ଜଣେ ଡାକ୍ତର ବାବୁଙ୍କ ପାଇଁ ବଞ୍ଚିଯାଇଛି ଗୋଟିଏ ସୁନାର ସଂସାର । ଡାକ୍ତର ବାବୁ ନଥିଲେ କଣ ଯେ ହେଇଥାନ୍ତା ତାହା କିଏ କହିପାରିବ । ଡାକ୍ତରଙ୍କ ଉପସ୍ଥିତି ଏବଂ ସାହାଯ୍ୟ ଯୋଗୁଁ ବଞ୍ଚିଯାଇଛି ମାତ୍ର 14 ଦିନର ଶିଶୁକନ୍ୟାର ଜୀବନ । ଡାକ୍ତର ଦେବଦୂତ ସାଜି ବଞ୍ଚେଇ ଦେଇଛନ୍ତି ଏହି ପରିବାରକୁ । ଏଭଳି ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି କଟକ-ପାରାଦ୍ଵୀପ ଚୌଧୁରୀ ଗଡା ରାସ୍ତାରେ । 14 ଦିନର ଶିଶୁକନ୍ୟାଟି ଡାକ୍ତରବାବୁଙ୍କ ହାତରେ କଇଁ କଇଁ ହୋଇ କାନ୍ଦୁଥିଲା ।

ଘଟଣାସ୍ଥଳରେ ଚାରିଆଡେ ଲୋକମାନେ ଗଦା ହୋଇଥିବା ବେଳେ ନିରୀହ ଶିଶୁଟି ବୋଧହୁଏ ଏମିତି କାନ୍ଦି କାନ୍ଦି ଡାକ୍ତରବାବୁଙ୍କୁ କୃତଜ୍ଞତା ଜଣାଉଛି । ମିଳିଥିବା ଖବର ମୁତାବିକ, ନୀଳ ରଙ୍ଗର ଏକ କାର୍ କଟକ-ପାରାଦ୍ଵୀପ ରାସ୍ତାରେ ଯାଉଥିବା ବେଳେ ଚୌଧୁରୀଗଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡିଥିଲା । କାର୍ ଟି ଯାଇ ଏକ ଗଛରେ ଖୁବ ଜୋରରେ ପିଟି ହୋଇ ଯାଇଥିଲା । ସେହି କାର୍ ରେ ତିନିଜଣ ମହିଳା, ଜଣେ ପୁରୁଷ, 10 ବର୍ଷର ଗୋଟିଏ ପୁଅ ସହ 14 ଦିନର ଶିଶୁକନ୍ୟାଟି ମଧ୍ୟ ଥିଲା ।
ଦୁର୍ଘଟଣା ପରେ ସେମାନେ ସମସ୍ତେ କାର୍ ଭିତରେ ଫସି ରହିଥିଲେ । ଠିକ ଏତିକି ବେଳେ ସେହି ସ୍ଥାନରେ ଦେବଦୂତ ସାଜି ପହଞ୍ଚିଥିଲେ ଭୂତମୁଣ୍ଡାଇ ଅଞ୍ଚଳର ଡାକ୍ତର ସ୍ମୃତିରଞ୍ଜନ ମହାପାତ୍ର । ସେ ପ୍ରଥମେ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ଧୀରେ ଧୀରେ ଅନ୍ୟ ସମସ୍ତଙ୍କୁ କାର୍ ଭିତରୁ ବାହାର କରି ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ।

ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି । କାର୍ ଭିତରେ ଥିବା ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ଡାକ୍ତରବାବୁଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।
ପିଲାଟିକୁ ହାତରେ ଧରି ତା’ର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ତାକୁ ଚୁପ୍ କରେଇବାକୁ କରିଥିଲେ ଡାକ୍ତର । ଡାକ୍ତର ବାବୁଙ୍କ ପାଇଁ ତାଙ୍କର ପୁରା ପରିବାର ଉଦ୍ଧାର ହେବାସହ 14 ଦିନର ଶିଶୁ କନ୍ୟା ମଧ୍ୟ ବଞ୍ଚିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।