ମୁଁ ବି ବାପାଙ୍କ ଭଳି ଅଭିନେତା ହେବାକୁ ଚାହୁଁଥିଲି । ଏବେ ମୋତେ କିଏ ହିରୋ କରିବ ଆଉ କିଏ ଅଭିନୟ କରିବା ଶିଖେଇବ ବାପା ? ତୁମ ଅଭିନୟକୁ ସମସ୍ତେ ପ୍ରଶଂସା କରନ୍ତି । ଆଉ ସେସବୁ ଦେଖି ମୁଁ ବି ଭାବେ କି ମୁଁ ତୁମ ଭଳି ଅଭିନେତା କରିବି । ହେଲେ ବାପା ତୁମେ ଚାଲିଗଲା ଆଉ ମୁଁ ଏବେ କଣ ଅଭିନୟ ଶିଖିପାରିବି ? ବାପାଙ୍କ ଚିତା ପାଖରେ ଠିଆ ହୋଇ କାନ୍ଦି କାନ୍ଦି ଏମିତି ଅନେକ ପ୍ରଶ୍ନ ପିଣ୍ଟୁଙ୍କୁ ପଚାରି ଚାଲିଛି ତାଙ୍କ ବଡ ପୁଅ ସାଇ । ପିଣ୍ଟୁଙ୍କ ଭଳି ସେ ବି ଦେଖିବାକୁ ବହୁତ ହ୍ୟାଣ୍ଡସମ ।
ପୁଅକୁ ଭଲ ଅଭିନେତା କରିବେ ବୋଲି ପିଣ୍ଟୁ କୁଆଡେ ତାଙ୍କୁ ସବୁବେଳେ କହୁଥିଲେ । ଓଡିଆ ସିନେ ଜଗତର ଭଲ ଅଭିନେତା ଟିଏ କରିବା ପାଇଁ ସ୍ଵପ୍ନ ଦେଖିଥିଲେ ପିଣ୍ଟୁ ନନ୍ଦ । ହେଲେ ଅଧୁରା ରହିଗଲା ପିଣ୍ଟୁଙ୍କ ସ୍ଵପ୍ନ । ଆଉ ସେହି କଥାକୁ ଏବେ ମନେପକାଇ ବାପାଙ୍କା ପାଖରେ ଭୋ ଭୋ ହୋଇ କାନ୍ଦୁଛି ତାଙ୍କ ପୁଅ । ଏହି ଦୃଶ୍ୟକୁ ଭଲରେ ଦେଖିଲେ ଆପଣଙ୍କ ଆଖି ବି ଭିଜିଯିବ । ଏତେ କମ୍ ବୟସରୁ ବାପାକୁ ହରାଇବାର ଦୁଃଖ କେମିତି ବା ସହିବ କୋମଳମତି ମନ ।
ପିଣ୍ଟୁ ନନ୍ଦଙ୍କ ଚିତା ପାଖରେ ଠିଆ ହୋଇ ବାପାଙ୍କ ସହ ବିତାଇଥିବା ପ୍ରତିଟି ମୂହୁର୍ତ୍ତକୁ ମନେପକାଇ ଆଖିରୁ ଲୁହ ଝରୁଛନ୍ତି ତାଙ୍କ ବଡ ପୁଅ । ଆଉ ବାପାଙ୍କୁ ଜୁଇର ଚିତାରୁ ଫେରାଇ ଆଣିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ହେଲେ ପିଣ୍ଟୁ ଏମିତି ଏକ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଯେଉଁଠି ସେ ଆଉ ଫେରି ଆସିବେ ନାହିଁ ।
ଆଉ ଫେରି ଆସିବେ ନାହିଁ କି ପୁଅ ଆଖିରୁ ଲୁହ ପୋଛି ତାକୁ ଆଉ ବୁଝେଇ ପାରିବେ ନାହିଁ । ପିଣ୍ଟୁଙ୍କୁ ଉଚିତ ସମୟରେ ଲିଭର ଡୋନର ମିଳି ଯାଇଥିଲେ ହୁଏତ ସେ ଆଜି ବଞ୍ଚି ଯାଇଥାନ୍ତେ । ହେଲେ ତାଙ୍କ ଆଗରେ ଥିଲା ଅନେକ ପ୍ରତିବନ୍ଧକ । ଅପେକ୍ଷା ଭିତରେ ମଉଳିବାରେ ଲାଗିଥିଲା ବଞ୍ଚିବାର ଆଶା । ଦିଲ୍ଲୀରୁ ହାଇଦ୍ରାବାଦ ଆସିବା ପରେ ହୁଏତ ପିଣ୍ଟୁଙ୍କ ମନୋବଳ ଏକଦମ ଭାଙ୍ଗି ଯାଇଥିଲା । ଭଲ ହୋଇ ସ୍ତ୍ରୀ ଓ ପୁଅଙ୍କ ସହ ସୁଖରେ ଜୀବନ କାଟିବାର ସ୍ଵପ୍ନ ମାଟିରେ ମିଶିଗଲା ।
ହୁଏତ ବାପାଙ୍କୁ ଅନୁସରଣ କରି ବଡ ପୁଅ ଭବିଷ୍ୟତରେ ଭଲ ଅଭିନେତାଟିଏ ହୋଇପାରନ୍ତି । ହେଲେ ପୁଅର ସଫଳତା ଦେଖିବାକୁ ବାପା ଆଉ ଏ ଦୁନିଆରେ ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।