ମେଡିକାଲ ବେଡରେ ସ୍ଵାମୀ ହେଲେ ପ୍ରେମିକ ସହ ଫେରାର ହେଇଗଲା ସ୍ତ୍ରୀ, ଏନେଇ ସେ କଣ କହୁଛନ୍ତି ଟିକେ ଶୁଣନ୍ତୁ, ଦେଖନ୍ତୁ video

ମେଡିକାଲ ବେଡରେ ପଡି କଷ୍ଟ ପାଉଛନ୍ତି ସ୍ଵାମୀ । ଆଉ କୋହଭରା କଣ୍ଠରେ କହୁଛନ୍ତି, ମୋ ଦେହ ଖରାପ ହେଲେ ସ୍ତ୍ରୀ ମୋତେ ଛାଡି ତା’ ପ୍ରେମିକ ସହ ଫେରାର ହୋଇଯାଇଛି । ଏବେ ଆଉ କାହା ମୁହଁ ଚାହିଁ ବଞ୍ଚିବି ! ମୁଁ ଆଉ ବଞ୍ଚିବାକୁ ଚାହୁଁନି । ସ୍ଵାମୀଙ୍କର ଏଭଳି କଷ୍ଟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ହେଲେ ତାଙ୍କ ସ୍ତ୍ରୀ ନିଜ ପ୍ରେମିକକୁ ବାହା ହୋଇ ଖୁବ ଖୁସି ଅଛି । ଉଭୟ ବେକରେ ଫୁଲମାଳ ପକାଇ ନିଜେ ନିଜେ ବାହା ହୋଇ ଫେରାର ହୋଇ ଯାଇଛନ୍ତି ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଳେଶ୍ଵର ବ୍ଲକ ଗୋପୀମୋହନପୁର ପଞ୍ଚାୟତ ଛମୌଜ ଗାଁରେ । ସ୍ଵାମୀ ଡାକ୍ତରଖାନା ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ହେଲେ ସ୍ଵାମୀର କଷ୍ଟ ଦେଖିବାକୁ ପାଖରେ ନାହିଁ ସ୍ତ୍ରୀ । ପ୍ରେମିକ ସହ ହସି ହସି ବେକରେ ଫୁଲମାଳ ପକାଇ ବାହା ହୋଇ ଯାଉଛି । ଛମୌଜ ଗାଁର କୁଞ୍ଜବିହାରୀ ଦତ୍ତ 2020 ରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁନାରୋହୀ ଗାଁର ଦେବାକୁମାର ରଞ୍ଜନଙ୍କ ବଡ ଝିଅ ଦୀପିକା ରାଣୀ ରଞ୍ଜିତାଙ୍କୁ ବୈଦିକ ରୀତିନୀତିରେ ବିବାହ କରି ଘରକୁ ଆଣିଥିଲେ ।

ହେଲେ ଦୀପିକା ବିବାହ ପୂର୍ବରୁ ହରିଦା ଗାଁର କମଳାକାନ୍ତ ଜେନାଙ୍କୁ ପ୍ରେମ କରୁଥିଲେ । ଦୀପିକାଙ୍କ ବାହାଘର ପରେ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ଜାରି ରହିଥିଲା । ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତ ସ୍ତ୍ରୀ କଣ କେବେ ଏମିତି କରିପାରେ ? ସ୍ଵାମୀ ନାଁରେ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧୁଥିଲା ତାକୁ ପର କରି ଦେଇ ଅନ୍ୟ ପୁରୁଷ ସହ କେବେ କଣ ଚାଲି ଯାଇ ପାରେ ?

ସ୍ଵାମୀ ଅସୁସ୍ଥ ଥିବା ବେଳେ ସ୍ତ୍ରୀ କଣ ଆଉ କାହାକୁ ବାହା ହୋଇ ପଳେଇ ଯାଇ ପାରେ ? ସ୍ତ୍ରୀ ଯଦି ଏମିତି କରୁଛି ତେବେ ତାକୁ କଣ ପ୍ରକୃତରେ ସ୍ତ୍ରୀ ବୋଲି କୁହାଯିବ ? ଏନେଇ ସ୍ତ୍ରୀ ଜଣକ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଉକ୍ତ ଯୁବକ ଜଣକ ତାଙ୍କୁ ବିବାହ ପୂର୍ବରୁ ଏକତରଫା ପ୍ରେମ କରୁଥିଲେ ଓ ବିବାହ ପରେ ତାଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ ।

ଆଉ ଏବେ ବର୍ତ୍ତମାନ ପରିସ୍ଥିତି ଯୋଗୁଁ ସେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ଦୀପିକା ତାଙ୍କ ସ୍ଵାମୀଙ୍କ ପାଖକୁ ପୁଣି ଥରେ ଫେରିଯିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।