ଏବେ ବି ଦେହରୁ ଲିଭେଇ ନାହାନ୍ତି ସ୍ଵାମୀ Naga ଙ୍କ ନାଁ, Samantha ଙ୍କ ଲୁକ୍ ଦେଖିବା ପରେ ଜୋର ଧରିଛି ଚର୍ଚ୍ଚା !

ଏବେ ଯାଏଁ ଦେଶରେ ରଖିଛନ୍ତି ପୂର୍ବ ସ୍ଵାମୀଙ୍କ ନାଁ । ସାମନ୍ଥା ରୂତ ପ୍ରଭୁଙ୍କ ଲୁକ୍ ଗଣମାଧ୍ୟମରେ ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ । ଚଳଚ୍ଚିତ୍ର ଏବଂ ଆକର୍ଷଣୀୟ ଲୁକ୍ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ସାମନ୍ଥା । ନିକଟରେ ସିଟାଡେଲର ୱାର୍ଲ୍ଡ ପ୍ରିମିୟରରେ ଯୋଗ ଦେଇଥିଲେ ସାମନ୍ଥା । ଯାହାପରେ ଲୋକେ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ପ୍ରିମିୟରରୁ ବାହାରିବା ପରେ ସାମନ୍ଥାଙ୍କ ଫଟୋ ବେଶ ଭାଇରାଲ ହୋଇଥିଲା, ଯାହାକୁ ନେଇ ଚର୍ଚ୍ଚା ବଢି ଚାଲିଛି । ସାମନ୍ଥା ସ୍ଵାମୀ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇ ସାରିଥିବା ବେଳେ ଏବେବି ତାଙ୍କ ଦେହରେ ନାଗାଙ୍କ ନାମର ଟାଟୁ ଦେଖିବାକୁ ମିଳିଛି । ଯାହା ସାମନ୍ଥା ପିନ୍ଧିଥିବା ଆଉଟଫିଟ୍ ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ସିଟାଡେଲ ପ୍ରିମିୟରରେ ସମସ୍ତେ ସାମନ୍ଥାଙ୍କୁ ପ୍ରଶଂସା କରିଥିଲେ ।

ଅଭିନେତ୍ରୀଙ୍କ ଆକର୍ଷଣୀୟ ଲୁକ୍ ସହ ତାଙ୍କ ଟାଟୁ ଉପରେ ସମସ୍ତଙ୍କ ଆଖି ଲାଗି ଯାଇଥିଲା । ରିଭର୍ସରେ ତିଆରି ହୋଇଥିବା ଏହି ଟାଟୁରେ ଲେଖାଯାଇଛି, ଚାୟୋ । ଯାହାକି ସମସ୍ତଙ୍କୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ବାସ୍ତବରେ ଏହା ନାଗା ଚୈତନ୍ୟଙ୍କ ଡାକ ନାମ ବୋଲି କୁହାଯାଏ । ଯାହା ଏବେବି ସାମନ୍ଥାଙ୍କ ଶରୀରରେ ଦେଖିବା ପରେ ଏହାକୁ ନେଇ ନାନା କଳ୍ପନା କରୁଛନ୍ତି ଲୋକେ । 2017 ରେ ପରସ୍ପରକୁ ବିବାହ କରିଥିଲେ ଅଭିନେତ୍ରୀ ସାମନ୍ଥା ରୂତ ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟ ।

ସେମାନଙ୍କ ସାଂସାରିକ ଜୀବନ ପ୍ରାୟ 4 ବର୍ଷ ଧରି ବେଶ ଭଲରେ ଚାଲିଥିଲା । ହେଲେ 2021 ରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ନିକଟରେ ରିଲିଜ ହୋଇଛି ସାମନ୍ଥାଙ୍କ ଫିଲ୍ମ ଶକୁନ୍ତଳମ, ଯାହା ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି । ଏହା ବ୍ଯତୀତ ସାମନ୍ଥା ସିଟାଡେଲ ର ହିନ୍ଦୀ ଭର୍ସନରେ ବରୁଣ ଧାବନଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ।

ଏସବୁ ଭିତରେ ସାମନ୍ଥା ଏବେବି ନିଜ ଦେହରେ ପୂର୍ବ ସ୍ଵାମୀଙ୍କ ନାଁର ଟାଟୁ ରଖିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଛାଡପତ୍ରକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ହୁଏତ ସାମନ୍ଥା ଏବେବି ନାଗାଙ୍କ ପ୍ରେମରେ ଅଛନ୍ତି ବୋଲି ଲୋକେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।