ଓଡିଶା ଇତିହାସରେ ଅନେକ ଥର ଘଟିସାରିଛି ଏଭଳି ଘଟଣା, ବିଚ୍ ସଡକରେ କରାଯାଇଥିଲା ଏହିସବୁ ନେତାଙ୍କ ଉପରେ ଆକ୍ରମଣ, ଦେଖନ୍ତୁ ଲିଷ୍ଟ

ବର୍ତ୍ତମାନ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ guli-ମା-ଡ ହେବା ଘଟଣା । ଯେଉଁଥିରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଶକ୍ତିଶାଳୀ ବିଜେଡି ନେତା ନବ ଦାସ । ତେବେ ଓଡିଶାର କୌଣସି ରାଜନୈତିକ ନେତାଙ୍କୁ guli-ମା-ଡ ହେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ କିଛି ନେତାଙ୍କ ସହ ଏଭଳି ଘଟିସାରିଛି । ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ଵର ମହାନ୍ତିଙ୍କ ଉପରେ ପୁରୀରେ ଆ-କ୍ର-ମ-ଣ ହୋଇଥିଲା ।

22 ଫେବୃୟାରୀ 2014 ରେ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ guli କରିଥିଲେ । ରାତି ପ୍ରାୟ 8ଟା ସମୟରେ ଏକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ବାଇକରେ ଆସି ମହେଶ୍ଵରଙ୍କୁ guli କରିଥିଲେ ଆ-କ୍ର-ମ-ଣ-କା-ରୀ । ହେଲେ ହାତରେ guli ବାଜିବାରୁ ଏହି ବରିଷ୍ଠ ବିଜେଡି ନେତା ଅଳ୍ପକେ ବର୍ତ୍ତି ଯାଇଥିଲେ । ବର୍ତ୍ତମାନ ବିଜେଡିର ଅନ୍ଯତମ ବରିଷ୍ଠ ନେତା ସୁଦାମ ମାରାଣ୍ଡିଙ୍କୁ ମଧ୍ୟ guli-ମା-ଡ କରା ଯାଇଥିଲା ।

13 ଅକ୍ଟୋବର 2009ରେ ଜେଏମଏମ ଦଳରେ ଥିଲେ ସୁଦାମ । ବାରିପଦାରୁ ପ୍ରାୟ 30କମି ଦୂର ଓଡିଶା-ପଶ୍ଚିମବଙ୍ଗ ସୀମାର ଶୂଳିଆପଦା ଥାନା ଅନ୍ତର୍ଗତ ପଣ୍ଡାବ ଗାଁକୁ ସେ ଫୁଟବଲ ମ୍ଯାଚ ଦେଖିବାକୁ ଯାଇଥିଲେ । ମ୍ଯାଚ ଦେଖୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆ-କ୍ର-ମ-ଣ ହୋଇଥିଲା । ଏହା ପଛରେ ନ-କ୍ସ-ଲ-ଙ୍କ ହାତ ଥିଲା ବୋଲି କୁହାଯାଉଥିଲା ।

ସୁଦାମ ମାରାଣ୍ଡି ଏହି ଆ-କ୍ର-ମ-ଣ-ରେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ, କିନ୍ତୁ ତିନିଜଣ ଯବାନଙ୍କ ଜୀବନ ଚାଲି ଯାଇଥିଲା । ସେହିପରି ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ଓ ତାଙ୍କ ପିଏସଓ ପ୍ରଶାନ୍ତ ପାତ୍ର ଲାଲବାହିନୀଙ୍କ guliରେ ଟଳି ପଡିଥିଲେ । ଜଗବନ୍ଧୁ ସେତେବେଳ ନବରଙ୍ଗପୁର ଜିଲ୍ଲା ଉମରକୋଟର ବିଧାୟକ ଥିଲେ ।

2011 ସେପ୍ଟେମ୍ବର 24 ତାରିଖରେ ରାଇଘର ବ୍ଲକର କୋନା ଗାଁରେ ଭୂମିହୀନ ଆଦିବାସୀଙ୍କୁ ଜମିପଟ୍ଟା ବଣ୍ଟନ ବେଳେ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲେ ଲାଲବାହିନୀ । ଏହା ପୂର୍ବରୁ 2004 ରେ ମଧ୍ୟ ତାଙ୍କ ଉପରେ ଆ-କ୍ର-ମ-ଣ ହୋଇଥିଲା । ବର୍ତ୍ତମାନ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ଵାମୀ ଅଭିମନ୍ୟୁ ସାହୁଙ୍କୁ ମଧ୍ୟ 15 ଡିସେମ୍ବର 2013ରେ ଧା-ରୁ-ଆ ଅ-ସ୍ତ୍ର-ରେ ହା-ଣି ହ-ତ୍ୟା କରାଯାଇଥିଲା ।

ଟିଟିଲାଗଡ ବନ୍ଧୁପାଳରେ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ବ୍ଯବସାୟିକ ଶତ୍ରୁତା ଯୋଗୁଁ ତାଙ୍କୁ ହ-ତ୍ୟା କରା ଯାଇଥିଲା । ଅଭିମନ୍ୟୁ ସେତେବେଳେ ଟିଟିଟଲାଗଡ ଅଞ୍ଚଳରେ ଜଣେ ଟାଣୁଆ ଯୁବ ବିଜେଡି ନେତା ଥିଲେ । 26 ଫେବୃୟାରୀ 2007ରେ ବଡ଼ବିଲ ନିକଟରେ ପୂର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ମଧ୍ୟ guli କରା ଯାଇଥିଲା ।

ସେତେବେଳେ ସେ ଚମ୍ପୁଆ ବିଧାୟକ ଥିଲେ । ନିଜ ଗାଡିରେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ guli କରିଥିଲେ ସିନା ହେଲେ ସେ ଏଥିରୁ ବର୍ତ୍ତି ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।