ଏଠି ପିନ୍ଧିଥିବା ବ୍ରା’ ଖୋଲି ମନତ୍ ମାଗନ୍ତି ଝିଅମାନେ, ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିକୁ ବି ବିଶ୍ବାସ ହେବନି, ଦେଖନ୍ତୁ…

ଆମ ଦୁନିଆରେ ବିଭିନ୍ନ ଧର୍ମ ଓ ଜାତିର ଲୋକେ ବସବାସ କରନ୍ତି ଏବଂ ସମସ୍ତେ ଭିନ୍ନ ଭିନ୍ନ ନୀତି ନିୟମ ମଧ୍ୟ ପାଳନ କରିଥାନ୍ତି । ସେହିପରି ସବୁ ଧର୍ମରେ ନିଜର ମନସ୍କାମନା ପୂରଣ କରିବାର ଭିନ୍ନ ଭିନ୍ନ ପ୍ରଥା ରହିଛି । କିନ୍ତୁ ଅନେକ ସମୟରେ ଲୋକମାନେ ଅତ୍ୟନ୍ତ ଅଦ୍ଭୁତ ଉପାୟରେ ଭଗବାନଙ୍କୁ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି । ସେଥିମଧ୍ୟରୁ ଅନ୍ଯତମ ହେଉଛି ନିଜ ବ୍ରା’ ଖୋଲି ମନତ୍ ମାଗିବାର ଏହି ଅଜବ ଉପାୟ ।

ସମସ୍ତ ପ୍ରାପ୍ତ ବୟସ୍କ ମହିଳା ତଥା ଯୁବତୀମାନେ ବ୍ରା’ ପରିଧାନ କରିଥାନ୍ତି । କିନ୍ତୁ ଏହା ଏପରି ଏକ ବିଷୟ ଯାହାକି କେହି ସର୍ବ ସାଧାରଣରେ କଥା ହେବାକୁ ପସନ୍ଦ କରନ୍ତିନି । ଏପରି ସ୍ଥଳେ କେହି ନିଜ ବ୍ରା’ ଖୋଲି ମନତ୍ ମାଗିବା କେତେ ସଙ୍ଗୀନ ଘଟଣା ହେବ ଆପଣ ଚିନ୍ତା କରି ପାରୁଥିବେ । ଆଜ୍ଞା ହଁ, ନିଜ ବାଳ କାଟି ମନତ୍ ମାଗିବା କଥା ଆପଣ ହୁଏତ ଦେଖିଥିବେ କିମ୍ବା ଶୁଣିଥିବେ । କିନ୍ତୁ ଆମେ ଆପଣଙ୍କୁ ଆଜି ବ୍ରା’ ଖୋଲି ମନତ୍ ମାଗିବା ବିଷୟରେ କହିବୁ ।

ନ୍ୟୁଜିଲାଣ୍ଡ ଦେଶ ନିଜର ସୁନ୍ଦରତା ପାଇଁ ବିଶ୍ଵ ପ୍ରସିଦ୍ଧ । ସେଠାକାର “ସେଣ୍ଟ୍ରାଲ ଓଟାଗୋ କାର୍ଡୋନା” ନାମକ ଏକ ସ୍ଥାନରେ ଏଭଳି ଅଦ୍ଭୁତ ପ୍ରଥା ଦେଖିବାକୁ ମିଳେ । ସେଠାରେ ମନସ୍କାମନା ମାଗିବା ପୂର୍ବରୁ ଝିଅମାନେ ନିଜ ବ୍ରା ଖୋଲି ଏଥିପାଇଁ ତିଆରି ହୋଇଥିବା ବାଡର ଦଉଡିରେ ଟାଙ୍ଗି ଦିଅନ୍ତି ।

ସେହି ସ୍ଥାନରେ ଆପଣ ହଜାର ହଜାର ଝିଅଙ୍କ ବ୍ରା ଝୁଲି ଥିବାର ଦେଖିବାକୁ ପାଇବେ । ତେବେ ଏହି ଅଜବ ପ୍ରଥା କେବେଠୁ ଆରମ୍ଭ ହେଲା ଏହା କାହାକୁ ସଠିକ ଜଣା ନଥିଲେ ମଧ୍ୟ କୁହାଯାଏ କି, 1999 ରେ ସେଠାରେ ଦଉଡିରେ ଚାରୋଟି ବ୍ରା’ ଝୁଲି ଥିବାର ଦେଖିବାକୁ ମିଳିଥିଲା ।

ଏହା ପରଠାରୁ ଅନ୍ୟ ଯୁବତୀମାନେ ମଧ୍ୟ ସେଠାକୁ ଆସି ନିଜ ବ୍ରା’ ଖୋଲି ଟାଙ୍ଗିବାକୁ ଲାଗିଲେ । ମାନ୍ୟତା ଅନୁସାରେ ବ୍ରା’ ଖୋଲି ସେଠାରେ ଟାଙ୍ଗିବା ଦ୍ଵାରା ମନ ପସନ୍ଦର ଜୀବନସାଥି ମିଳିଥାଏ । ତେଣୁ ନିଜ ମନ ପସନ୍ଦର ସାଥି ପାଇବା ପାଇଁ ଝିଅମାନେ ସେଠାକୁ ଯାଇ ନିଜର ବ୍ରା’ ଖୋଲି ଟାଙ୍ଗିଥାନ୍ତି ।

ସବୁଠୁ ମଜାଦାର କଥା ହେଲା, ସେଠାରେ ଅନେକ ଥର ବ୍ରା’ ଚୋରି ହେବାର ମଧ୍ୟ ଦେଖାଯାଇଛି । ଗଣମାଧ୍ୟମରେ ଏହି ସ୍ଥାନ ବିଷୟରେ ଖବର ପ୍ରସାରିତ ହେବା ପରେ ଏହି ସ୍ଥାନ ଆହୁରି ଫେମସ୍ ହୋଇଗଲା ବୋଲି କୁହାଯାଏ । ସେଥିପାଇଁ ନ୍ୟୁଜିଲାଣ୍ଡ ଭ୍ରମଣରେ ଯାଉଥିବା ଲୋକମାନେ ଏହି ସ୍ଥାନକୁ ନିଶ୍ଚୟ ବୁଲିଯାନ୍ତି ।

ତେବେ ଏଭଳି ଏକ ଅଜବ ପ୍ରଥା ବିଷୟରେ ଆପଣଙ୍କ ମତ କଣ ଏବଂ ଆପଣ ଯଦି ସୁଯୋଗ ପାଆନ୍ତି ତେବେ ସେଠାକୁ ଯାଇ ମନ ପସନ୍ଦର ସାଥି ପାଇବା ପାଇଁ ଏଭଳି କରିବେ କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।