ପ୍ରେମିକାର ଭଲପାଇବା ଆଗରେ ଫିକା ପଡିଗଲା ଲକ୍ଷ ଲକ୍ଷ ଲୋକଙ୍କ ଭଲପାଇବା । ସମସ୍ତେ ସିନା ତାଙ୍କୁ ଭଲ ପାଉଥିଲେ ହେଲେ ସେ ପ୍ରେମ କରୁଥିଲେ ଆଉ କାହାକୁ । ସେ ସୁନ୍ଦରୀ ସାଙ୍ଗକୁ ଡାକ୍ତରାଣୀ ବି ଥିଲା । ଘରେ ସବୁ ରାଜି ହୋଇଯିବେ ଓ ଆଗପଛ ବୁଝିବିଚାରୀ ତାଙ୍କୁ ପ୍ରେମ କରିଥିଲେ ଡିଜେ ଆଜେକ୍ସ । ହେଲେ ଶେଷରେ ଜାଣିବାକୁ ପାଇଲେ ଯେ ସେ ଯାହାକୁ ଭଲ ପାଉଛନ୍ତି ସେ ଲୁଚି ଲୁଚି ଆଉ କାହା ସହ ରାତି ବିତାଉଛି ।
ଯାହା ଜନ୍ମଦିନରେ ଡିଜେ ଆଜେକ୍ସ କେକ୍ କାଟୁଥିଲେ ସେ ଆଉ କାହା ସହ ମିଶି ମୋର କାଟୁଛି । ଯାହାକୁ ନେଇ ଡିଜେ ଆଜେକ୍ସ ସ୍ଵପ୍ନ ଦେଖୁଥିଲେ ସେ ତାଙ୍କ ସ୍ଵପ୍ନରେ ପାଣି ଢାଳି ଆଉ କାହାସହ ସ୍ଵପ୍ନ ଦେଖୁଛି । ଯାହାକୁ ଏତେ ଭଲ ପାଇଥିଲି ଓ ଭାବିଥିଲି ଆମେ କେବେ ଅଲଗା ହେବୁନି ତାହା ଏତେ ଶୀଘ୍ର ଭୁଲ ପ୍ରମାଣିତ ହେବ ବୋଲି ହୁଏତ ବିଶ୍ବାସ କରି ପାରି ନଥିଲେ ଡିଜେ ଆଜେକ୍ସ । ଆଉ ତା’ ବିନା ଏ ଦୁନିଆ ଆଉ ବିଲକୁଲ ଭଲ ଲାଗି ନଥିଲା ଡିଜେ ଆଜେକ୍ସ ।
ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ପରେ ଏବେ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ । ଡିଜେଙ୍କ ପରିବାର ଓ ସାଙ୍ଗମାନେ ଏଥିପାଇଁ ତାଙ୍କ ଡାକ୍ତରାଣୀ ପ୍ରେମିକାଙ୍କୁ ଦାୟୀ କରିଛନ୍ତି । ଆଉ ଶୁଣିବାକୁ ମିଳିଛି କି, ପୋଲିସ ଏବେ ପ୍ରେମିକା ଜିଜ୍ଞାସାଙ୍କୁ ପଚରାଉଚରା କରିବ । ଖାଲି ସେତିକି ନୁହେଁ ବରଂ ତାଙ୍କ ବେଷ୍ଟଫ୍ରେଣ୍ଡ ରଶ୍ମିଙ୍କୁ ମଧ୍ୟ ଏନେଇ ପୋଲିସ ପଚରାଉଚରା କରିବ ବୋଲି ଶୁଣିବାକୁ ମିଳିଛି ।
ଆଉ ଏହା ପୂର୍ବରୁ ଡିଜେ ଆଜେକ୍ସଙ୍କ ମୃ-ତ-ଦେ-ହ ମିଳିଥିବା ରୁମ୍ ରୁ ଏକ କାଗଜ ପୋଲିସ ହାତରେ ଲାଗିଛି । ଆଉ ସେହି କାଗଜରେ ଡିଜେ ଆଜେକ୍ସ ନିଜ ହାତରେ କିଛି ଲେଖି ଯାଇଛନ୍ତି । ସେଥିରେ ଲେଖାଅଛି, ବୋଉ ଲୋ କର୍ଣ୍ଣାଟକ ବ୍ଯାଙ୍କରେ ମୋର କିଛି ଟଙ୍କା ଅଛି ଓ ସେହି ଆକାଉଣ୍ଟର ପାସୱାର୍ଡ ହେଉଛି ଏଇଆ । ଆଉ ବୋଉଙ୍କୁ ସେହି ଟଙ୍କା ଉଠେଇ ଆଣିବାକୁ କହିଛନ୍ତି ଡିଜେ ଆଜେକ୍ସ । ଲକ୍ଷ ଲକ୍ଷ ଲୋକ ସିନା ଆଜେକ୍ସଙ୍କୁ ଭଲ ପାଉଥିଲେ ହେଲେ ସେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀଙ୍କ ପ୍ରେମ ଆଗରେ ହାରିଗଲେ ।
ତେବେ ଏହାଛଡା ଡିଜେ ଆଜେକ୍ସ ସେହି କାଗଜରେ ଆଉ କିଛି ବି ଲେଖିନାହାନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଓ ଦେଖାଯାଉ କେବେ ସୁନ୍ଦରୀ ଡାକ୍ତରାଣୀଙ୍କୁ ଜେରା କରୁଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।