ଗାଁ ଦାଣ୍ଡରେ ଡେଙ୍ଗୁରା ପିଟା ହେଲା । ଗାଁ ରୁ ବାସନ୍ଦ ହେଲେ ସୁଦାମ ସାହୁଙ୍କ ପରିବାର । ବନ୍ଦ ହେଲା ନିଆଁ ପାଣି । ଗାଁ ଦାଣ୍ଡରେ ଡେଙ୍ଗୁରା ବାଡେଇ ପ୍ରଚାର ହେଉଛି ଆଉ ପରିବାରକୁ କରା ଯାଉଛି ବାସନ୍ଦ । ହଁ ଦର୍ଶକ ବନ୍ଧୁ ସଭ୍ଯ ସମାଜ ପାଇଁ ଏହା ଯେତିକି ଲଜ୍ଯାକର ସେତିକି ଅପମାନ ଜନକ ।ସବୁଠାରୁ ଜରୁରୀ କଥା କଥା ହେଉଛି ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜ୍ୟର ପୁରୁଣା ରାଜଧାନୀ କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ଘଟିଛି ।
ଆଠଗଡ ଥାନା ଧାଇପୁର ରେ ଘଟିଛି ଏଭଳି ଘଟଣା । ଘର ଆଗରେ ଥିବା ଜାଗାକୁ ଖୋଳିବାରୁ ବିରୋଧ କରିବାରୁ ଏହି ପରିବାରକୁ ମିଳିଛି ସାମାଜିକ ବାସନ୍ଦ ର ଜାଗା । ଆଠଗଡ ଥାନାରେ ଅଭିଯୋଗ ହୋଇଛି କିଛି ଯୁବକ ଗାମ ର ସୁଦାମ ଚରଣ ସାହୁଙ୍କ ପରିବାରକୁ ବାସନ୍ଦ କରିଛନ୍ତି । ଥାନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ ।
ସେପଟେ ଘଟଣାକୁ ନିନ୍ଦା କରିବା ସହ କଙ୍ଗାରୁ କୋର୍ଟ ଓ ସାମାଜିକ ବାସନ୍ଦ ଭଳି ସଙ୍ଗିନ ଅଭିଯୋଗ ସତ୍ବେ ଆଠଗଡ ପ୍ରଶାସନର ନୀରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ନାରୀ ନେତ୍ରୀ । ଡେଙ୍ଗୁରା ବାଡେଇ ବାସନ୍ଦ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଘଟଣାକୁ ସମସ୍ତେ ନିନ୍ଦା କରିବା ସହ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟ ପଟେ ଘଟଣାରେ ତୁରନ୍ତ ସମାଧାନ କରିବା ନେଇ ଆଠଗଡ ଉପ ଜିଲ୍ଲାପାଳ କହିଛନ୍ତି । ତେବେ ଯେଉଁ ଯୁବକ ମାନଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି ସେମାନଙ୍କର କିଛି ବି ପ୍ରତିକ୍ରିୟା ମିଳିପାରି ନାହି । ଡେଙ୍ଗୁରା ବାଡେଇ ପରିବାରକୁ ବାଛନ୍ଦ କରିବା ଘଟଣା ଏବେ ଆଠଗଡ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
ଏ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ବି ନା ମୁହଁ ଖୋଲୁଛନ୍ତି ପୋଲିସ ବିଭାଗ ନା ମୁହଁ ଖୋଲୁଛନ୍ତି ଗାଁ ମୁରବି । ତେବେ ଦେଖିବାକୁ ବାକି ରହିଲା ପରିବାର କୁ କେବେ ନ୍ୟାୟ ମିଳୁଛି ଏବଂ ଗାଁ ଲୋକଙ୍କ ବିରୁଦ୍ଧରେ କେବେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯାଉଛି ।ଆଜିର ସମୟରେ ଏମିତି ବି ଘଟଣା ଘଟୁଛି ଯାହା ଲଜ୍ୟାଜନକ ଅଟେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।