ଅନୁରୋଧ କରୁଛି ଆଉ ଭୁବନେଶ୍ବରକୁ ଆପଣଙ୍କ ଝିଅକୁ ପଢିବାକୁ ପଠାନ୍ତୁ ନାହିଁ। ଏଠି ପୁଅ ଝିଅ… ଦେଖନ୍ତୁ video

ଭୁବନେଶ୍ବରେ ଏକ ଘରୋଇ କଲେଜରେ ପୁଣି ଥରେ ଜଣେ ଛାତ୍ରୀ ଆ-ତ୍ମ-ହ-ତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେଉଁଝରର ଅର୍ଚ୍ଚନା ନାମ୍ନୀ ଛାତ୍ରୀ ଭୁବନେଶ୍ବରରେ ଘରୋଇ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ଅର୍ଚ୍ଚନା ବେଶ ମେଧାବୀ ଛାତ୍ରୀ ଥିଲେ ଏବଂ ଦିନକୁ ପୂର୍ବରୁ କେଉଁଝରରୁ ହଷ୍ଟେଲକୁ ଫେରିଥିଲେ । ତାଙ୍କ ମା’ ଏବଂ ସାନ ଭଉଣୀ ଆସି ତାଙ୍କୁ ହଷ୍ଟେଲରେ ଛାଡିକି ଯାଇଥିଲେ । ତା’ ପରଦିନ ଅର୍ଥାତ ଅର୍ଚ୍ଚନା ଆ-ତ୍ମ-ହ-ତ୍ୟା କରିବା ଦିନ ତାଙ୍କର ପରୀକ୍ଷା ଥିଲା ।

ଅର୍ଚ୍ଚନା ପରୀକ୍ଷା ଦେଇକରି ହଷ୍ଟେଲ ରୁମ୍ କୁ ଫେରିଥିଲେ ଏବଂ ଦ୍ଵିପ୍ରହରେ ଭଲରେ ଖାଇଥିଲେ ମଧ୍ୟ । ହେଲେ ତା’ପରେ ହଠାତ ଦିନ ପ୍ରାୟ 2ଟା ବେଳକୁ ସେ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ ବୋଲି ହଷ୍ଟେଲ କତ୍ତୃପକ୍ଷ ସୂଚନା ଦେଇଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ପ୍ରାୟ 5 ଘଣ୍ଟା ପରେ କେଉଁଝରରୁ ଭୁବନେଶ୍ବର ଆସି ପହଞ୍ଚିଥିଲେ । ତେବେ ଅର୍ଚ୍ଚନା ଏକ ଶାଢୀରେ ଫା-ଶୀ ଦେଇଥିବା ହଷ୍ଟେଲ କତ୍ତୃପକ୍ଷ ଜଣାଇଥିଲେ ।

କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଅର୍ଚ୍ଚନାଙ୍କ ପରିବାର । ଅର୍ଚ୍ଚନା ଯେଉଁ ରୁମ୍ ରେ ରହୁଥିଲେ ତା’ର ପଙ୍ଖାଟି ତଳକୁ ଥିବାରୁ ସେଠାରେ ଫା-ଶୀ ଦେବା ଅସମ୍ଭବ ହେଉଥିବା ବୋଲି ସେମାନେ କହୁଛନ୍ତି । ଅର୍ଚ୍ଚନାଙ୍କ ସହ ଷ-ଡ-ଯ-ନ୍ତ୍ର କରାଯାଇଛି ଏବଂ ତାକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନାଙ୍କ ପରିବାର ଲୋକେ । ତାଙ୍କ ବାପା ଝିଅକୁ ହରାଇ ବେଶ ଭାଙ୍ଗି ପଡିବା ସହ କୋହଭରା କଣ୍ଠରେ କହିଛନ୍ତି କି, ସବୁ ବାପାମା’ଙ୍କୁ ବିନମ୍ର ଅନୁରୋଧ ଆପଣଙ୍କ ପୁଅ କିମ୍ବା ଝିଅକୁ ଭୁବନେଶ୍ବରକୁ ପଢିବା ପାଇଁ ଛାଡନ୍ତୁ ନାହିଁ ।

କାରଣ ଏଠାରେ ଆପଣଙ୍କ ପିଲାର କିଛି ଭବିଷ୍ୟତ ନାହିଁ । ଅର୍ଚ୍ଚନା ବେଶ ଭଲ ପଢିବା ସହ ଡାକ୍ତର ହେବାର ସ୍ଵପ୍ନ ଦେଖିଥିଲେ । ଆମେରିକା ଯିବାକୁ ଇଚ୍ଛା ବୋଲି ସେ ବାପାଙ୍କୁ ସବୁବେଳେ କହୁଥିଲେ । ଝିଅ ଘରୁ ଫେରିବା ବେଳେ ବେଶ ଭଲ ମନରେ ଥିଲା ଏବଂ ସେଦିନ ପରୀକ୍ଷା ବି ଦେଇଥିଲା । ହେଲେ ହଠାତ ଏମିତି କଣ ହେଲା ଯେ ସେ ଆ-ତ୍ମ-ହ-ତ୍ୟା ଭଳି ନିଷ୍ପତ୍ତି ନେଲା ତାହା ଏବେ ବି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

ତେବେ ଅର୍ଚ୍ଚନାଙ୍କ ବଡବାପା କହିଛନ୍ତି କି, ଅର୍ଚ୍ଚନା ଆୟୁଷ୍ମୟ ନାୟକ ନାମକ ସେହି କଲେଜର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଆୟୁଷ୍ମୟ କିନ୍ତୁ ଭଲ ପିଲା ନୁହନ୍ତି ବୋଲି ଅର୍ଚ୍ଚନାଙ୍କ ସାଙ୍ଗସାଥି କହିଛନ୍ତି । ତେବେ ଏହି କାରଣରୁ ସେ ଆ-ତ୍ମ-ହ-ତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।