ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର ପ୍ରଥମେ ହ୍ୟୁମାନଙ୍କ ବିରୋଧରେ କଟକ ଡିସିପିଙ୍କ ପାଖେ ଅଭିଯୋଗ କରିବା ପରଠାରୁ ଏହି ମାମଲାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଶ୍ରୀୟା ଅଭିଯୋଗ କରିଛନ୍ତି କି, ହ୍ୟୁମାନ ମଦ ପିଇ ତାଙ୍କୁ ମାଡ ମାରିବା ସହ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରୁଥିଲେ । ଝିଅ ହେବା ନେଇ ହ୍ୟୁମାନ ଖୁସି ନଥିଲେ ତେଣୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ହ୍ୟୁମାନ ଏବଂ ତାଙ୍କ ମା’ ଏସବୁ ଆରୋପକୁ ଖଣ୍ଡନ କରିଥିଲେ । ତେବେ ବର୍ତ୍ତମାନ ଉଭୟ ପକ୍ଷ ପରସ୍ପର ଉପରେ ଆରୋପ ଦୋଷାରୋପ କରି ଚାଲିଛନ୍ତି । ହ୍ୟୁମାନଙ୍କ ପାରିବାରିକ ମାମଲା ଶୀଘ୍ର ସମାଧାନ ହୋଇଯାଉ ସମସ୍ତେ ଚାହୁଁଥିବା ବେଳେ ଏହି ମାମଲା ଆହୁରି ଆଗକୁ ବଢିବ ବୋଲି ଲୋକେ କଥା ହେଉଛନ୍ତି । ତେବେ ଏନେଇ ସମାଜସେବୀ ପ୍ରଭାବତୀ ମ୍ୟାଡାମ ନିଜ ମତ ରଖିଛନ୍ତି । ପ୍ରଭାବତୀ କହିଛନ୍ତି କି, ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଓ ବେଶ ବିବ୍ରତ ଥିବା ଜଣାପଡ଼ୁଛନ୍ତି ।
ତେଣୁ ଏହି ସମୟରେ ସେ କିଭଳି ସୁସ୍ଥ ହେବେ, ଭଲ ବାଟକୁ ଆସିବେ ଏବଂ ସେମାନଙ୍କ ପରିବାର କିପରି ସଜାଡି ହେବ ସେନେଇ ଧ୍ୟାନ ଦେବା ଉଚିତ । ଶ୍ରୀୟା ଜଣେ ବ୍ରାହ୍ମଣ ଘରର ଝିଅ ହେଲେ ବି ସେ ଯେଉଁ ମୂହୁର୍ତ୍ତରେ ହ୍ୟୁମାନଙ୍କ ସ୍ଵାମିତ୍ଵ ଗ୍ରହଣ କଲେ ସେହି ମୂହୁର୍ତ୍ତରେ ସେ ତାଙ୍କ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ ।
ତେଣୁ ବିବାହର 8 ବର୍ଷ ପରେ ହ୍ୟୁମାନ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି, ସିନ୍ଦୂର ଲଗେଇବାକୁ ଦେଉ ନାହାନ୍ତି ଏସବୁ କହିବାର କିଛି ମୂଲ୍ୟ ନାହିଁ । ହ୍ୟୁମାନଙ୍କ ମାଆ ମଧ୍ୟ ନିଜ ପୁଅ ପାଖରେ ରହୁନାହାନ୍ତି । ତାଙ୍କ ପରିବାର ଭାଙ୍ଗିବା ପାଇଁ ସେ ମଧ୍ୟ କେଉଁଠି ନା କେଉଁଠି ଦାୟୀ । ସେ ନିଜ ପୁଅର ଯତ୍ନ ନେବା ସହ ତା’ର ଚିକିତ୍ସା କରେଇ ଭଲ ବାଟରେ ଆଣିବାକୁ ଚେଷ୍ଟା କରିବା ଉଚିତ । ଶ୍ରୀୟାଙ୍କ ବାପଘର କି ଅନ୍ୟ କେହି ଏଥିପାଇଁ ଦାୟୀ ନୁହନ୍ତି ।
ଶ୍ରୀୟା ନିଜେ ଓ ହ୍ୟୁମାନଙ୍କ ମାଆ ଏହି ଦୁଇଜଣ ଯଦି ଚାହିଁବେ ତେବେ ତାଙ୍କ ପରିବାର ବଞ୍ଚେଇ ପାରିବେ । ଯଦି ଏପରି ପରସ୍ପରକୁ ଦୋଷ ଦେବା ନ ଛାଡନ୍ତି ତେବେ ତାଙ୍କ ପରିବାର ଭାଙ୍ଗିଯିବ । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।