କ୍ରିକେଟର ରିଷଭ ପନ୍ତ ଭୟଙ୍କର ସଡକ ଦୁ-ର୍ଘ-ଟ-ଣା-ରୁ ରକ୍ଷା ପାଇବା ପରେ ଚଳିତ ବର୍ଷ ଆଇପିଏଲ ରୁ ବାଦ୍ ପଡିଛନ୍ତି । ସେ ଦିଲ୍ଲୀ କ୍ୟାପିଟାଲ୍ସର କ୍ଯାପଟେନ ଥିବାବେଳେ ଆଇପିଏଲ ରୁ ବାଦ୍ ପଡିବା ଦିଲ୍ଲୀ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେବେ ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ବଦଳରେ ନୂଆ କ୍ଯାପଟେନ ବାଛି ସାରିଛି । ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦ ମିଳିଥିବା ବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଶର ପଟେଲଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରିଛି ଦଳ ।

ଏନେଇ ପ୍ରଥମେ ଗତ ଗୁରୁବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଜଣାଇଛି । ଉଭୟ ଖେଳାଳିଙ୍କ ଫଟୋ ଓ ନାମ ଶେୟାର କରି ଦୁହିଁଙ୍କୁ କ୍ଯାପଟେନ ଓ ଭାଇସ କ୍ଯାପଟେନ ବନେଇଥିବା ଦଳ ସୂଚନା ଦେଇଛି । 36 ବର୍ଷୀୟ ୱାର୍ଣ୍ଣରଙ୍କ ପାଖେ ପୂର୍ବରୁ ମଧ୍ୟ ଆଇପିଏଲ ଅଧିନାୟକତାର ଅନୁଭୂତି ରହିଛି । ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ପଦ ପାଇବା ପରେ ଏନେଇ ୱାର୍ଣ୍ଣର କହିଛନ୍ତି, ରିଷଭ ପନ୍ତ ଦିଲ୍ଲୀ ପାଇଁ ଜଣେ ଶାନଦାର କ୍ଯାପଟେନ ଥିଲେ ।
ହେଲେ ଏଥର ପୁରା ସିଜିନରେ ଆମେ ତାଙ୍କୁ ମିସ୍ କରିବୁ । ଏହାସହ ୱାର୍ଣ୍ଣରଙ୍କୁ କ୍ଯାପଟେନ ଭାବେ ବାଛିଥିବାରୁ ସେ ଦିଲ୍ଲୀ ଟିମ୍ ର ମ୍ୟାନେଜମେଣ୍ଟ ଓ ଫ୍ରାଞ୍ଚାଇଜିକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଖୁବ ଶୀଘ୍ର ନିଜ ଟିମ୍ ସହ ପଡିଆକୁ ଓହ୍ଲାଇବା ପାଇଁ ସେ ଉତ୍ସାହିତ ଥିବା କହିଛନ୍ତି । ୱାର୍ଣ୍ଣର ଆଇପିଏଲ ର ଜଣେ ସଫଳ ଅଧିନାୟକ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

ସେ 2016 ରେ ସନରାଇଜର୍ସ ହାଇଦ୍ରାବାଦକୁ ଚମ୍ପିୟାନ କରାଇଥିବା ବେଳେ ଦୀର୍ଘ ସମୟ ଧରି ଅଧିନାୟକ ରହିବାର ଅଭିଜ୍ଞାତା ମଧ୍ୟ ୱାର୍ଣ୍ଣରଙ୍କ ପାଖରେ ରହିଛି । ଏହାସହ ଦିଲ୍ଲୀ ଡେୟାର ଡେଭିଲ୍ସର ମଧ୍ୟ କ୍ଯାପଟେନ ରହି ସାରିଛନ୍ତି ୱାର୍ଣ୍ଣର । ସେ ବର୍ତ୍ତମାନ ସୁଦ୍ଧା 69ଟି ଆଇପିଏଲ ମ୍ଯାଚରେ କ୍ଯାପଟେନ ରହିଥିବା ବେଳେ ଏଥିରୁ 35ଟି ମ୍ଯାଚରେ ଟିମ୍ କୁ ଜିତେଇଛନ୍ତି ।
ସେହିପରି 32ଟି ମ୍ଯାଚ ପରାଜୟ ହୋଇଥିବା ବେଳେ ଦୁଇଟି ମ୍ଯାଚ ଟାଇ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ନିଜ କ୍ଯାପଟେନ ଘୋଷଣା କରିବା ପରେ ଏବେ ଆଇପିଏଲ ର 10ଟି ଯାକ ଟିମ୍ ରେ କିଏ କିଏ କ୍ଯାପଟେନ ରହିବେ ତାହା ପକ୍କା ହୋଇଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।