ବର୍ଷିୟାନ ଅଭିନେତା ମିହିର ଦାସଙ୍କ ଘର ଦେଇ ଲୋକେ ଯିବା ଆସିବା କରୁଛନ୍ତି ଆଉ ତାଙ୍କୁ ମନେ ପକାଉଛନ୍ତି । ସକାଳ ହେଲେ ସେହି ଘରେ ଅତିଥି ତଥା କଳାକାରଙ୍କ ଭିଡ ଯମୁଥିଲା । ହେଲେ ଆଜି ସେହି ଘରେ ଦୁଃଖର କଳାବାଦଲ ଘୋଟିଯାଇଛି । ମିହିର ଦାସ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ ଏବଂ ଯେଉଁ ସଭାସମିତିରେ ଯାଉଥିଲେ ସେଠାରେ ସ୍ତ୍ରୀ ସଙ୍ଗୀତା ଦାସ ଓରଫ ଆନିଙ୍କ କଥା କହୁଥିଲେ । ଖାଲି ସେତିକି ନୁହେଁ ବରଂ ନିଜ ଝାଳବୁହା ପାରିଶ୍ରମିକରେ ତୋଳିଥିବା ସ୍ଵପ୍ନର ଘର ନାମ ମଧ୍ୟ ରଖିଥିଲେ “ଆନି” ।

ସେଇ ଘର ଏବେବି ମୁଣ୍ଡ ଟେକି ଠିଆ ହୋଇଛି ସତ କିନ୍ତୁ ସେହି ଘରର ଖୁସି ସବୁ ସତେ ଯେମିତି ଉଭାନ ହୋଇଯାଇଛି । ସେହି ଘର ଯାହା ନାଁରେ ରଖାଯାଇଛି ସେ ନାହାନ୍ତି କି ସେହି ଘର ଯିଏ ତୋଳିଥିଲେ ସେ ବି ନାହାନ୍ତି । ଆଉ ସବୁଠୁ ଅଧିକ ଦୁଃଖର କଥା ହେଲା ସେହି ଘର ଯେଉଁ ଗେହ୍ଲା ପୁଅର ଭବିଷ୍ୟତ ଥିଲା ସେ ବି ନାହିଁ । ଖାଲି ବାଲି, ସିମେଣ୍ଟ, ରଡ୍ ନୁହେଁ ବରଂ ସମସ୍ତ ସ୍ନେହ, ଶ୍ରଦ୍ଧା ଓ ପ୍ରେମରେ ଘରଟିକୁ ତିଆରି କରିଥିଲେ ଦିବଙ୍ଗତ ଅଭିନେତା ମିହିର ଦାସ ।
ଆଉ ଘରଟିର ନାମ ନିଜ ସ୍ତ୍ରୀ ନାଁରେ ରଖିଥିଲେ ଆନି । ଯେଉଁଠି ନିଇତି ସକାଳେ କଳାକାର ସୁଅ ଛୁଟୁଥିଲା ଆଜି ସେହି ଘର ଖାଁ ଖାଁ ପଡିଛି । 12 ବର୍ଷ ତଳେ ପ୍ରଥମେ ମିହିର ଦାସ ପତ୍ନୀ ସଙ୍ଗୀତା ଦାସ ଓରଫ ଆନି ଏ ଦୁନିଆ ଛାଡି ଚାଲି ଯାଇଥିଲେ । ବାପା, ବଡ ପୁଅ ଓ ବୋହୂ ଏବଂ ସାନ ପୁଅକୁ ନେଇ ମିହିର ଦାସ ସେହି ଘରେ ଖୁସିରେ କାଳ କାଟୁଥିଲେ ।

ହେଲେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ବର୍ଷ ଜାନୁୟାରୀ 11 ତାରିଖ ଦିନ ସେ ମଧ୍ୟ ଏ ଦୁନିଆ ଛାଡି ଦେଇଥିଲେ । ଦୁଇ ଭାଇ ସେହି ଦୁଃଖରୁ ନ ବାହାରୁଣୁ ତାଙ୍କ ଘରକୁ ପୁଣି ଥରେ ମାଡି ଆସିଛି ଦୁଃଖ । ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ମଧ୍ୟ ଭାଇ ଭାଉଜଙ୍କୁ ଏକା କରି ଦୁନିଆରୁ ବିଦାୟ ନେଇଛନ୍ତି । ଅମ୍ଳାନ ସେଇ ଗୋଟିଏ ହାତରେ ଗୋଟିଏ ସ୍ଥାନରେ ଜଣ ଜଣ କରି ବାପା, ମା ଓ ସାନ ଭାଇ ସମସ୍ତଙ୍କୁ ମୁଖାଗ୍ନି ଦେଇଛନ୍ତି ।
ଯେଉଁ ଘରେ ପରିବାରରେ ଏତେ ସ୍ମୃତି ରହିଛି ସେହି ଘରେ ସେ ସେମାନଙ୍କ ବିନା କେମିତି ଜୀବନ କାଟିବେ ଏକଥା ନିଶ୍ଚୟ ଭାଳି ହେଉଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।