ଉଡାଣ ଭରିବା ପରେ ଦେଖାଦେଲା ବିମାନରେ ତ୍ରୁଟି, ଉଡାଣ ଭରିଥିବା ବିମାନ ପୁଣି ଥରେ ଫେରି ଆସିଲା, ଜାଣିଲେ ଲୋମ ଟାଙ୍କୁରି ଉଠିବ !

ବିମାନରେ ଯାତ୍ରା କରିବା ଯେତିକି ସୁବିଧା ଓ ସହଜ ସେତିକି ଭୟଙ୍କର ମଧ୍ୟ । କାରଣ ବିମାନ ଯଦି ଆକାଶ ମାର୍ଗରେ କୌଣସି କାରଣବଶତଃ ଦୁର୍ଘଟଣାର ସମୁଖୀନ ହୁଏ ତେବେ ବଞ୍ଚିବାର ସମ୍ଭାବନା ଖୁବ୍ କମ୍ ଥାଏ । ସେଥିପାଇଁ ବିମାନରେ ବସିବା ପୂର୍ବରୁ ଲୋକେ ଭଗବାନଙ୍କୁ ଡାକି ବିଶ୍ବାସର ସହ ବସିଥାନ୍ତି । ବିମାନ ଯାତ୍ରା ଆରମ୍ଭ କରିବା ଠାରୁ ନେଇ ଅବତରଣ କରିବା ପର୍ଯ୍ୟନ୍ତ ଲୋକଙ୍କ ମନରେ ଭୟ ଥାଏ । କେମିତି ଯାତ୍ରା କରୁଥିବା ବିମାନ ଭଲରେ ଉଡାଣ ଭରି ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିବ ଏହା ସମସ୍ତେ ପ୍ରାର୍ଥନା କରିଥାନ୍ତି ।

ତେବେ ଗତକାଲି ସନ୍ଧ୍ୟା ସମୟରେ ଏକ ବିମାନରେ ଏଭଳି କିଛି ଘଟିଥିଲା ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା । ଗତକାଲି ସନ୍ଧ୍ୟା ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଉଡାଣ ଭରୁଥିଲା ବିମାନ । ହେଲେ ଉଡାଣ ଭରିବାର କିଛି ସମୟ ପରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଯାହା ସମୟ ଥାଉ ଥାଉ ଜାଣି ନେଇଥିଲେ ପାଇଲଟ । ଏହା କଣ୍ଟ୍ରୋଲ ରୁମ୍ କୁ ଜଣାଇବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ ଦିଲ୍ଲୀର ହାଇଡ୍ରୋଲିକ ସିଷ୍ଟମ ବନ୍ଦ ହୋଇଯିବାରୁ ବିମାନ ଉଡାଣ ଭରିବା ପରେ ଜରୁରୀକାଳୀନ ସ୍ଥିତି ଦେଖା ଦେଇଥିଲା । ଆଉ ବିମାନଟି ପୁନର୍ବାର ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଯାଇଥିଲା । ଗତକାଲି ସନ୍ଧ୍ୟା 7ଟା 53 ମିନିଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ଦିଲ୍ଲୀ ବିମାନ ବନ୍ଦରରେ ।

ଡ଼ିଜିସିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ Vistar A320 ବିମାନର ହାଇଡ୍ରୋଲିକ ସିଷ୍ଟମ ଫେଲ୍ ହେବା କାରଣରୁ ବିମାନଟି ଉଡାଣ ଭରିବା ନେଇ ଆଶଙ୍କା ଦେଖା ଦେଇଥିଲା । ଫଳରେ 8ଟା 19 ମିନିଟ ସମୟରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରା ଯାଇଥିଲା । ପାଇଲଟଙ୍କ କହିବା ଅନୁସାରେ, ବିମାନ ଉଡାଣ ଆରମ୍ଭ ହେବା ମାତ୍ରେ ସେ ଜାଣିବାକୁ ପାଇଥିଲେ କି ବିମାନର ହାଇଡ୍ରୋଲିକ ସିଷ୍ଟମ ବିଫଳ ହୋଇଛି ।

ଏହାକୁ ନେଇ ପାଇଲଟ ଏଟିସିଙ୍କୁ ଏବ ବାବଦରେ ଜଣାଇଥିଲେ । ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସତର୍କ ସୂଚନା ଜାରି କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।