2 ଲକ୍ଷ ଟଙ୍କିଆ ରଙ୍ଗିଲା ଆମ୍ବ, କାହିଁକି ଏହାର ଦାମ ଏତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଗ୍ରୀଷ୍ମ ଋତୁ ଚାଲିଛି । ଆଉ ଏହି ସମୟରେ ଆମ୍ବ ର ଚାହିଦା ଅଧିକ ରହିଥାଏ । ଆମ୍ବ ଖାଇବାକୁ ଲୋକ ମାନେ ଚାତକ ଭଳି ଅନାଇ ବସିଥାନ୍ତି । କାରଣ ଗ୍ରୀଷ୍ମ ଋତୁ ରେ ଆମ୍ବଚାଷ ଦେଖିବାକୁ ମିଳିଥାଏ । ଆଉ ମିଠା ମିଠା ଆମ୍ବ ଖାଇବାକୁ କିଏ ବା ନ ଇଚ୍ଛା କରେ । ତେବେ ଦେଶୀ ଓ ବିଦେଶୀ ଆମ୍ବ ମଧ୍ୟରେ ଅନେକ ଫରକ ରହିଥାଏ । ଆଉ ଲୋକ ମାନେ ଦେଶୀ ଆମ୍ବ ଖାଇବାକୁ ବିଶେଷ ଭାବେ ପସନ୍ଦ କରିଥାନ୍ତି । କିନ୍ତୁ ଆମ୍ବ କୁ ନେଇ ଏମିତି ଏକ ଖବର ସୋସିଆଲ ମିଡିଆରେ ପ୍ରସାର ହୋଇଛି ଯାହାକୁ ଜାଣିଲେ ଆପଣ ବି ନିଶ୍ଚୟ ସେହି ଆମ୍ବ ଖାଇବାକୁ ଇଚ୍ଛା କରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ଭାଇରାଲ ହୋଇଥିବା ଭିଡିଓ ରେ ନଜର ଆସୁଛି କି ଗଛରେ ଫଳିଛି ରଙ୍ଗିଲା ଆମ୍ବ । ଦେଶୀ ନୁହେଁ ବିଦେଶୀ ଆମ୍ବ । ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ପାଟିକୁ ସେମିତି ସୁଆଦିଆ ଲାଗିବ । ଏହାର ନାଁ ମ୍ୟାଜାକି ଆମ୍ବ । ଜାପାନୀ ଜାତିର ଏହି ଆମ୍ବରେ ରହିଛି ଅନେକ ଔଷଧୀୟ ଗୁଣ । ବିଭିନ୍ନ ପ୍ରକାର ର ଭିଟାମିନ, ଶର୍କରା, ପୋଲିକ ଏସିଡ ଭଳି ଅନେକ ଗୁଣ ରହିଛି । ସେଥିପାଇଁ ତ ଭାରତ ଠାରୁ ଅଧିକା ବିଦେଶୀ ମାଟି ରେ ରହିଛି ଅନେକ ଚାହିଦା ।

ଆଉ ଏହାର ମୂଲ୍ୟ ଜାଣିଲେ କାହାର ବି ହୋସ ଉଡିଯିବ । ଏହି ଆମ୍ବ ଫଳାଇ ବିଦେଶୀ କୁ ପଠାଇ କେଜି ପିଛା 2 ଲକ୍ଷ ଟଙ୍କା ଯାଏଁ ଆୟ କରୁଛନ୍ତି ପାଇଥମାଏ ନୀଲାକାର ଗାଁ ର ଫଳ ଚାଷୀ ଚନ୍ଦ୍ର ବାବୁ ସତ୍ୟ ନାରାୟଣ । ବର୍ଷ ବର୍ଷ ଧରି ଧାନ ଚାଷ କରୁଥିଲେ ମଧ୍ୟ ବିଶେଷ ସଫଳତା ମିଳି ନ ଥିଲା । କିନ୍ତୁ କିଛି ବର୍ଷ ହେବ ବିଭିନ୍ନ ପ୍ରକାରର ଫଳ ଚାଷ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି ଚନ୍ଦ୍ର ବାବୁ । ତାଙ୍କ ସହ ତାଙ୍କ ପୁଅ ମଧ୍ୟ ଏଥିରେ ସହଯୋଗ କରି ଆସୁଛନ୍ତି ।

ବାପା ଙ୍କ ସହ ମିଶି ଆଇସ ବକ୍ସ ଓ ପେନ ଙ୍କିଙ୍ଗ ଲିଙ୍କ ଭଳି ପ୍ରଜାତି ର ଆମ୍ବ 2ଟି କିସମର ୱାଟର ଫୁଲ, ଇଜରାଲ ପ୍ରଜାତିର ମୋସୁମୀ ଆଦି ଫଳୁଛି । ଯାହା ଅନ୍ୟ ଚାଷୀ ଙ୍କୁ ଏଥିପ୍ରତି ଆକର୍ଷିତ କରୁଛି । ଏବେ ଦେଖିବାକୁ ବାକି ରହିଲା ଏଭକି ଭିନ୍ନ ଚିନ୍ତାଧାରା ଅଞ୍ଚଳ ବାସୀ ଙ୍କ ପାଇଁ ଆଗାମୀ ଦିନ ରେ କେତେ ପ୍ରେରଣା ଦେଉଛି ।ତା  ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।