ସ୍କୁଲ ପାଲଟିଲା ବିବାହ ମଣ୍ଡପ । କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ଏକଦମ ସତ । ହେଲେ କନ୍ଧମାଳର ଦାରିଙ୍ଗିବାଡିର ସୃଜାମାଜୃ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହାକୁ ନେଇ ପୁରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସ୍କୁଲ ଭିତରେ ଦ୍ଵିତୀୟ ବିବାହ କରିଛନ୍ତି ସେଠାକାର ପ୍ରଧାନ ଶିକ୍ଷକ । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ପ୍ରଧାନ ଶିକ୍ଷକଙ୍କର ସ୍କୁଲ ଭିତରେ ବିବାହର ଫଟୋ ସବୁ ବି ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ସ୍କୁଲର ଷ୍ଟୋର ରୁମ୍ ରେ ପ୍ରଧାନ ଶିକ୍ଷକ ବିବାହ କେକ୍ କାଟିବା ସହ ବରଣମାଳା ଅଦଳ ବଦଳ କରିଛନ୍ତି । ଶିକ୍ଷାନୁଷ୍ଠାନ ଭିତରେ ହୋଇଥିବା ଏହି ବିବାହରେ ସ୍କୁଲର ଅନ୍ୟ କର୍ମଚାରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି ।
ତେବେ ଖାଲି ବିବାହ ନୁହେଁ ବରଂ ଦ୍ଵିତୀୟ ବିବାହର ଭୋଜି ମଧ୍ୟ ସ୍କୁଲ ପରିସର ମଧ୍ୟରେ ହୋଇଥିବା ନେଇ ସୂଚନା ରହିଛି । ଶ୍ରୀପତି ପ୍ରଥମ ପତ୍ନୀ ନିରୁପମାଙ୍କୁ 2003 ରେ ବିବାହ କରିଥିଲେ ଓ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି । 12 ବର୍ଷର ଝିଅଟିଏ ଘରେ ଥାଉ ଥାଉ ଶ୍ରୀପତି ଏବେ ଅନ୍ୟ ଜଣଙ୍କୁ ବିବାହ କରିଥିବାରୁ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ପ୍ରଥମ ପତ୍ନୀ ।
ଗତ ସାତ ବର୍ଷ ଧରି ସେମାନଙ୍କ ପାରିବାରିକ ଚାଲିଥିବା ବେଳେ ଛାଡପତ୍ର ପାଇଁ ଶ୍ରୀପତି ଆବେଦନ କରିଥିବା କହିଛନ୍ତି ନିରୁପମା । ଉଭୟଙ୍କ ମାମଲା କୋର୍ଟରେ ଚାଲିଥିବା ବେଳେ ନିରୁପମା ଏବେ ବି ତାଙ୍କର ଲିଗାଳ ୱାଇଫ ଅଟନ୍ତି । ସରକାରୀ ସ୍କୁଲ ହତା ଭିତରେ ଏଭଳି ନିୟମ ବିରୋଧୀ କାର୍ଯ୍ୟ କିପରି କରାଗଲା ସେନେଇ ନିରୁପମା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଶ୍ରୀପତି ଏକଥାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।
ସେ କହିଛନ୍ତି ବିବାହ କଥା ସଂପୂର୍ଣ୍ଣ ମିଛ, ଏହା ମୋର ଜନ୍ମଦିନ ପାର୍ଟି ଥିଲା । ତେବେ ସେ ଯେଉଁ ପାର୍ଟି ହେଉ ସ୍କୁଲ ହତା ଭିତରେ ଏସବୁ ଆଇନ ହୋଇଥିବା ବେଳେ ଏଭଳି କାର୍ଯ୍ୟ କାହା ଅନୁମତିରେ କରାଗଲା ସେନେଇ ପ୍ରଶ୍ନ ଉଠୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।