କାର୍ ଦୁର୍ଘଟଣାରେ ଗୁରୁତର ହେଲେ Rishabh Pant, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଳିଗଲା ପୁରା BMW କାର୍, ଦେଖନ୍ତୁ ଦୃଶ୍ୟ

କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । କାରଣ କ୍ରିକେଟର ରିଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଏବେ ଖୁବ ଜୋରରେ ଭାଇରାଲ ହେଉଛି । ଏହି କାର୍ ଦୁର୍ଘଟଣାରେ ରିଷଭ ପନ୍ତ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆଜ୍ଞା ହଁ, ରିଷଭ ପନ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି କୁହାଯାଉଛି । ଭାରତୀୟ କ୍ରିକେଟ ଟିମ୍ ର ୱିକେଟ ରକ୍ଷକ ଏବଂ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିଏମଡବ୍ଲ୍ୟୁ କାର୍ ଆଜି ସକାଳେ ଦୁର୍ଘଟଣାର ସମୁଖୀନ ହୋଇଛି ।

ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ରିଷଭ ପନ୍ତଙ୍କ ସହ ଏଭଳି ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ନିଜ ଘର ରୁରକି କୁ ଯାଉଥିବା ବେଳେ ରିଷଭ ପନ୍ତଙ୍କ କାର୍ ଦୁର୍ଘଟଣାର ସମୁଖୀନ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ରିଷଭ ପନ୍ତଙ୍କ କାର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଥିବା ଡିଭାଇଡ଼ରରେ ପିଟି ହୋଇ ଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରିଷଭ ପନ୍ତଙ୍କ କାର୍ ରେ ତତକ୍ଷଣାତ ନିଆଁ ଲାଗି ଯାଇଥିଲା ।

ଆଉ ନିଆଁ ଲାଗିବା ଫଳରେ କାର୍ ଟି ସଂପୂର୍ଣ୍ଣ ବେବ ପୋଡି ନଷ୍ଟ ହୋଇଯାଇଛି । କାର୍ ର ଦୃଶ୍ୟ ଦେଖିଲେ ଆପଣ ଜାଣିପାରିବେ କି କିଭଳି ଭୟଙ୍କର ଥିଲା ସେହି ଦୁର୍ଘଟଣା । ରିଷଭ ପନ୍ତଙ୍କ କାର୍ ନିୟନ୍ତ୍ରଣ ହରେଇ ଡିଭାଇଡ଼ରରେ ପିଟି ହେବା ଦ୍ଵାରା ତାଙ୍କ କାର୍ ରେ ଭୟାନକ ଭାବେ ନିଆଁ ଲାଗି ଯାଇଥିଲା । ରିଷଭ ପନ୍ତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି ।

ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ବେଳେ ପଟି ଲଗା ଯାଇଥିବା ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ରିଷଭଙ୍କ ପିଠିରେ ମଧ୍ୟ ଗମ୍ଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା ବେଳେ ରିଷଭ ପନ୍ତଙ୍କ ସମେତ କାର୍ ରେ ତିନିଜଣ ଥିବା ଖବର ରହିଛି । ତେବେ ବର୍ତ୍ତମାନ ଯାଏଁ ରିଷଭଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେବାର ସଂପୂର୍ଣ୍ଣ କାରଣ ଜଣା ପଡି ନଥିବା ବେଳେ ଏହାକୁ ନେଇ ଅନେକ କଥା ଅନୁମାନ କରାଯାଉଛି ।

ଘନ କୁହୁଡି ସାଙ୍ଗକୁ କାର୍ ତୀବ୍ର ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ରିଷଭ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଆମର ପ୍ରାର୍ଥନା ଏବଂ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।