ଲକ୍ଷ ଲକ୍ଷ ଗରିବ ପରିବାରକୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିଜୁ ସ୍ୱାସ୍ଥ୍ୟ କାର୍ଡ । ଯେଉଁଥି ପାଇଁ ସ୍ୱାସ୍ଥ୍ୟ ସେବାରେ ଆମ ରାଜ୍ୟ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଛି । ହେଲେ ଏହି ସ୍ୱାସ୍ଥ୍ୟ କାର୍ଡ ପାଇଁ ଆବଶ୍ୟକ ନାହିଁ ରିନ୍ୟୁ । ରାଜ୍ୟର ପ୍ରତ୍ଯେକ ଗରିବ ଜନ ସାଧାରଣଙ୍କୁ ଉନ୍ନରମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଫଳରେ ଆମ ରାଜ୍ୟ ଓଡିଶା ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ମାଇଲ ଖୁଣ୍ଟ ହାସଲ କରିଛି । କିନ୍ତୁ କିଛି ଅସାଧୁ ତଥା ଖଳ ପ୍ରକୃତିର ଲୋକ ଏହି ମହତାକାଂକ୍ଷୀ ଯୋଜନା ମାଧ୍ୟମରେ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି । ତେଣୁ ଏଭଳି ସ୍ଥିତିରେ ଜନ ସଚେତନତା ସୃଷ୍ଟି କରିବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଦୁର୍ନୀତି ମୁକ୍ତ କରିବା ଲାଗି ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ବିଭାଗୀୟ ଶାସନ ସଚିବ ଶାଳୀନ ପଣ୍ଡିତ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଧିକ୍ଷକ ସିଡ଼ିଏମଓ ଏବଂ ପିଏଚଓ ଙ୍କୁ ପତ୍ର ଲେଖି ଜଣାଇଛନ୍ତି କି, ବିଜୁ ସ୍ଵାସ୍ଥ୍ୟ କାର୍ଡ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ତଥା ଗରିବ ମହିଳାଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କିଛି କମ୍ ନୁହେଁ ।
ଘରୋଇ ଡାକ୍ତରଖାନାରେ 96.5 ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛିଦିନ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ସାମ୍ନାକୁ ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କ ସଜାଗ ରହିବା ଆବଶ୍ୟକ ରହିଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସମ୍ପର୍କରେ ବ୍ୟାପକ ସତର୍କତା ସୃଷ୍ଟି କରାଗଲେ ଏଭଳି ଠକେଇ କାରବାରକୁ ରୋକା ଯାଇପାରିବ । ଆପଣ ଜାଣି ରଖନ୍ତୁ ଯେ BSKY କାର୍ଡ ଆପେ ଆପେ ନବୀକରଣ ହୋଇଥାଏ । ପ୍ରତି ବର୍ଷ ସେପ୍ଟେମ୍ବର ମାସ 1 ତାରିଖରେ ସ୍ଵତଃ ଭାବେ ନବୀକରଣ ହୋଇଥାଏ ଏହି ସ୍ୱାସ୍ଥ୍ୟ କାର୍ଡ । ହିତାଧିକାରୀ ଏହାକୁ ନବୀକରଣ ବା ରିଚାର୍ଜ କରିବା ଆବଶ୍ୟକ ନାହିଁ ।
ଏହାସହ କାର୍ଡ ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟଳୟକୁ ଧାଇଁବାକୁ ହେବ ନାହିଁ କିମ୍ବା ଟଙ୍କା ଦେବାକୁ ପଡିବ ନାହିଁ । ସମସ୍ତ ରାସନକାର୍ଡଧାରୀ ହିତାଧିକାରୀ ମାନଙ୍କର BSKY କାର୍ଡ ନଥିଲେ ମଧ୍ୟ ସେମାନେ ଏହି ସ୍ୱାସ୍ଥ୍ୟ କାର୍ଡରେ ପଞ୍ଜୀକୃତ ଘରୋଇ ହସ୍ପିଟାଲ ଗୁଡିକରେ ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ । ସମସ୍ତ ହିତାଧିକାରୀଙ୍କ ଠାରୁ ଫୋନ ମାଧ୍ୟମରେ ମତାମତ ନିଆ ଯାଉଥିବାରୁ ଯେକୌଣସି ହସ୍ପିଟାଲରେ ପଞ୍ଜୀକରଣ ସମୟରେ ନିଜର ସଠିକ ଫୋନ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି ।
ଫଳରେ ଅସାମାଜିକ ବ୍ୟକ୍ତି କୌଣସି ହିତାଧିକାରୀଙ୍କୁ ଠକି ଶୋଷଣ କରିବାକୁ ସୁଯୋଗ ପାଇବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।