ୟାତ୍ରୀଗଣ କୃପାୟା ଧ୍ୟାନ ଦେ… ଷ୍ଟେସନରେ ବାଜୁଥିବା ଏହି ସ୍ଵର କାହାର ? କେମିତି ରେଳବାଇରେ ଘୋଷଣା କରିବାକୁ ଚୟନ ହେଲେ ?

“ୟାତ୍ରୀଗଣ କୃପୟା ଧ୍ୟାନ୍ ଦେ…” ରେଲୱେ ଷ୍ଟେସନରେ ଆପଣ ନିଶ୍ଚିତ ଭାବେ ଏହି ସ୍ଵର ଶୁଣିଥିବେ । ଟ୍ରେନ ଚଳାଚଳ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବେଳେ ଏହି ସ୍ଵର ଶୁଣିବାକୁ ମିଳିଥାଏ । ବର୍ଷ ବର୍ଷ ଧରି ଏହି ପରିଚିତ ସ୍ଵର ଆମ କଣରେ ବାଜି ଆସୁଛି । ତେବେ ଏହି ଘୋଷଣା ବେଳେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ କି ଏହି ସ୍ଵର କାହାର ହେଇଥିବ ? ମହିଳାଜଣକ କେଉଁଠି ବସି ଏହା ଘୋଷଣା କରୁଛନ୍ତି ? ତେବେ ଆସନ୍ତୁ ରେଳବାଇର ପରିଚୟ ପାଲଟିଥିବା ଏହି ମହିଳାଙ୍କ ବିଷୟରେ ଜାଣିବା ।

ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ବେଳେ ବାଜୁଥିବା ସ୍ଵର ହେଉହୀ ସାରଳା ଚୌଧୁରୀ ନାମକ ମହିଳାଙ୍କର । ତାଙ୍କ ଜନ୍ମ ମୁମ୍ବାଇରେ ହୋଇଥିବା ବେଳେ ରେଳବାଇରେ କାର୍ଯ୍ୟ କରିବାର ତାଙ୍କର କୌଣସି ଯୋଜନା ନଥିଲା । କିନ୍ତୁ 1982 ମସିହାରେ ସେ ରେଳବାଇ ସହ ଯୋଡି ହୋଇଥିଲେ । ସେତେବେଳେ ରେଳବାଇରେ ଆନାଉନ୍ସର ପାଇଁ କର୍ମଚାରୀ ଖୋଜା ଚାଲିଥିଲା । ପ୍ରାୟ ଶହେରୁ ଅଧିକ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିଥିଲେ ।

ସେମାନଙ୍କ ମଧ୍ୟରୁ ସାରଳାଙ୍କର ସ୍ଵର ଆନାଉନ୍ସର ପାଇଁ ଏତେ ଫିଟ୍ ଥିଲା ଯେ ତାଙ୍କୁ ହିଁ ଏଥିପାଇଁ ଚୟନ କରା ଯାଇଥିଲା । ସାରଳାଙ୍କର ଏହି ଆନାଉନ୍ସର ପଦରେ ଚୟନ ହେଲା ସତ କିନ୍ତୁ ଏହା ଏକ ଅସ୍ଥାୟୀ ଚାକିରି ଥିଲା । ମାତ୍ର ତିନି ମାସ ପାଇଁ ଏହି ଆନାଉନ୍ସର ପଦ ବଛା ଯାଇଥିଲା ।

କିନ୍ତୁ ସାରଳାଙ୍କ କଣ୍ଠ ସ୍ଵରରେ ଘୋଷଣାକୁ ସମସ୍ତେ ପସନ୍ଦ କରିବା ପରେ 1986 ମସିହାରେ ତାଙ୍କୁ ସ୍ଥାୟୀ ଭାବେ ନିଆ ଯାଇଥିଲା । ତେବେ 2016 ପରଠାରୁ ଏହି ଘୋଷଣାକୁ ସଂପୂର୍ଣ୍ଣ ଭାବେ କମ୍ପ୍ୟୁଟର ଆଧାରରେ କରି ଦିଆ ଯାଇଥିବା ବେଳେ ଆଜି ବି ଦେଶରେ ଥିବା ଅନେକ ରେଳ ଷ୍ଟେସନ ମାନଙ୍କରେ ପୂର୍ବରୁ ଥିବା ସାରଳାଙ୍କ ରେକଡିଂ ଶୁଣିବାକୁ ମିଳିଥାଏ । ସାରଳା ଏବେ ରେଳବାଇରେ କୌଣସି ଘୋଷଣା କରୁନାହାନ୍ତି । କିନ୍ତୁ ତାଙ୍କ କଣ୍ଠ ସ୍ଵରରେ ଆଜି ବି “ୟାତ୍ରୀଗଣ କୃପାୟା ଧ୍ୟାନ୍ ଦେ” ଶୁଣିବାକୁ ମିଳୁଛି ।

ତେବେ ଜଣାପଡିଛି କି, ସାରଳା ଏବେ ଷ୍ଟେସନରେ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟରେ କାମ କରୁଛନ୍ତି । ସାରଳାଙ୍କ ପରିବାରବର୍ଗ ଓ ବନ୍ଧୁମାନେ ରେଳ ଷ୍ଟେସନରେ ତାଙ୍କ ସ୍ଵର ଶୁଣି ଖୁସି ହେବାସହ ଗର୍ବିତ ଅନୁଭବ କରୁଥିବା କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।