ଧୋକା ଦେଲା ଇନଷ୍ଟାଗ୍ରାମ ପ୍ରେମ, ଲଭ୍-ସେକ୍ସ-ଧୋକାର ଏହି ଘଟଣା ଜାଣିଲେ ଆପଣ କାବା ହୋଇଯିବେ, ଶୁଣନ୍ତୁ କଣ କହୁଛନ୍ତି ପୀଡ଼ିତା ଯୁବତୀ, ଦେଖନ୍ତୁ video

ଇନଷ୍ଟାଗ୍ରାମରେ ପ୍ରେମ ହେଲା ପରେ ଦୁହେଁ ମିଶି ଅନେକ ରିଲ୍ସ ବନେଇଲେ । ସୌମ୍ଯ ପାଗଳ ଭଲ ପାଉଥିଲା ଆଉ ସେଥିପାଇଁ ମଠାରେ ସିନ୍ଦୂର ବି ଦେଲା । କିନ୍ତୁ ସ୍ତ୍ରୀ ଏବେ ପାଞ୍ଚ ମାସର ଗର୍ଭବତୀ ହେବା ପରେ ସ୍ଵାମୀ କୁଆଡେ ଲୁଚିଯାଇଛି । ଇନଷ୍ଟାଗ୍ରାମରୁ ପ୍ରେମ ହେବା ପରେ ନୂଆ ଦୁନିଆ ପାଇଁ ସ୍ଵାମୀ ଯେଉଁ ସ୍ଵପ୍ନ ଦେଖାଇଥିଲା ତାକୁ ଆଜି ଚୁରମାର କରିଦେଇଛି । ଏଭଳି କିଛି ଘଟିଛି ଗାୟତ୍ରୀ ସାମଲ ନାମକ ଜଣେ ଯୁବତୀଙ୍କ ସହ ।

ସୌମ୍ଯଙ୍କ ଘର ପୁରୀରେ ହୋଇଥିବା ବେଳେ ଭୁବନେଶ୍ବରର ଏକ ଭଡାଘରେ ସ୍ତ୍ରୀ ଗାୟତ୍ରୀଙ୍କ ସହ ସେ ରହୁଥିଲେ । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମ ବାହାଘରର ରୂପ ନେଇଥିଲା । ସ୍ଵାମୀ ସୌମ୍ଯ ଜୀବନସାରା ଖୁସିରେ ରଖିବା ପାଇଁ କଥା ଦେଇଥିଲା । ଆଉ ସେହି ସବୁ ପ୍ରତିଶ୍ରୁତିକୁ ମନେପକାଇ ଗାୟତ୍ରୀଙ୍କ ଆଖି ଆଜି ଛଳଛଳ ହୋଇଯାଉଛି । ସୌମ୍ୟଙ୍କ ପ୍ରେମ ଓ ଛଳନାକୁ ମନେପକାଇ ସ୍ତ୍ରୀ ଗାୟତ୍ରୀଙ୍କ ଆଖିରୁ ଲୁହ ଝରିପଡୁଛି ।

ଏତେ ଭଲ ପାଉଥିବା ସୌମ୍ୟ କେଉଁଠି ଲୁଚିଗଲା ତାଙ୍କୁ ଏକ ମାସ ଧରି ପାଗେଳିଙ୍କ ଭଳି ଖୋଜୁଛନ୍ତି ଗାୟତ୍ରୀ । ଗାୟତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ଭଡାଘରକୁ ସୌମ୍ୟଙ୍କ ମାଆ ଆସୁଥିଲେ ଓ ସେ ଗାୟତ୍ରୀଙ୍କୁ ବୋହୂ ଭାବେ ଗ୍ରହଣ କରିଥିଲେ । ହେଲେ ଏବେ ସ୍ଵାମୀ ସୌମ୍ଯ ଦେଖା ଦେଉନାହାନ୍ତି କି ସୌମ୍ଯଙ୍କ ପରିବାର ତାଙ୍କୁ ବୋହୂ ରୂପେ ଗ୍ରହଣ କରୁନାହାନ୍ତି । ତେବେ ସୌମ୍ଯ କେଉଁଠି ଅଛନ୍ତି ତାଙ୍କ ପରିବାର ଲୋକେ ବି ଜାଣିନାହାନ୍ତି ବୋଲି କହୁଛନ୍ତି ।

ଆଉ ଏପଟେ ଗାୟତ୍ରୀ ଥାନାରେ ଅଭିଯୋଗ କରିଛନ୍ତି କି, ସୌମ୍ୟଙ୍କ ବାପାମା’ ନିଜ ପୁଅକୁ ଲୁଚେଇ ରଖିଛନ୍ତି । କାରଣ ତାଙ୍କର ଯଦି ସ୍ଵାମୀ ମିଳୁନାହାନ୍ତି ବୋଲି ସେ ବ୍ୟସ୍ତ ହୋଇ ତାଙ୍କୁ ଖୋଜିବାରେ ଲାଗିଛନ୍ତି ତେବେ ସୌମ୍ଯଙ୍କ ପରିବାର କାହିଁକି ବ୍ୟସ୍ତ ହେଉନାହାନ୍ତି । ଓଲଟା ଗାୟତ୍ରୀଙ୍କୁ କହୁଛନ୍ତି, ତୁ ଆମ ପୁଅକୁ ମାରିଛୁ । ହେଲେ ଏଥିପାଇଁ ଗାୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ ଦେଉ ନାହାନ୍ତି କାହିଁକି । ଏମିତି ସବୁ ପ୍ରଶ୍ନ କରିଛନ୍ତି ଗାୟତ୍ରୀ ।

ସେ ଯେତେବେଳେ ଶାଶୁଘରକୁ ଯାଇଥିଲେ ସେମାନେ ମଧ୍ୟ ତାଙ୍କୁ ଚିହ୍ନି ନଥିବା ଅଭିନୟ କରିଥିଲେ । ଗାୟତ୍ରୀ ସବୁ ପ୍ରମାଣ ଦେଖାଇବା ପରେ ତାଙ୍କୁ ବୋହୂ ବୋଲି ମାନିଥିଲେ । ହେଲେ ପୁଅ ଆସିଲେ ଯାଇ ବୋହୂ ଘରକୁ ଆସିବ କହି ତାଙ୍କୁ ତଡି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।