ବଦଳିଲା ଅନାଥ ଶିଶୁକନ୍ୟାର ଭାଗ୍ୟ, ଏବେ କଟକରୁ ଉଡିବ ସିଧା ଜର୍ମାନୀ, ଦେଖନ୍ତୁ କେମିତି ଖିଲିଖିଲି ହୋଇ ହସୁଛି, ଦେଖନ୍ତୁ video

ଜନ୍ମ ଦେବା ପରେ ପର କରି ଛାଡି ଚାଲିଗଲା ମା’ । ଅତି ଦୁର୍ବଳ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟା 12 ଦିନ କାଳ କଟକ ଶିଶୁଭବନରେ ଜୀବନ ସହ ସଂଘର୍ଷ କରୁଥିଲା । ଆଉ ଆଜି ପରୀଟିଏ ଭଳି ଟୁକଟୁକ ଚାହୁଁଛି ଆଉ ଖିଲିଖିଲି ହୋଇ ହସୁଛି । କୋଳରେ ଗେହ୍ଲା ହୋଇ ବୋତଲ ଧରି କ୍ଷୀର ଖାଉଛି । କୁନି ଝିଅଟିକୁ ଇଶ୍ଵର ସାହା ହୋଇଛନ୍ତି କାରଣ ସେ ଆଉ ଅନାଥ ନୁହେଁ । କୁନି ଝିଅର ଭାଗ୍ୟ ଏବେ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ନୂଆ ପରିବାର ସହ ଏବେ ନୂଆ ଦେଶ ହେବ ତା’ର ଠିକଣା ।

ସାଇ ଶ୍ରୀମୟୀରୁ ସାଇ ମିନାକ୍ଷୀ ହେବା ପରେ ଏବେ ସେ କଟକରୁ ସିଧା ଜର୍ମାନୀ ଯିବ । ଜନ୍ମ ଦେଇଥିବା ମା’ ସିନା ଛାଡିଦେଲା ହେଲେ ସେ ଆଉ ଜଣେ ମା’ କୋଳରେ ବଢିବ । ଜର୍ମାନୀରେ ରହୁଥିବା ଭାରତୀୟ ଦମ୍ପତ୍ତି କୁନି ଝିଅ ସାଇ ଶ୍ରୀମୟୀକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । କର୍ଣ୍ଣାଟକର ସୁଭାସିନୀ ମୁନାସ୍ଵାମୀ ଓ ସାରାଭେନ ଥାଙ୍ଗାବେଲ ବାହାଘରର 16 ବର୍ଷ ପରେ ବି ନିଃସନ୍ତାନ ଥିଲେ । ଆଉ ତାଙ୍କଏ ଏହି ଅଭାବକୁ ପୁରା କରିଛି ଏହି କୁନି ଝିଅ ।

ସେମାନେ ଦୀର୍ଘ 6 ବର୍ଷ ତଳେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଦିଲ୍ଲୀ ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସ ଏଜେନ୍ସି ଆବେଦନ କରିଥିଲେ । ଭାରତ ଏବଂ ଜର୍ମାନୀ ଉଭୟ ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ନିୟମ କଡାକଡି ଥିବାରୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ସବୁ ପ୍ରକାର ଆଇନଗତ ପ୍ରକ୍ରିୟା କରାଯିବା ପରେ ଶେଷରେ କଟକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାଇ ମୀନାକ୍ଷୀକୁ ଉକ୍ତ ଦମ୍ପତ୍ତି କୋଳେଇ ନେଇଛନ୍ତି ।

ସୁଭାସିନୀ ଓ ସାରାଭେନଙ୍କ ପୁରା ପରିବାରରେ ସମସ୍ତଙ୍କର ପୁତ୍ର ସନ୍ତାନ ଥିବାବେଳେ ମୀନାକ୍ଷୀ ହେଉଛି ବଂଶର ପ୍ରଥମ ଝିଅ । କୋଳରେ ଶିଶୁଟିଏ ପାଇ ଦମ୍ପତ୍ତି ବହୁତ ଖୁସି ଥିବାବେଳେ ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି କି, ଏହା ବହୁତ ଖୁସି ଏବଂ ଇମୋସନାଲ ମୂହୁର୍ତ୍ତ । ମୁଁ ଆଶୀର୍ବାଦ କରୁଛି କି, ସାଇ ମୀନାକ୍ଷୀ ସେଠି ସୁଖରେ ରହିବ, ବହୁତ ପାଠ ପଢିବ, ଉନ୍ନତି କରିବ ଏବଂ ଆମ ରାଜ୍ୟ, ସହର ଓ ଦେଶ ପାଇଁ ଗର୍ବ ଗୌରବ ଆଣିବ ।

ଗତବର୍ଷ ସର୍ଭେଣ୍ଟସ୍ ଅଫ ସୋସାଇଟିକୁ ନବଜାତ ଅନାଥ ଶିଶୁ ଭାବେ ଆସିଥିଲା ସାଇ ମୀନାକ୍ଷୀ । ତା’ର ଓଜନ କମ୍ ଥିବା ସହ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଚୌଦ୍ବାର ସ୍ଥିତ ଅନାଥାଳୟରେ ରହୁଥିଲା ମୀନାକ୍ଷୀ । ହେଲେ ଏବେ ସେ ଜର୍ମାନୀ ଯାଉଛି । ସେଠାରେ ମା’ ବାପାଙ୍କ କୋଳରେ ବଢି ନିଜ ଭବିଷ୍ୟତ ଗଢିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।