ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ‘ବସନ୍ତ ଉତ୍ସବ’ ରେ ଯୋଗ ଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ଷା ଏହି ଉତ୍ସବରେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଝଡ ଉପରେ ଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ । ବର୍ଷା ନିଜକୁ ପୀଡ଼ିତା ବୋଲି କହିବା ସହ ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା କହିଥିଲେ । ହେଲେ ବର୍ଷା ତାଙ୍କ ଭାଷଣରେ ଅନୁଭବ କିମ୍ବା ତାଙ୍କ ପରିବାରର ନାଁ ନେଇ ନଥିଲେ ।
ଆଉ ଏତିକି ବେଳେ ବର୍ଷାଙ୍କ ଭାଷଣକୁ ନେଇ ଅନୁଭବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସାଂସଦ ଅନୁଭବ ମହାନ୍ତି ଟ୍ବିଟ ଯୋଗେ ଲେଖିଛନ୍ତି, “ଯଦି ମିଛ ଅପପ୍ରଚାର ହେଉଛି ତେବେ ଏହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।”
ଅନ୍ୟପଟେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ ହ୍ୟାଣ୍ଡେଲରେ ବର୍ଷାଙ୍କ ନାଁ ନନେଇ ପରୋକ୍ଷ ଭାବେ ତାଙ୍କୁ ସମାଲୋଚନା କରିଛନ୍ତି । ଜାଗ୍ରତି ଲେଖିଥିଲେ, ଜଣେ ମହିଳା କିଭଳି ତାଙ୍କର ଆଚରଣ ଏବଂ ଉଚ୍ଚାରଣରେ ଭିନ୍ନ ବୋଲି ସେ ଲେଖିଛନ୍ତି । ଯିଏ ମହିଳା ସଶକ୍ତିକରଣ ଏବଂ ଜୀବନରେ ଆଗକୁ ଯିବାର ବାର୍ତ୍ତା ଦେଉଛନ୍ତି ବାସ୍ତବ ଜୀବନରେ ତାଙ୍କ ସ୍ଵାମୀଙ୍କର ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା ସଜାଇବାକୁ ପଛାଉ ନାହାନ୍ତି ବୋଲି ଜାଗ୍ରତି ଉଲ୍ଲେଖ କରିଥିଲେ ।
ତେବେ ଏହି ଘଟଣାରେ କେହି କାହାର ନାଁ ନ ନେଇଥିଲେ ମଧ୍ୟ ତିନିଜଣଙ୍କ ମଧ୍ୟରେ ଚାଲିଥିଲା ଏହି ଶୀତଳ ବାକ୍ ଯୁଦ୍ଧ ସ୍ପଷ୍ଟ ଭାବେ ବାରି ହେଉଛି । ଅନୁଭବ କିନ୍ତୁ ନିଜ ଟ୍ବିଟରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ କରିବା ସହ ତାଙ୍କୁ ସିଧାସଳଖ ଏଭଳି ପ୍ରଶ୍ନ ପଚାରିଛନ୍ତି । ଆଉ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବର୍ଷାଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନୁଭବ ଓ ଜାଗ୍ରତିଙ୍କ ପୋଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ବଢିବାରେ ଲାଗିଛି । ତେବେ ଏହି ମାମଲାରେ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏ ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।