ନମସ୍କାର ବନ୍ଧୁଗଣ, ଆପଣ ସବୁଠାରୁ ଶାନ୍ତିରେ ଥିବା ସମୟ ଆପଣଙ୍କୁ ଖୁସି ଆସିବାର ଆଭାସ ହୋଇଇଥାଏ । ଆଉ ସବୁଠାରୁ ଶାନ୍ତିର ସମୟ ହୋଇଥାଏ ଶୋଇବା ସମୟ । ଆମେ ନିଦରେ ଶୋଇଥିବା ସମୟରେ କିଛି ସ୍ଵପ୍ନ ଦେଖିଥାଉ । ଯାହାର ଅର୍ଥ ଆମକୁ ଅଜଣା ଥାଏ । ତେଣୁ ଆମେ ତାହାକୁ ଅନାଦେଖା କରିଦେଇଥାଉ । କିନ୍ତୁ ପ୍ରକୃତରେ କିଛି ସ୍ଵପ୍ନ ଭଲ ସମୟ ଆସିବାର ସୂଚକ ହୋଇଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହିସବୁ ସ୍ଵପ୍ନ ସମ୍ପର୍କରେ ଯାହା ଭଲ ସମୟ ଆସିବା ପୂର୍ବରୁ ସଙ୍କେତ ଦେଇଥାଏ ।
ପ୍ରଥମ: ପାଣିରେ ପହଁରିବା ସ୍ଵପ୍ନ ଯଦି ଆପଣ ଦେଖନ୍ତି ତେବେ ଏହା ଆର୍ଥିକ ଲାଭର ସଙ୍କେତ ଦେଇଥାଏ । ଦିତୀୟ: ଯଦି ଆପଣ ସ୍ଵପ୍ନରେ ଗୋବର ଦେଖନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ସେହି ବ୍ୟକ୍ତିକୁ ଭବିଷ୍ୟତରେ ପଶୁଙ୍କ ମଧ୍ୟମରେ ଧନ ଲାଭ ହେବାକୁ ଥିବାର ଏହା ସଙ୍କେତ ହୋଇଥାଏ ।
ତୃତୀୟ: ଯଦି ଆପଣ ସ୍ଵପ୍ନରେ କୌଣସି ଛୋଟ ପିଲାକୁ ଖୁସିରେ ଡେଇଁ ହସୁଥିବାର ଦେଖନ୍ତି ତେବେ ଏହା ଅଚାନକ ଧନ ଲାଭର ସଙ୍କେତ ହୋଇଥାଏ । ଚତୁର୍ଥ: ସ୍ଵପ୍ନରେ ଦର୍ପଣ ବ ଆଇନା ଦେଖିବା ଶୁଭ ହୋଇଥାଏ । ଏହି ସ୍ଵପ୍ନ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଥିବାର ସଙ୍କେତ ଦେଇଥାଏ । ପଞ୍ଚମ: ସ୍ଵପ୍ନରେ ଯଦି ଆପଣ ଭଗବାନଙ୍କୁ ବାରମ୍ବାର ଦେଖୁଛନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି ।
ଷଷ୍ଠ: ସ୍ଵପ୍ନରେ ନାଗର ଦର୍ଶନ ହେବା ଶୁଭ ଫଳଦାୟୀ ହୋଇଥାଏ । ସପ୍ତମ: ଆପଣ ସ୍ଵପ୍ନରେ ଯଦି ଦେଖନ୍ତି କି ଆପଣ ହାତୀ କିମ୍ବା ଘୋଡାର ପିଠିରେ ବସି ସବାରି କରୁଛନ୍ତି ତେବେ ଏହି ସ୍ଵପ୍ନ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବାର ସଙ୍କେତ ଦେଇଥାଏ । ଆପଣଙ୍କୁ କୌଣସି ବଡ କାର୍ଯ୍ୟରେ ସଫଳତା ମିଳିଥାଏ । ଅଚାନକ ଆପଣଙ୍କୁ କୌଣସି ବଡ ପଦ ହାସଲ ହୋଇପାରେ ।
ଅଷ୍ଟମ: ମୃତ୍ୟୁ ସହ ଜଡିତ ଥିବା ସ୍ଵପ୍ନ ବିଷୟରେ କାହାକୁ ମଧ୍ୟ ଜଣାଇବା ଉଚିତ ହୋଇନଥାଏ । ଯଦି ଆପଣ ନିଜର କିମ୍ବା ପ୍ରିୟଜନ କାହାର ମୃତ୍ୟୁ ହେବାର ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଆପଣ ସ୍ଵପ୍ନରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଦେଖିଥାନ୍ତି ତାଙ୍କ ଆୟୁରେ ବୃଦ୍ଧି ହୋଇଥାଏ ।
ନବମ: ଯଦି ଆପଣ ସ୍ଵପ୍ନରେ କୌଣସି କଳା ରଙ୍ଗର ମହିଳାକୁ କଳା ବସ୍ତ୍ର ପରିଧାନ କରି ଆପଣଙ୍କୁ ଆଲିଙ୍ଗନ କରୁଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଆୟୁଷ ହାନୀର ସଙ୍କେତ ହୋଇଥାଏ ଏବଂ ଆପଣଙ୍କ ଜୀବନ ଉପରେ ବିପଦ ଆସିବାର ଏହା ସୂଚନା ଦେଇଥାଏ । ଦଶମ: ସ୍ଵପ୍ନରେ ଭଙ୍ଗା ଆଇନା ଦେଖିବାର ଅର୍ଥ ଅଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।