ଲଚକମଣୀ ଗୀତରେ ଏମିତି ଧୂଳି ଉଡାଉଥିଲେ ହେଲେ ହଠାତ କାହିଁକି ଫ୍ୟାନରେ ଝୁଲି ପଡିଲେ DJ Azex ?

ଲଚକମଣୀ ଗୀତରେ ଦର୍ଶକଙ୍କୁ ଝୁମାଇବା ସହ ନିଜେ ବି ଖୁବ ଝୁମିଥିଲେ ଡିଜେ ଆଜେକ୍ସ । ସେମିତି ବଜରଙ୍ଗ ବଜରଙ୍ଗ ଗୀତରେ ବି ଷ୍ଟେଜରେ ଧୁଳି ଉଡେଇ ଦେଇଥିଲେ । ହେଲେ ଆଉ ଡିଜେ ଆଜେକ୍ସଙ୍କ ସ୍ଵର ଶୁଭିବନି କି ତାଙ୍କ ଡାନ୍ସ ଦେଖିବାକୁ ମିଳିବନି । କାରଣ ଆ-ତ୍ମ-ହ-ତ୍ୟା ଭଳି ଭୁଲ ନିଷ୍ପତ୍ତି ନେଇ ସାରିଛନ୍ତି ଏହି ଲୋକପ୍ରିୟ ଡିଜେ । ଏବେ ସାରା ରାଜ୍ୟରେ ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃ-ତ୍ୟୁ-କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅକ୍ଷୟଙ୍କ ବନ୍ଧୁ ଓ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି, ଅକ୍ଷୟଙ୍କ ଆ-ତ୍ମ-ହ-ତ୍ୟା ପଛରେ ତାଙ୍କ ପ୍ରେମିକା ଓ ତାଙ୍କ ପୁରୁଷବନ୍ଧୁଙ୍କ ହାତ ରହିଛି । ମୃ-ତ୍ୟୁ-ର ମାତ୍ର 4 ଦିନ ପୂର୍ବରୁ ଜଣେ ସାଙ୍ଗଙ୍କ ଜନ୍ମଦିନ ବେଶ ଖୁସିମିଜାଜରେ ପାଳନ କରିଥିଲେ ଡିଜେ ଆଜେକ୍ସ । ସାଙ୍ଗଙ୍କୁ କେକ୍ ଖୁଆଇଥିଲେ ଆଉ ଫଟୋ ଉଠାଇଥିଲେ । ହେଲେ ଏହାର 4ଟା ଦିନ ପରେ ବଦଳିଗଲା ପୁରା ଚିତ୍ର । ଡିଜେ ଆଜେକ୍ସଙ୍କ ଶୋ’ ଗୁଡିକୁ ଦେଖିଲେ ଆପଣ ଜାଣିପାରିବେ କି ତାଙ୍କ ଗୀତରେ ଦର୍ଶକ କେମିତି ମତୁଆଲା ହୋଇ ନାଚୁଥିଲେ ।

ଷ୍ଟେଜ ଉପରେ ଚଢିଲା ମାତ୍ରେ ବେଶ ମାହୋଲ ଜମାଇ ଦେଉଥିଲେ ଆଜେକ୍ସ । ଏତେ ଖୁସିମିଜାଜ ରହୁଥିବା ଯୁବକ ଏମିତି ଆ-ତ୍ମ-ହ-ତ୍ୟା କରି ଦେବେ ବୋଲି କେହି କେବେ ଭାବି ନଥିଲେ । ସେଦିନ ବର୍ଷା ପରେ ବିଜୁଳି କଟିଯିବାରୁ ଡିଜେ ଆଜେକ୍ସ ନିଜ ରୁମ୍ କୁ ପଳେଇ ଯାଇଥିଲେ । ଆଉ ସେଠାକୁ ଯାଇ ଫ୍ୟାନରେ ଝୁ-ଲି ପଡିଥିଲେ । ପରିବାର ଲୋକେ ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ମେଡିକାଲ ନେଇ ଯାଇଥିଲେ ସତ ହେଲେ ସେ ଆଉ ବଞ୍ଚି ପାରି ନଥିଲେ ।

ତାଙ୍କ ମୃ-ତ୍ୟୁ ପରେ ଏବେ ସାମ୍ନାକୁ ଆସିଛି ତ୍ରିକୋଣୀୟ ପ୍ରେମ କାହାଣୀ । ପୁଅର ମୃ-ତ୍ୟୁ ପାଇଁ ଜଣେ ଯୁବତୀ ଓ ତା’ର ଜଣେ ବନ୍ଧୁ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅକ୍ଷୟ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ ସେ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ଆଜେକ୍ସଙ୍କୁ ଧୋକା ଦେଇ ଆସୁଥିଲେ । ତାଙ୍କ ସହ ମିଶିବାକୁ ବାରଣ କରିବାରୁ ଉକ୍ତ ଯୁବତୀ ଓ ଟଣକ ବନ୍ଧୁ ମିଶି ଅକ୍ଷୟଙ୍କୁ ବ୍ଲା-କ-ମେ-ଲ କରୁଥିବା ଜଣାପଡିଛି ।

କିଛିଦିନ ପୂର୍ବେ ଯୁବତୀଙ୍କ ଆକାଉଣ୍ଟରେ ଅକ୍ଷୟ 15 ହଜାର ଟଙ୍କା ପଠାଇଥିବା ମଧ୍ୟ ପ୍ରମାଣ ରହିଛି । ତେଣୁ ଏହି ମାମଲାର ସଠିକ ତଦନ୍ତ ହେଉ ଓ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଡିଜେ ଆଜେକ୍ସଙ୍କ ପରିବାର ଓ ବନ୍ଧୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।