ବିମାନରେ ବସିଥିବା ବେଳେ ମୋବାଇଲ ଫ୍ଲାଇଟ ମୋଡ୍ ଅନ୍ ନକରିବା ହେଲା କାଳ, ଜଣଙ୍କ ଭୁଲ୍ ପାଇଁ ଚାଲିଗଲା ସମସ୍ତଙ୍କ ଜୀବନ !

ବିମାନର ଝରକା ସିଟ୍ ରେ ବସି ଫେସବୁକ ଲାଇଭ କରୁଥିଲେ ଓ ସମସ୍ତଙ୍କୁ ବିମାନ ବାହାରର ଦୃଶ୍ୟ ଦେଖାଉଥିଲେ । ବିମାନ ଉଡାଣ ବେଳେ ଫ୍ଲାଇଟ ମୋଡ୍ କରିବା ନିୟମ ଥିଲେ ମଧ୍ୟ ଏହାକୁ ଅମାନ୍ଯ କରି ନେଟ୍ ଅନ୍ ରଖିଥିଲେ । ବିମାନ କତ୍ତୃପକ୍ଷ ଏନେଇ ଚେତାବନୀ ଦେଇ ସାରିଥିଲେ ମଧ୍ୟ ସେ ଶୁଣି ନଥିଲେ । ଆଉ ଏହି ଅମାନିଆ ମନୋଭାବ 72 ଜଣଙ୍କ ଜୀବନ ନେଇଗଲା ଓ ନିଜେ ବି ଜଳିପୋଡି ପାଉଁଶ ହୋଇଗଲେ ।

ଗତ 15 ଜାନୁୟାରୀ ଦିନ 12ଟା ବେଳେ ଏଭଳି ଏକ ଲୋମହର୍ଷକ ଘଟଣା ଘଟିଥିଲା, ଯାହା ସାରା ବିଶ୍ଵବାସୀଙ୍କୁ ଭୟଭୀତ କରି ଦେଇଥିଲା । ୟତି ଏୟାରଲାଇନ୍ସ ର ATR72 ବିମାନରେ ନେପାଳର କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡାଣ ଭରୁଥିଲେ ଯାତ୍ରୀମାନେ । ବିମାନରେ 4 ଜଣ କ୍ରିଉ ମେମ୍ବର ଓ 68 ଜଣ ଯାତ୍ରୀଙ୍କୁ ମିଶାଇ ମୋଟ 72 ଜଣ ଥିଲେ । ବିମାନରେ ସମସ୍ତଙ୍କୁ ଫ୍ଲାଇଟ ମୋଡ ଅନ୍ କରି ଯାତ୍ରା କରିବାକୁ କୁହା ଯାଇଥିଲେ ମଧ୍ୟ କିଛି ଯାତ୍ରୀ ଏହାକୁ ମାନି ନଥିଲେ ।

ପୋଖରା ଯାଇ ସେଠାକାର ସୁନ୍ଦର ପରିବେଶକୁ ମନଭରି ଉପଭୋଗ କରିବେ ବୋଲି ସମସ୍ତେ ବେଶ ଖୁସି ଥିଲେ । ହେଲେ ହଠାତ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଇଥିଲା ଓ ନିୟନ୍ତ୍ରଣ ହରାଇ ବିମାନଟି ଆକାଶରୁ ତଳକୁ ଖସି ପଡିଥିଲା । ଯାହାପରେ ସେଥିରେ ଥିବା ସମସ୍ତ 72 ଜଣଙ୍କର ଅକାଳରେ ମୃତ୍ୟୁ ହୋଇଗଲା । ତେବେ କୁହାଯାଉଛି କିଛି ଯାତ୍ରୀ ପ୍ଳେନ ଭିତରେ ଫ୍ଲାଇଟ ମୋଡ୍ ଅନ୍ ନ କରିବା ହିଁ ଏହି ଦୁର୍ଘଟଣାର ମୁଖ୍ୟ କାରଣ ।

ବିମାନ ଉଡୁଥିବା ବେଳେ ପୁରା ସମୟ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗରେ ରହିଥାଏ । କିନ୍ତୁ ମୋବାଇଲ ନେଟୱର୍କ ଅନ୍ ରହିବା ଦ୍ଵାରା ବିମାନର ରେଡିଓ ଫ୍ରିକ୍ୟୁଏନ୍ସିରେ ସମସ୍ଯା ଦେଖା ଦିଏ । ଫଳରେ ପାଇଲଟ ଉଚିତ ସମୟରେ କଣ୍ଟ୍ରୋଲ ରୁମ୍ ର ମେସେଜ ପାଇପାରନ୍ତି ନାହିଁ । ଏହି ବିମାନ କ୍ଷେତ୍ରରେ ଠି ସେହିପରି ଘଟିଥିଲା । କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ନ ରହିବାରୁ ବିମାନରେ କଣ ତ୍ରୁଟି ରହିଛି ପାଇଲଟ ତାହା ଜାଣି ପାରି ନଥିଲେ ।

ଯେଉଁଥି ପାଇଁ ନିୟନ୍ତ୍ରଣ ହରାଇ ଆକାଶରୁ ସିଧା ତଳକୁ ପଡିଥିଲା ପ୍ଳେନ ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଥିଲେ । ଦୁର୍ଘଟଣାର କେଇ ସେକେଣ୍ଡ ପୂର୍ବରୁ ବିମାନ ଭିତରେ ଥିବା ଜଣେ ଯାତ୍ରୀଙ୍କ ଲାଇଭ ଭିଡିଓ ଭାଇରାଲ ହେବା ପରେ ଏକଥା ସାମ୍ନାକୁ ଆସିଥିଲା ।

ମୋବାଇଲର ସିଗନାଲ ବିମାନର କମ୍ୟୁନିକେଷ୍ଣ ସିଷ୍ଟମକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥାଏ । ସେଥିପାଇଁ ବିମାନରେ ଯାତ୍ରା ବେଳେ ଆପଣଙ୍କୁ ଦିଆ ଯାଉଥିବା ସମସ୍ତ ନିର୍ଦ୍ଦେଶ ଆଜ୍ଞାପୂର୍ବକ ପାଳନ କରିବା ନିହାତି ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।