ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ନିଜ ଫିଲ୍ମ କ୍ୟାରିଅରରେ ଗୋଟିଏ ରୁ ବଳି ଗୋଟିଏ ଫିଲ୍ମ ଦେଇଛନ୍ତି ଯାହା ମଧ୍ୟରୁ ଫିଲ୍ମ ଧଡକନ ବ୍ଲକବଷ୍ଟର ଅଟେ । ଏହି ଫିଲ୍ମଟିକୁ ସମସ୍ତେ ନିଶ୍ଚୟ ଥରେ ଦେଖିଥିବେ । ଏହି ଫିଲ୍ମର ଷ୍ଟୋରି ଠାରୁ ଆକଟିଂ ପର୍ଯ୍ୟନ୍ତ ସବୁ କିଛି ପରଫେକ୍ଟ ଥିଲା, କିନ୍ତୁ ଆଜି ଶିଲ୍ପା ସେଟ୍ଟୀଙ୍କର ଏହି ଫିଲ୍ମ ପାଇଁ ଗୋଟିଏ ପଶ୍ଚାତାପ ରହିଯାଇଛି , ଯାହା ବିଷୟରେ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କି ଆଜି ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।
ଶିଲ୍ପା ସେଟ୍ଟୀ ବଲିଉଡରେ ବହୁତ ନାମ କମାଇଛନ୍ତି, ସେ କେବଳ ତାଙ୍କର ଆକଟିଂର ଜାଦୁ ଦେଖାଇ ନାହାନ୍ତି ବରଂ ଲୋକଙ୍କ ହୃଦୟରେ ମଧ୍ୟ ରାଜ କରିଛନ୍ତି । ଆଜି ଶିଲ୍ପା ସେଟ୍ଟୀ ଫିଲ୍ମ ନ କରୁଥିଲେ ମଧ୍ୟ କିନ୍ତୁ ଛୋଟ ପରଦାରେ ଦେଖା ଯାଉଛନ୍ତି ଓ ଏହା କାରଣ ଅଟେ କି ସେ ଆଜି ବି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।
ମୁଁ ବହୁତ ରିଜେକ୍ସନ ସହିଛି – ଶିଲ୍ପା ସେଟ୍ଟୀ
ଶିଲ୍ପା ସେଟ୍ଟୀ କହିଛନ୍ତି କି ପ୍ରଥମରୁ ମୋତେ ବହୁତ ରିଜେକ୍ସନ ସହିବାକୁ ପଡିଥିଲା । ଶିଲ୍ପା ସେଟ୍ଟୀ ନିଜର ଫିଲ୍ମ କ୍ୟାରିଅର ଶାହରୁଖ ଙ୍କ ଫିଲ୍ମ ବାଜିଗର ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମ ତାଙ୍କ ପାଇଁ ବହୁତ ମହତ୍ତ୍ଵ ରଖିଥିଲା କାରଣ ତାଙ୍କର ପ୍ରଥମ ଫିଲ୍ମ ଯାହା ହିଟ ହୋଇଥିଲା । କିନ୍ତୁ ତାଙ୍କ ମନରେ ଆଜି ପର୍ଯ୍ୟନ୍ତ ଗୋଟିଏ ଦୁଃଖ ଅଛି ଯାହାକୁ ସେ ଏବେ ଜାହିର କରିଛନ୍ତି ।
ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ପାଇଁ ଆୱାର୍ଡ ମିଳିଲା ନାହିଁ – ଶିଲ୍ପା ସେଟ୍ଟୀ
ସେ କହିଲେ କି ମୁଁ ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ଭଳି ହିଟ ଫିଲ୍ମ କରିଛି କିନ୍ତୁ ମୋତେ କେବେ ବି ଏହି ଫିଲ୍ମ ପାଇଁ କୌଣସି ଆୱାର୍ଡ ମିଳିନାହିଁ । ଏମିତିରେ ଶିଳ୍ପାଙ୍କର କହିବା କଥା କି ମୋତେ ତ ପ୍ରଥମେ ବୁଝାପଡୁନଥିଲା କି ମୋତେ ଏତେ ଭଲ ଭଲ ଫିଲ୍ମ କେମିତି ମିଳିଲା ? ତା ସହିତ ଶିଲ୍ପା କହିଲେ କି ସେତେବେଳେ ମୋର ବ୍ଲଣ୍ଡ ବାଳ ଥିଲା ଓ ମୁଁ ବ୍ଲୂ ଲେନ୍ସ ଓ ଲାଲ ଲିପଷ୍ଟିକ ଲଗାଉଥିଲି, ଯାହା ମୋ ଉପରେ ବହୁତ ଭଲ ଲାଗେ, କିନ୍ତୁ କେବେ ବି ମୋତେ କୌଣସି ଆୱାର୍ଡ ମିଳିଲା ନାହିଁ, ବିଶେଷ କରି ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ପାଇଁ ।
ସେ କହିଲେ କି ବୋଧେ ଲୋକ ମୋତେ କେବେ ବି ଅଭିନେତ୍ରୀ ଭାବରେ ସ୍ଵୀକାର ହିଁ କରି ନାହାଁନ୍ତି । ହିଟ ଫିଲ୍ମ ଦେବା ପରେ ମଧ୍ୟ ମୋ କ୍ୟାରିଅର ଚାଲିଲା ନାହିଁ, କିନ୍ତୁ ମୋତେ ଏବେ ଦୁଃଖ ନାହିଁ କାରଣ ମୋତେ ଲାଗୁଛି କି ମୁଁ ବିଲକୁଲ ଠିକ ରାସ୍ତାରେ ଅଛି । ତା ସହିତ ସେ କହିଛନ୍ତି କି ରିଜେକ୍ସନକୁ କେବେ ଡରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ଆହୁରି ସକ୍ଷମ କରିଥାଏ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।