ସ୍ଵାମୀକୁ ସବୁଦିନ ପାଇଁ ହରାଇବା ପରେ ବି ସ୍ତ୍ରୀ ପାଟିରୁ ବାହାରି ପଡୁଛି ମୁଁ ତୁମ ପାଇଁ ଗର୍ବିତ । ଯୁବାବସ୍ଥାରେ ଭାଙ୍ଗିଗଲା ସୁନାର ସଂସାର । ତଥାପି ଆଖିର ଲୁହ ଓ ମହର କୋହକୁ ଅଟକାଇ ହାତ ଉଠାଇ ମୃତ ସ୍ଵାମୀଙ୍କୁ ସାଲ୍ଯୁଟ କରୁଛି । କାନ୍ଥରୁ ଏ ଯାଏଁ ବିବାହର ଚିତା ଲିଭିନି ହେଲେ ମଥାରୁ ଲିଭିଯାଇଛି ସିନ୍ଦୂର । ଦିନେ ସାରା ଗାଁ ଯାହା ପାଇଁ ଗର୍ବ କରୁଥିଲା ଆଉ ଆଜି ତାଙ୍କ ପାଇଁ କାନ୍ଦୁଛି । ତାଙ୍କର ଶେଷ ସ୍ଵାଗତ ପାଇଁ ଝୋଟିଚିତା ପକାଯାଉଛି ଆଉ କଳସ ସଜାଯାଉଛି ।
ପିଲାଠୁ ବୁଢା ସମସ୍ତେ ଶେଷ ଦର୍ଶନ ପାଇଁ ଚାହିଁ ବସିଛନ୍ତି । ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ପ୍ରତାପ ଏତେ କମ୍ ବୟସରୁ ଦୁନିଆ ଛାଡିଦେବେ ବୋଲି କିଏ ଜାଣିଥିଲା ! ଗାଁ ଯବାନ ପୁଅ ପ୍ରତାପ ନିଆଲଙ୍କ ମୃତଶରୀର ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି । ବଲାଙ୍ଗୀର ପାଟଣାଗଡ ବେଲପଡା ବ୍ଲକର ବାଗଉଡାର ଗାଁର ପ୍ରତାପ ନିଆଲ 2013 ରେ ସୀମା ସୁରକ୍ଷା ବଳରେ କନେଷ୍ଟବଳ ଭାବେ ଭର୍ତ୍ତି ହୋଇଥିଲେ ।
ବିହାରର ପାଟନା ଅଞ୍ଚଳରେ କାମ କରୁଥିବା ବେଳେ କିଛିଦିନ ହେବ ସେ କ୍ୟାନ୍ସର ରୋଗରେ ଶିକାର ହୋଇଥିଲେ । ଗତ 10 ତାରିଖ ଦିନ ସ୍ତ୍ରୀ ଏବଂ ଝିଅକୁ ଧରି ଗାଁକୁ ଫେରୁଥିବା ବେଳେ ରେଲୱେ ଷ୍ଟେସନରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା । ସାଥି ଯବାନମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗାଁରେ ଏହି ଖବର ବ୍ୟାପିବା ପରେ ଗାଁ ଲୋକ ସ୍ତବ୍ଧ ହୋଇ ଯାଇଥିଲେ ।
ଯବାନ ପୁର ମୃତଦେହ ଗାଁକୁ ଆସୁଥିବା ଖବର ମିଳିବା ପରେ ଆଖପାଖ ଅଞ୍ଚଳର ଲୋକେ ଏକାଠି ହୋଇଥିଲେ । ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ପଡୁଥିଲା । ଶେଷରେ ପ୍ରତାପଙ୍କ ଘର ପଛପଟେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହେଲେ ସ୍ତ୍ରୀ ବନିତା ଭୁଏକୁ ସାହିପଡିଶା ଲୋକେ ସମ୍ଭାଳି ପାରୁ ନଥିଲେ ।
ଘରେ ଛୋଟ ଛୋଟ ପୁଅ ଝିଅ ଏବଂ ବୁଢୀମା ସହ ସ୍ତ୍ରୀ ସମେତ ଯେମିତି ବେସାହାରା ହୋଇ ପଡିଥିଲେ । କିଏ କାହାକୁ ସମ୍ଭାଳିବ ଜାଣି ହେଉ ନଥିଲା । ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଏହି ଯବାନଙ୍କୁ ସମସ୍ତେ ଅଶ୍ରୁଳ ବିଦାୟ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।