିବା ସହ ଅସଭ୍ୟ ଗାଳି ଗୁଲଜ କରିଥିଲେ ରୀନା ରାଣୀ ।
ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ସମସ୍ତେ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଭଳି ଘଟଣା କୌଣସି ପ୍ରେମ କାରଣରୁ ନାହିଁ । ଥାନା ଅଧିକାରୀ IIC ମୃତ ଯୁବକଙ୍କ ବାପା-ମା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଛନ୍ତି ଯାହାକୁ ସହି ନ ପାରି ଯୁବକ ଜଣକ ଜୀବନ ହାରି ଦେଇଛନ୍ତି ।
ଏଥିପାଇଁ ମଙ୍ଗଳପୁର IIC ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକଙ୍କ କହିବା ଅନୁଯାୟୀ ତାଙ୍କୁ ଥାନାକୁ ନେଇ ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଉ ଥାନାରେ ପାଣି ଟୋପେ ବି ଦେଇ ନ ଥିଲେ ।
ବିଳମ୍ବିତ ରାତିରେ ତାଙ୍କ ପୁଅ ଜୀବନ ଦେଇଛି ଆଉ ସେଥିପାଇଁ ଦାୟୀ 3 ଜଣଙ୍କୁ କହିଛନ୍ତି । ଲୋକଙ୍କ ଦାବୀକୁ ନେଇ ସମାଧାନ କରାଯିବା ସହ ଏହି ଘଟଣାକୁ ନେଇ ଜୋରଦାର ତଦନ୍ତ କରାଯିବ ଆଉ ଦଣ୍ଡ ଦିଆଯିବ ବୋଲି ଅନ୍ତରିକ୍ଷ ଅଧିକାରୀ ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।