ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଶ୍ରୀ କ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ସହ ତାଙ୍କ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ସହ ପୂଜା ପାଇଥାନ୍ତି । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇ ଅଟନ୍ତି । ଜଣେ ଦେବକିଙ୍କ ଗର୍ଭରୁ ଆଉ ଜଣେ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ।

ଶ୍ରୀକୃଷ୍ଣ ଦେବକିଙ୍କ ଅଷ୍ଟମ ଗର୍ଭର ସନ୍ତାନ ହୋଇଥିବା ବେଳେ ପ୍ରଭୁ ବଳରାମ ସପ୍ତମ ସନ୍ତାନ ଅଟନ୍ତି । ଯିଏକି ଗର୍ଭ ସ୍ଥାନାନ୍ତରଣ ମାଧ୍ୟମରେ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଆଜି ଆମେ ଆପଣଙ୍କୁ କହିବୁ ଦେବୀ ସୁଭଦ୍ରା କିପରି ଜଗନ୍ନାଥ ବଳଭଦ୍ରଙ୍କ ଭଉଣୀ ହେଲେ ।
ଏହି କଥାର ବିସ୍ତୃତ ବିବରଣୀ ମହାଭାରତରେ ଦେଖିବାକୁ ମିଳିଥାଏ । କାରଣ ମହାଭାରତରେ ସୁଭଦ୍ରା ଶ୍ରୀ କୃଷ୍ଣ ଓ ବଳଭଦ୍ରଙ୍କ ଭଉଣୀ ସହ ଅର୍ଜୁଙ୍କ ସ୍ତ୍ରୀ ଥିଲେ । ତେବେ ସୁଭଦ୍ରାଙ୍କ ମାତାଙ୍କ ନାମ କେଉଁ ଠାରେ ଦେଖିବାକୁ ମିଳି ନାହି ।
କଥା ଅନୁସାରେ କୃଷ୍ଣ ଓ ବଳରାମ କଂସ ର ଅନ୍ତ କରିବା ପରେ ଦିକ୍ଷା ଗ୍ରହଣ କରିବା ପାଇଁ ସଂଦୀପନ ଋଷିଙ୍କ ଆଶ୍ରମକୁ ଯାଇଥିଲେ । ସେହି ସମୟରେ ସୁଭଦ୍ରାଙ୍କ ଜନ୍ମ ହୋଇଥିଲା । ସୁଭଦ୍ରାଙ୍କ ଜନ୍ମ ରୋହିଣୀ ଙ୍କ ଗର୍ଭରୁ ହୋଇଥିଲା ।

ଶ୍ରୀମଦ ଭଗବତ ଗୀତା ଅନୁଯାୟୀ ଯେବେ ଦେବକୀ ନିଜର ଅଷ୍ଟମ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସେତେବେଳେ ବାସୁଦେବ ତାଙ୍କ ପୁତ୍ରକୁ ନେଇ ନନ୍ଦ ବାବଙ୍କ ସ୍ତ୍ରୀ ମାତା ଯଶୋଦାଙ୍କ ପାଖରେ ଶୁଆଇ ଦେଲେ । ଯଶୋଦା ଙ୍କ ଠାରୁ ତାଙ୍କର ଜନ୍ମିତ ପୁତ୍ରୀକୁ କାରାଗାରକୁ ଆଣି ଆସିଲେ ।
ଯଶୋଦା ଏହାରି ମଧ୍ୟରେ ଗଭୀର ନିଦ୍ରାକୁ ପ୍ରାପ୍ତ ହୋଇଥିଲେ । ଏହି କାରଣରୁ ସେ ନିଜ ପୁତ୍ରିକୁ ଦେଖି ନ ଥିଲେ । ଯଶୋଦାଙ୍କ ହୋସ ଆସିବା ପରେ ଭଗବାନ କୃଷ୍ଣ ତାଙ୍କ ପାଖରେ ଥିଲେ । ଯେବେ କଂସକୁ ଏହା ଜଣାପଡିଲା ଦେବକୀ ନିଜର ଅଷ୍ଟମ ସନ୍ତାନକୁ ଜନ୍ମ ଦେଇ ସାରିଛନ୍ତି ସେ ତାଙ୍କୁ ମାରିବାକୁ କାରାଗାରରୁ ଆସିଲେ ।
କିନ୍ତୁ ଯେମିତି ଶିଶୁକୁ ମାରିବାକୁ ଭୂମିରେ ପକାଇଲେ ସେ ଉପରକୁ ଉଠିଗଲେ । ଆଉ ଶୂନ୍ୟରେ ବାଣୀ ହେଲା କି ହେ ମୂର୍ଖ ତୁମେ ଯେଉଁ ଶିଶୁକୁ ମାରିବାକୁ ଚାହୁଁଛ ସେ ପୁରା ସୁରକ୍ଷିତ ଅଛି ଏବେ ତୁମର ନିଜର ରକ୍ଷା କିପରି କରିବ ? ଏହା କହି ଯୋଗମାୟା ବିଲୀନ ହୋଇଗଲେ ।

ଏହି ଯୋଗମାୟା ବିଲୀନ ହେବା ପରେ ବିନ୍ଧ୍ୟା ଚଳରେ ଅବସ୍ଥିତ ହେଲେ । ଆଉ ସେଠାରେ ମାତା ବିନ୍ଧ୍ୟାବାସିନୀ ନାମରେ ପରିଚିତ ହେଲେ । ଯେବେ କୃଷ୍ଣ ଓ ବଳରାମ ବଡ ହେଲେ ଜାଣିବାକୁ ପାଇଲେ ତାଙ୍କର ଭଉଣୀ ଥିଲେ ଯିଏକି କଂସଙ୍କ ହାତରୁ ବଞ୍ଚି ଯାଇଥିବା ଯୋଗମାୟା ।
କୃଷ୍ଣଙ୍କ ଆଦେଶ କ୍ରମେ ଯୋଗମାୟା ନନ୍ଦ ରାଜାଙ୍କ ଦ୍ଵିତୀୟ ସ୍ତ୍ରୀ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଯୋଗମାୟା ମୃତ୍ୟୁଲୋକରେ ରୋହିଣୀଙ୍କ ଗର୍ଭରେ ସୁଭଦ୍ରା ନାମରେ ଜନ୍ମ ନେଇଥିଲେ । ତେଣୁ ସେ ବଳରାମ ଓ କୃଷ୍ଣଙ୍କର ଭଉଣୀ ଥିଲେ ।
ସୁଭଦ୍ରାଙ୍କ ଜନ୍ମ ବିଶେଷ କାରଣରୁ ହୋଇଥିବାରୁ ସେ ଅର୍ଜୁନଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।