ଶ୍ରୀମନ୍ଦିର ଏବେ ସତେ ଯେମିତି ଶାନ୍ତ ପଡିଯାଇଛି । ଆଗକୁ ବୋଧହୁଏ କିଛି ବଡ ଅଘଟଣ ଘଟିବାକୁ ଯାଉଛି, ଯାହାର ସଙ୍କେତ ଦେଇ ଚାଲିଛନ୍ତି ମନୁଆ ଠାକୁର ପ୍ରଭୁ ଜଗନ୍ନାଥ । ହେଲେ ପାପୀ ମଣିଷ ସେ ସଙ୍କେତକୁ ବୁଝିପାରୁନି । ଶ୍ରୀମନ୍ଦିରରେ ଚେମେଣି ଦ୍ଵାର ବୋଲି ଗୋଟିଏ ସ୍ଥାନ ଅଛି । ହେଲେ ସେଠାରେ ଏବେ ଗୋଟିଏ ହେଲେ ବି ଚେମେଣି ଦେଖିବାକୁ ମିଳୁନି । ମହାପ୍ରଭୁଙ୍କ ଶରଣରେ ଥିବା ଚେମେଣି ମାନଙ୍କ ବଂଶ ଲୋପ ପାଇଗଲା କି ?
ନା ମଣିଷ ପାଖରେ ଚେମେଣି ମାନେ ସୁରକ୍ଷିତ ନୁହନ୍ତି ବୋଲି ଜଗନ୍ନାଥ ତାଙ୍କୁ ଅନ୍ୟ କୁଆଡେ ନେଇ ଯାଇଛନ୍ତି ? ନହେଲେ ହଜାର ହଜାର ସଂଖ୍ଯାରେ ବସା ବାନ୍ଧି ରହୁଥିବା ଚେମେଣି ସବୁ ହଠାତ କୁଆଡେ ଚାଲିଗଲେ ? ବିଶ୍ଵ ବ୍ରହ୍ମାଣ୍ଡର ଠାକୁରଙ୍କ ପାଖରେ ସେମାନେ ନିଜକୁ ବିପଦରେ ଥିବା କାହିଁକି ବା ମାନିବେ ? ଯେଉଁ ସ୍ଥାନକୁ ଆସିବା ପାଇଁ ସ୍ଵୟଂ ଯମଦେବତା ଭୟ କରନ୍ତି ଓ ଯେଉଁ ସ୍ଥାନ ହଜାରେ ସ୍ଵର୍ଗ ସହ ସମାନ ବୋଲି କୁହାଯାଏ ସେହିଭଳି ପବିତ୍ର ସ୍ଥାନ ଛାଡି ଚେମେଣି କୁଆଡେ ଗକେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଶ୍ରୀମନ୍ଦିରର ଚାରିଦ୍ଵାର ମଧ୍ୟରୁ ଗୋଟିଏ ଦ୍ଵାର ଯାହାଙ୍କ ନାଁରେ ରହିଛି ସେମାନେ ସେହି ଦ୍ଵାରକୁ କାହିଁକି ତ୍ୟାଗ କରିଦେଲେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଶ୍ରୀମନ୍ଦିରର ଉତ୍ତର ଦ୍ଵାରାକୁ ଚେମେଣି ଦ୍ଵାର ବୋଲି କୁହାଯାଏ ଏବଂ ଏହାକୁ ମୁଖ୍ୟଦ୍ଵାର ମଧ୍ୟ କୁହାଯାଏ । ଏହି ଦ୍ଵାର ଦେଶ ଚାଲିଗଲେ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ନବକଳେବର ସମୟରେ ଏହି ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇଥାଏ ଜଗନ୍ନାଥଙ୍କ ଦାରୁ ।
ଦେବତାମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ ଏହି ଦ୍ଵାର ଦେଇ ଯାଇଥାନ୍ତି ବୋଲି ମଧ୍ୟ କୁହାଯାଏ । ଦେବତାମାନେ ଏହିଠାରେ ହିଁ ଦେବବାସ କରନ୍ତି । ଶ୍ରୀମନ୍ଦିରର ଚାରିଦ୍ଵାର ମଧ୍ୟରୁ ଏହି ଦ୍ବାରର ଅନେକ ମହତ୍ଵ ରହିଛି । କାହିଁ କେଉଁ କେଉଁ କାଳରୁ ଏହି ଉତ୍ତର ଦ୍ଵାରରେ ବସବାସ କରି ଆସୁଥିଲେ ଚେମେଣିମାନେ । ହେଲେ ଏବେ ଆଉ ସେଟହରେ ଗୋଟିଏ ବି ଚେମେଣି ଦେଖିବାକୁ ମିଳୁନି । ଯାହାକୁ ନେଇ ଏବେ ଭକ୍ତମାନେ ଭୟଭୀତ ହୋଇ ପଡିଲେଣି ।
ସମସ୍ତେ ଅନୁମାନ କରୁଛନ୍ତି କି ଏହା ନିଶ୍ଚିତ ଭାବେ କୌଣସି ବଡ ଅଘଟଣର ପୂର୍ବ ସଙ୍କେତ । କୌଣସି ବିପଦ ଆସିବା ପୂର୍ବରୁ ସତେ ଯେମିତି ପ୍ରଭୁ ଜଗନ୍ନାଥ ସେମାନଙ୍କୁ ଅନ୍ୟତ୍ର ନେଇ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।