ଖୁବ ଶୀଘ୍ର ଓଡିଶା ରୋଡ ଦିଶିବ ଆମେରିକା ଭଳି, ବଡ ସୂଚନା ଦେଲେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ Nitin Gadkari, ଦେଖନ୍ତୁ video

ଏଥର ଫରେନ ଭଳି ଲାଗିବ ଓଡିଶାର ରାସ୍ତା । ଓଡିଶାରେ ଗାଡି ଚଳାଇବେ ହେଲେ ଯେମିତି ଫରେନରେ ଅଛନ୍ତି ସେହିଭଳି ଲାଗିବ । ଓଡିଶାରେ ଥାଇ ଆମେରିକାରେ ରେ ଡ୍ରାଇଭିଂ କରିବାର ଅନୁଭବ ନେଇପାରିବେ । ଆଜ୍ଞା ହଁ, 2024 ସୁଦ୍ଧା ଓଡିଶାର ସମସ୍ତ ଜାତୀୟ ରାଜପଥ ଗୁଡିକ ଆମେରିକାର ହାଇୱେ ଭଳି ଚକାଚକ ଦିଶିବାକୁ ଯାଉଛି । ଏଥର ରାଜରାସ୍ତାରେ ଆପଣ ସୁଖଦ ଯାତ୍ରାର ଆନନ୍ଦ ଉଠାଇ ପାରିବେ । ଦୂର ସ୍ଥାନକୁ ଯାତ୍ରା କରୁଥିଲେ ଶୀଘ୍ର ପହଞ୍ଚିବେ ଏବଂ ବାଣିଜ୍ୟିକ ଯାନବାହାନ ପାଇଁ ମଧ୍ୟ ଏହା ଲାଭଦାୟକ ହେବ ।

କାରଣ ଯାତ୍ରା ସମୟ ହ୍ରାସ ପାଇବ ଓ ବ୍ଯବସାୟିକ କ୍ଷେତ୍ର ପାଇଆନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଏନେଇ ନିଜେ ସୂଚନା ଦେଇଛନ୍ତି କେନ୍ଦ୍ର ଓ ଜାତୀୟ ସଡକପଥ ମନ୍ତ୍ରୀ ନିତିନ ଗଡକରୀ । ସେ କହିଛନ୍ତି, ଓଡିଶାର ଜାତୀୟ ରାଜପଥକୁ ନେଇ ଅନେକ ଭିତ୍ତିଭୂମି କାମ ଚାଲିଛି । କଥା ଦେଉଛି  2024 ଶେଷ ସୁଦ୍ଧା ରାସ୍ତା ସବୁ ଆମେରିକା ଭଳି ହୋଇଯିବ । ଜାତୀୟ ରାଜପଥ ଭିତ୍ତିଭୂମି ଆମେରିକା ରାସ୍ତା ଭଳି ଅନୁଭବ ହେବ ।

ଉଚ୍ଚ ମାନର ରାସ୍ତା ଓଡିଶାର ବିକାଶକୁ ଏକ ସୋପାନ ଦେବ । କେବଳ ଓଡିଶା ନୁହେଁ ବରଂ ସାରା ଭାରତର ଅନେକ ରାଜ୍ୟରେ ଏହିସବୁ କାର୍ଯ୍ୟ ଚାଲୁ ରହିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କେନ୍ଦ୍ର ସଡକ ପରିବହନଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଜଡିତ ହୋଇଥିଲେ ।

ଏହା ପୂର୍ବରୁ ଗତ ବର୍ଷ ସଂସଦକୁ ସମ୍ବୋଧନ କରିବା ବେଳେ ମଧ୍ୟ 2024 ଶେଷ ବେଳକୁ ଦେଶର ରୋଡ ଆମେରିକାର ରୋଡ ଭଳି ହୋଇଯିବ ବୋଲି ମନ୍ତ୍ରୀ କହିଥିଲେ । ଏହାସହ ମନ୍ତ୍ରୀ କହିଥିଲେ କି,  ଆମେରିକା ଏଥିପାଇଁ ଭଲ ନୁହେଁ କି ସେ ଧନୀ । ଆମେରିକା ଏଥିପାଇଆନ ଭଲ କାରଣ ତାଙ୍କ ରୋଡ ଭଲ ।

ସେ ଆହୁରି ମଧ୍ୟ କହିଥିଲେ, ଭାରତକୁ ଆତ୍ମନିର୍ଭର କରିବାର ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସଂକଳ୍ପ ନେଇଛନ୍ତି ମୁଁ ତାକୁ ଏହାରି ମାଧ୍ୟମରେ ପୂରଣ କରିବାକୁ ଯାଉଛି । ଏହାଦ୍ବାରା ରୋଜଗାର ବଢିବ, ଉନ୍ନତି ହେବ, ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବ  । ତେବେ ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।