ବିନା ଫ୍ରିଜରେ ଜୁଗାଡ ଲଗେଇ ଆଇସକ୍ରିମ ବନେଇଲେ ମହିଳା,  Anand Mahindra ବି ଦେଖିକି ହେଇଗଲେ ଫ୍ୟାନ, ଶେୟାର କଲେ video

ଖରାଦିନ ଆରମ୍ଭ ହେଉ ହେଉ ଆଇସକ୍ରିମ ଖାଇବାକୁ ସମସ୍ତଙ୍କ ମନ ହୋଇଥାଏ । ଖରା ଗରମରୁ ବଞ୍ଚିବା ପାଇଁ ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଆଇସକ୍ରିମ ଖାଇଥାନ୍ତି । ଆଜିକାଲି ମାର୍କେଟକୁ ବିଭିନ୍ନ ପ୍ରକାର ଫ୍ଲେଭର ର ଆଇସକ୍ରିମ ସବୁ ଆସିଲାଣି । ତେବେ ଆମେ ଆଇସକ୍ରିମ କଥା ଏଥିପାଇଁ କହୁଛୁ କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଆଇସକ୍ରିମ ପ୍ରସ୍ତୁତି ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି ।

ବିଜନେସ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ନିଜେ ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିବା ପରେ ଏବେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି ଓ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ମହିଳାଜଣକ ଅତି ଗଜବ ଜୁଗାଡ ଲଗେଇ ଆଇସକ୍ରିମ ପ୍ରସ୍ତୁତ କରୁଛନ୍ତି । ଯାହା ଆପଣ ହୁଏତ କେବେବି ଦେଖି ନଥିବେ କି ଜାଣି ନଥିବେ ।

ମହିଳାଜଣକ ପଙ୍ଖା ବା ସିଲିଙ୍ଗ ଫ୍ୟାନ ର ସହାୟତାରେ ଖୁବ ଶାନଦାର ଉପାୟରେ କେମିତି ଆଇସକ୍ରିମ ପ୍ରସ୍ତୁତ କରୁଛନ୍ତି ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି । ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ଶେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, “ଯେଉଁଠି ଇଚ୍ଛା ଥାଏ ସେଠାରେ ଉପାୟ ଆପେ ଆପେ ଆସେ । ହାତ ଏବଂ ପଙ୍ଖା ସାହାଯ୍ୟରେ ତିଆରି ଆଇସକ୍ରିମ କେବଳ ଭାରତରେ ହିଁ ଦେଖିବାକୁ ପାଇବେ ।”

ମାତ୍ର 2 ମିନିଟ 31 ସେକେଣ୍ଡ ର ଏହି ଭିଡିଓକୁ ଏବେ ଯାଏଁ 8 ଲକ୍ଷରୁ ଉର୍ଦ୍ଧ ଲୋକ ଦେଖି ସାରିଲେଣି । ସେହିପରି ପ୍ରାୟ 670 ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିବା ସହ ଭିଡିଓରେ ଭଲ ଭଲ ରେସପନ୍ସ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ମହିଳାଜଣକ ପ୍ରଥମେ ଗ୍ଯାସ ଚୁଲାରେ ଏକ ବଡ ରସ ହାଣ୍ଡି ସାହାଯ୍ୟରେ ଆଇସକ୍ରିମ ବ୍ୟାଟର ପ୍ରସ୍ତୁତ କରୁଛନ୍ତି ।

ଏହାପରେ ଆଇସକ୍ରିମ ବ୍ୟାଟରକୁ ଏକ ବଡ ଷ୍ଟିଲ କଣ୍ଟେନର ବା କ୍ୟାନ ଭିତରେ ଢାଳି ଦେଉଛନ୍ତି । ଏହାପରେ ସେହି କ୍ୟାନଟିକୁ ଆଉ ଏକ ବଡ ପାତ୍ରରେ ରଖୁଛନ୍ତି ଏବଂ ସେଥିରେ ବରଫ ଖଣ୍ଡ ଗୁଡିକୁ ରଖୁଛନ୍ତି । ଏହାପରେ ପଙ୍ଖାରେ ଏକ ଦଉଡି ବାନ୍ଧି କ୍ୟାନର ହ୍ୟାଣ୍ଡେଲରେ ବାନ୍ଧି ଦେଉଛନ୍ତି ଏବଂ ପଙ୍ଖା ଚଲେଇ ଦେଉଛନ୍ତି ।

ପଙ୍ଖା ଘୂରିବା ସହ ଆଇସକ୍ରିମ ରଖା ଯାଇଥିବା କ୍ୟାନଟି ମଧ୍ୟ ବରଫ ଭିତରେ ଥାଇ ଘୂରୁଛି । ଏଭଳି କିଛି ସମୟ ଘୂରିବା ପରେ ପ୍ରସ୍ତୁତ ହୋଇଯାଉଛି ଆଇସକ୍ରିମ । ମହିଳାଜଣକ ଫ୍ୟାନ ଅଫ୍ କରି କ୍ୟାନ ଖୋଲି ଏକ କାଚ ଗିନାରେ ଆଇସକ୍ରିମ ସର୍ଭ କରୁଛନ୍ତି । ଏଭଳି ଆଇସକ୍ରିମ ବନିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଯେତିକି ହେଉଛନ୍ତି ସେତିକି ମହିଳାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାଣଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।