କେମିତି କଟିବ ସିଂହ ରାଶି ପାଇଁ ନୂଆବର୍ଷ 2023 ? ଜାଣନ୍ତୁ ପୁରା ଜ୍ଯୋତିଷ ତଥ୍ୟ ଜ୍ୟୋତିର୍ବିଦ Pragya Tripathy ଙ୍କ ଠାରୁ

ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କି, ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆବର୍ଷ କିପରି କଟିବ । ନୂଆବର୍ଷର ପ୍ରଥମ ଅଧ୍ୟାୟରେ ସିଂହ ରାଶିର ବିବାହ ଯୋଗ୍ୟ ଜାତକଙ୍କର ଚିହ୍ନା ପରିଚୟ ଭିତରେ କେଉଁଠି ବିବାହ ଠିକ ହେବାର ପ୍ରବଳ ଯୋଗ ରହିଛି । ସେହିପରି ନିଜ ଜାଗାରେ ରହି ହିଁ ବ୍ୟବସାୟ କରିବାକୁ ଆପଣ ଚିନ୍ତା କରିପାରନ୍ତି ।

ସିଂହ ରାଶିର ଯେଉଁ ମାନଙ୍କର ବିବାହ ସରିଛି ସୂର୍ଯ୍ୟାସ୍ତ ପରେ ଯେପରି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଝଗଡା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ନହେଲେ ଏହା ବହୁତ ଭୟଙ୍କର ରୂପଧାରଣ କରିବା ସହ ସମସ୍ଯା ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ଯେପରି ଭଲ ତାଳମେଳ ରହିବ ସେଥିପ୍ରତି ଦୃଷ୍ଟି ଦେବେ । ତେବେ ନୂଆବର୍ଷରେ କିଛି ମାତ୍ରାରେ ସ୍ଵାସ୍ଥ୍ୟଗତ ସମସ୍ଯା ରହିପାରେ, ଯାହାକି ଆପଣଙ୍କ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିପାରେ ।

ନୂଆବର୍ଷ ଦ୍ଵିତୀୟ ଅଧ୍ୟାୟରେ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ଯେଉଁ କଷ୍ଟ ଦେଇ ଆପଣ ଗତ ବର୍ଷ ଦେଇ ଯାଉଥିଲେ ସେହି କଷ୍ଟରୁ ଆପଣ ମୁକ୍ତ ହେବେ । ଆପଣଙ୍କ ପାଇଁ ଏକ ନୂତନ ସୁର୍ଜ୍ୟୋଦୟ ତଥା ଭାଗ୍ଯର ଉଦୟ ହେବ । ଏହି ବର୍ଷ ଆପଣଙ୍କ ପାଖକୁ ବହୁତ ଖୁସି ଆସିବ ଓ ଆପଣ ତୀର୍ଥ ଭ୍ରମଣରେ ଯାଇଅପାରନ୍ତି ।

ଉଚ୍ଚ ଶିକ୍ଷା ପାଇଁ ଯାହାବି ବାଧା ଥିଲା ତାହା ଦୂର ହେବ ଓ ଏହି ସମୟରେ ଅନେକ ସୁଯୋଗ ଆପଣଙ୍କ ପାଖକୁ ଆସିବ । ଆପଣଙ୍କର ଘର, ଭୂମି, ଗାଡି, ଅର୍ଥ, ସମ୍ପତ୍ତି, ପ୍ରାଚୁର୍ଜ୍ୟ ଓ ବିଳାସବ୍ୟସନରେ କୌଣସି ଅଭାବ ହେବନାହିଁ । ଏହି ସମୟରେ ଆପଣଙ୍କ ମଧ୍ୟରେ ବି ଏକ ସୁନ୍ଦର ପରିବର୍ତ୍ତନ ଆସିବ । ନୂତନ କାର୍ଯ୍ୟରେ ଯୋଗ ଦେବେ ଓ ଦୂରଦୂରାନ୍ତକୁ ଯିବେ । ଯେଉଁ କାର୍ଯ୍ୟରେ କୌଣସି ବାଧା ଯୋଗୁଁ ବିଳମ୍ବ ହେଉଥିଲା ସେହି କାର୍ଯ୍ୟରେ ପୂର୍ଣ୍ଣତା ଆସିବ ।

ଆପଣଙ୍କର ସମସ୍ତ ଆର୍ଥିକ ସମସ୍ଯା ଦୂର ହେବ ଓ ଆପଣ ମାନସିକ ଶାନ୍ତି ଫେରି ପାଇବେ । ତେବେ ଏପ୍ରିଲ ମାସ ଯାଏଁ ଆପଣ ଟିକେ ସଜାଗ ହୋଇ ରହିବେ ନଚେତ କେହି ଆପଣଙ୍କୁ ଫସେଇ ଦେଇପାରେ । କିନ୍ତୁ ଏପ୍ରିଲ ପରେ ଆପଣଙ୍କ ଜୀବନରେ ଆଉ ବିପତ୍ତି ଆସିବ ନାହିଁ । ଏପ୍ରିଲ ମାସ ଭିତରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି, କଳିଝଗଡା, ପରିବାର ଓ ପରିବେଶର ଯତ୍ନ ନେବାକୁ ହେବ ।

ହେଲେ ଏପ୍ରିଲ ମାସ ପରେ ଆପଣଙ୍କ ସନ୍ତାନ, ବିବାହ, ଶିକ୍ଷା, ଧନ ଓ ପରିବାର ସବୁ କ୍ଷେତ୍ରରେ ଆପଣଙ୍କର ଶୁଭ ହିଁ ଶୁଭ ହେବାକୁ ଯାଉଛି । ସେହିପରି ଅକ୍ଟୋବର ପରେ ବର୍ଷ ଶେଷ ବେଳକୁ ଯେଉଁ ବିଷୟରେ ଆଉ ଯାହାବି ବାଧା ରହି ଯାଇଥିବ ତାହା ଶେଷ ସମୟକୁ ପୂର୍ଣ୍ଣ ହୋଇଯିବ । ତେବେ 2023 କୁ ଭଲ ରଖିବା ପାଇଁ ଆପଣ ନିଜ ଘରର ଉତ୍ତର-ପୂର୍ବ କୋଣରେ ଏକ ବ୍ରହ୍ମଜ୍ୟେଷ୍ଠୀ ଗଛ ଲଗାନ୍ତୁ ଏବଂ ବିଶେଷ ଭାବେ ତାହାର ପୂଜା କରନ୍ତୁ ।

ଧୂପଦୀପ ଦେଇ ପୂଜା କରିବା ସହ ବୃକ୍ଷକୁ ପରିକ୍ରମା କରନ୍ତୁ ଏବଂ ପ୍ରତ୍ଯେକ ଦିନ ଗଛ ଆଗରେ ନିଜ ମନର କଥା କୁହନ୍ତୁ । ବିଶ୍ବାସର ସହ କଲେ ଆପଣ ନିଶ୍ଚୟ ଭଲ ଫଳ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।