ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଥାନ୍ତି ଓଡିଆ ଅଭିନେତ୍ରୀ ଟ୍ଵିଙ୍କିଲ ମିଶ୍ର । ଦୀର୍ଘ 20 ବର୍ଷ ପାଖାପାଖି ସେ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଅଛନ୍ତି । ଆଲବମ ଦୁନିଆରୁ ଓଲିଉଡରେ ପାଦ ଦେଇଥିବା ଟ୍ଵିଙ୍କିଲ ଓଡିଆ ସିରିଏଲରେ ମଧ୍ୟ କାମ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ଟ୍ଵିଙ୍କିଲ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରୁହନ୍ତି । ଦୀର୍ଘ ଦିନର ବ୍ଯବଧାନ ପରେ ଟ୍ଵିଙ୍କିଲଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବାର ଦେଖିବାକୁ ମିଳିଛି ।

ଟ୍ଵିଙ୍କିଲ କହିଛନ୍ତି କି ଖୁବ କମ୍ ବୟସରେ ଅର୍ଥାତ ମାତ୍ର 20 ବର୍ଷ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା । ସେ ତାଙ୍କ ବୟସ ହିସାବରେ ବହୁତ ବଡ ଥିଲେ ବୋଲି କହିଛନ୍ତି । ସେ ଯେତେବେଳେ ମାତ୍ର ସପ୍ତମ କିମ୍ବା ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେବେ ଠାରୁ ତାଙ୍କ ମା’ ଘରକାମ ସବୁ ଶିଖାଇବା ଆରମ୍ଭ କରି ଦେଇଥିଲେ । ଟ୍ଵିଙ୍କିଲ ଖୁବ ବୟସରେ ଓଲିଉଡରେ ମଧ୍ୟ ପାଦ ଦେଇଥିଲେ । ତାଙ୍କର ଅନେକ ଆଲବମ ଗୀତ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ।
ଓଡିଆ ସିରିଏଲରେ ମଧ୍ୟ ସେ ବେଶ ଭଲ କାମ କରିଛନ୍ତି । ପୁଣି ଥରେ ଫିଲ୍ମ ଜଗତରେ ସକ୍ରିୟ ହେଉଛନ୍ତି ଟ୍ଵିଙ୍କିଲ । ଆଗକୁ ଅନେକ ଭଲ ଭଲ ପ୍ରୋଜେକ୍ଟରେ କାମ କରି ସେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହାନ୍ତି । ତେବେ ଟ୍ଵିଙ୍କିଲଙ୍କର 12-13 ବର୍ଷ ବୟସର ଗୋଟେ ଝିଅ ମଧ୍ୟ ଅଛନ୍ତି । ଟ୍ଵିଙ୍କିଲ ଶୀଘ୍ର ବିବାହ କରିଥିବା ବେଳେ ବିବାହର ମାତ୍ର ଏକ ବର୍ଷ ମଧ୍ୟରେ ତାଙ୍କର ଝିଅଟିଏ ମଧ୍ୟ ହୋଇଥିଲା ।

ଟ୍ଵିଙ୍କିଲ ତାଙ୍କ ଝିଅ ସହ ଜଣେ ସାଙ୍ଗ ଭଳି ରୁହନ୍ତି ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାଏ ଗୋଟେ ସମୟ ପରେ ଛୁଆମାନେ ଯେତେବେଳେ ବଡ ହୁଅନ୍ତି ସେତେବେଳେ ମା’ ମାନେ ତାଙ୍କର ସାଙ୍ଗ ଭଳି ରହିବା ଉଚିତ । ଏମିତି ହେଲେ ଛୁଆ ଭୁଲ ରାସ୍ତାରେ ଯିବେ ନାହିଁ । ତେବେ ତାଙ୍କ ଝିଅ ଯଦି ବଡ ହୋଇ ତାଙ୍କ ଭଳି ଅଭିନୟ ଦୁନିଆରେ ପାଦ ଦେବାକୁ ଚାହିଁବେ ତେବେ ଟ୍ଵିଙ୍କିଲଙ୍କର ସେଥିରେ କୌଣସି ଆପତ୍ତି ନାହିଁ ବୋଲି ସେ କହିକହନ୍ତି ।
ହେଲେ ଟ୍ଵିଙ୍କିଲ ତାଙ୍କ ବିବାହକୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ସେ 2008 ରେ ବିବାହ କରିଥିବା ବେଳେ 2020 ରେ ସ୍ଵାମୀଙ୍କ ଠାରୁ ପୃଥକ ହୋଇ ଯାଇଥିଲେ । ଆଉ ସେବେ ଠାରୁ ସେମାନେ ଅଲଗା ରହୁଥିବା କଥା ପ୍ରକାଶ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।