ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଭାବରେ ଆମ ଓଡିଆ ସିନେ ଜଗତର ହିରୋଇନ କାଜଲ ଏବଂ ହିରୋ ଦୁସମନ୍ତଙ୍କୁ ଜାଣିଥିବେ । ଉଭୟ ଉଭୟଙ୍କୁ ପ୍ରେମ ବିବାହ କରିଛନ୍ତି ଅନେକ ବର୍ଷ ହେଲାଣି । ତେବେ ସେମାନଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବହୁତ ରହିଛି । ତାଙ୍କ ଭଲ ପାଇବାର କିଛି ରହସ୍ୟମୟ କଥା ମଧ୍ୟ ସେ କହିଛନ୍ତି । ଯାହାକୁ ଜାଣିବା ପାଇଁ ଦର୍ଶକ ମାନେ ସର୍ବଦା ଅନାଇ ବସିଥାନ୍ତି । ତେବେ ଆସନ୍ତୁ ଜାଣିବା କାଜଲ ଏବଂ ଦୁସମନ୍ତଙ୍କ ଜୀବନର କିଛି କାହାଣୀ ସମ୍ପର୍କରେ ।
କାଜଲ ଏବଂ ଦୁସମନ୍ତଙ୍କର ଦେଖା ଏକ ରିଆଲିଟି ସୋ ରେ ହୋଇଥିଲା ॥ ସେହିଦିନ ଠାରୁ ତାଙ୍କର ଭଲ ପାଇବା ଆରମ୍ଭ ହୋଇଥିଲା ଏବଂ ପରେ ତାଙ୍କ ବାହାଘର ମଧ୍ୟ ହୋଇଥିଲା । କାଜଲଙ୍କୁ ଦୁସମନ୍ତ ପ୍ରଥମେ ପ୍ରପୋଜ କରିଥିଲେ । ହେଲେ କାଜଲ ତାଙ୍କ ପ୍ରପୋଜାଲକୁ ଗ୍ରହଣ କରିବା ପାଇଁ ବହୁତ ଟାଇମ ନେଇଥିଲେ । ସେଥିପାଇଁ ଦୁସମନ୍ତଙ୍କୁ ବହୁତ ପାମ୍ପଡ ବେଲିବାକୁ ପଡିଛି ବୋଲି ଦୁସମନ୍ତ କହିଛନ୍ତି ।
କାଜଲ କହିଛନ୍ତି କି ସେ ଦୁସମନ୍ତଙ୍କୁ ତାଙ୍କ ଜୀବନ ସାଥି କରି କିଛି ଭୁଲ କରିନାହାନ୍ତି କାରଣ ଦୁସମନ୍ତ ବହୁତ ଭଲ ଏହି ସମାନ କଥା ମଧ୍ୟ ଦୁସମନ୍ତ କାଜଲଙ୍କ ପାଇଁ କହିଛନ୍ତି । ଜୀବନ ସାଥି ରୂପରେ ଉଭୟ ବହୁତ ଭଲ ବୋଲି କହିଛନ୍ତି । କାଜଲଙ୍କ କହିବା ଅନୁଯାୟୀ ତାଙ୍କ ଶାଶୁ ଘର ଲୋକ ବହୁତ ଭଲ ଅଟନ୍ତି । ସେ କେବେ ଆସ ମଧ୍ୟ କରିନଥିଲେ ଏଭଳି ଶାଶୁଘର ପାଇବେ ବୋଲି । ତାଙ୍କୁ ଶାଶୁ ଘର ଲୋକ ହିଁ ତାଙ୍କୁ ଏବେ ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିବା ପାଇଁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି ।
ତାଙ୍କ ଶାଶୁ କହିଲେ କାଜଲଙ୍କୁ କି ତୁ ତୋ ମନର ଇଛାକୁ ମାରି ଘରେ ବସିବା ବିଲକୁଲ ଠିକ ନୁହେଁ । ତେଣୁ ତୋ ଜୀବନର ଇଛାକୁ ପୁରା କର । ତାଙ୍କ ଶାଶୁଘର ଲୋକଙ୍କ କଥାକୁ ସମ୍ମାନ ଦେଇ ପୁଣି ସେ ସିନେ ଜଗତକୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରେ କାଜଲ ବହୁତ ରାଗି ବୋଲି ସେ ନିଜେ ମାନି ଯାଇଛନ୍ତି । ଦୁସମନ୍ତ କହିଛନ୍ତି ବୁଝାବଣା ଭିତରେ ସମ୍ପର୍କ ଲାମ୍ବା ସମୟ ପର୍ଯ୍ୟନ୍ତ ଚାଲେ ।
ଯଦି ଜଣେ ଖାଲି ସବୁବେଳେ ଉପରେ ରହିବାକୁ ଚେଷ୍ଟା କରିବ ତେବେ ସେହିଠାରେ ସମ୍ପର୍କ ଭାଙ୍ଗିଯାଏ । ଯାହାକି ତାଙ୍କ କ୍ଷେତ୍ରରେ ନାହିଁ । ଉଭୟ ଗୋଟିଏ କନ୍ୟା ସନ୍ତାନର ବାପା ମାଆ ମଧ୍ୟ ଅଟନ୍ତି । ଏବଂ ସେମାନେ ବହୁତ ଭାଗ୍ଯବାନ ମନେ କରୁଛନ୍ତି କି ସେମାନେ ଝିଅ ପାଇଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।