Naba ଙ୍କ ପରେ ଝିଅ Deepali କୁ ସମାଲୋଚନା କଲେ ବିଜେଡି ନେତ୍ରୀ Minati Bahidar, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

କିଛିଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବିଜେଡି ନେତ୍ରୀ ମିନତୀ ବହିଦାର । ନବ ଦାସ 2009 ମସିହାରେ ତାଙ୍କ ଭାଇକୁ ହ-ତ୍ୟା କରିଥିବା ଭଳି ସାଂ-ଘା-ତି-କ ଅଭିଯୋଗ କରିବା ସହ ନବଙ୍କ ମୃ-ତ୍ୟୁ-ରେ ସେ ଖୁବ ଖୁସି ଥିବା କହିଥିଲେ । ଏପରିକି ସେଦିନ ସେମାନେ ଭୋଜି କରି ଖାଇଥିଲେ ଓ ସାହିପଡିଶାଙ୍କୁ ଭୋଜି ଦେଇଥିଲେ ବୋଲି କହିଥିଲେ ।

ଖାଲି ସେତିକି ନୁହେଁ ବରଂ ନବ ଦାସଙ୍କ ହ-ତ୍ୟା କରିଥିବା ବହିଷ୍କୃତ ASI ତଥା ଅଭିଯୁକ୍ତ ଗୋପାଳ ଦାସକୁ ସାକ୍ଷାତ ନାରାୟଣ ବୋଲି କହିଥିଲେ ମିନତୀ । ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏବେ ମିନତୀ ପୁଣି ଥରେ ସାମ୍ନାକୁ ଆସିଛନ୍ତି । ନିକଟରେ ନବ ଦାସଙ୍କ ଦ୍ଵାଦଶାହ ଅବସରରେ ଏକ ସଭା ପରିବାର ଦ୍ଵାରା ଆୟୋଜନ କରାଯାଇଥିଲା ।

ଏହି ଉତ୍ସବରେ ଅନେକ ନେତା ଓ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ ଏହି ସଭାରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଅଭିଭାଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମିନତୀ । ସେ କହିଛନ୍ତି କି, ମୁଁ ବୁଝି ପାରୁନି ସେ ଝିଅ ବାପାଙ୍କ ଶୋକ ସଭା ପାଳନ କରୁଥିଲା ନା ଭୋଟ ପ୍ରଚାର କରୁଥିଲା । ସଭାରେ ଦୀପାଳି କହିଥିଲେ କି, ନବ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ପାଖକୁ ଅନେକ ଲୋକ ଆସି କହୁଛନ୍ତି ମା’ ଆମେ ଅନାଥ ହେଇଗଲୁ । ବାପା ଆମର ବହୁତ ବଡ ପରିବାର ଗଢି ଦେଇ ଯାଇଛନ୍ତି ।

ଏନେଇ ମିନତୀ କହିଛନ୍ତି କି, ନବ ଦାସ ଯେତେ ଖରାପ ଲୋକ ହେଲେ ମଧ୍ୟ ତାଙ୍କ ପିଲାଛୁଆଙ୍କ ପାଇଁ ନିଶ୍ଚିତ ଭାବେ ଜଣେ ଭଲ ବାପା ଥିବେ । ସେଥିପାଇଁ ପୁଅ ଝିଅଙ୍କ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି । ମା, ପୁଅ ଓ ଝିଅ ମାତ୍ର ତିନିଜଣ ଏତେ କୋଟି କୋଟିର ସମ୍ପତ୍ତି ସେମାନେ କଣ କରିବେ । ତେଣୁ ସେ ଯାହା କହୁଛନ୍ତି କି, ବାପା ଆମର ବଡ ପଡ଼ିଆର ଗଢି ଦେଇ ଯାଇଛନ୍ତି ଓ ଲୋକମାନେ କହୁଛନ୍ତି ଅନାଥ ହୋଇ ଯାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ ।

ନିର୍ବାଚନରେ ଠିଆ ହେବା ଅପେକ୍ଷା ସେମାନେ ଯଦି ଗରିବ ଲୋକଙ୍କ ସାହାଯ୍ୟ କରିବେ ଓ ପଶ୍ଚିମ ଓଡିଶାରେ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବେ ତେବେ ଭଲ ହେବ । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।