ରାତିରେ ଯଦି ପେଚା ବୋବାଇବା ଶବ୍ଦ ଶୁଭୁଛି ତେବେ ଜାଣି ରଖନ୍ତୁ ଏହି ଆପଣଙ୍କୁ ମିଳୁଛି ଏହି 3 ଭୟଙ୍କର ସଙ୍କେତ, ନିହାତି ଜାଣି ରଖନ୍ତୁ (Vastu Tips)

ନମସ୍କାର ବନ୍ଧୁଗଣ, ସଂସାରରେ ଥିବା ସମସ୍ତ ଜୀବ ଜନ୍ତୁ ଏବଂ ବସ୍ତୁର ମହତ୍ଵ ରହିଛି । ସମସ୍ତେ ସମସ୍ତଙ୍କ ସହ ଯୋଡି ହୋଇ ରହିଛନ୍ତି । ଲକ୍ଷ୍ମୀଙ୍କ ବାହନ ପେଚା ହୋଇଥାଏ । ରାତିରେ ପେଚାର ପ୍ରଭାବ ବେଶି ହୋଇଥାଏ । ଯଦି ଆପଣ ରାତି ସମୟରେ ପେଚାର ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଆପଣଙ୍କୁ ତିନୋଟି ସଙ୍କେତ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା  ରାତିରେ ପେଚା ଶବ୍ଦ ଶୁଣିବା ଦ୍ଵାରା କେଉଁ ତିନୋଟି ସଙ୍କେତ ମିଳିଥାଏ ଏବଂ ତାହା ଶୁଭ ନା ଅଶୁଭ ହୋଇଥାଏ ।

ମା ଲକ୍ଷ୍ମୀଙ୍କ ବାହନ ପେଚାକୁ କିଛି ଲୋକ ଶୁଭ ମାନିଥାନ୍ତି ତ କିଛି ଲୋକ ଅଶୁଭ । ପେଚା ରାତିରେ ଉଜାଗର ରହିଥାଏ ଏବଂ ଦିନସାରା ଶୋଇଥାଏ । ପେଚାର ରୂପ ଏବଂ ଆବାଜ ଏଭଳି ହୋଇଥାଏ କି ତାହାକୁ ଯେ କେହି ବି ଦେଖିବ ବା ଶୁଣିବ ସେ ଭୟଭୀତ ହେବାକୁ ଲାଗିବ । ରାତିର ଶାନ୍ତ ବାତାବରଣ ସମୟରେ ପେଚା ମୁହଁରୁ ବାହାରୁଥିବା ଧ୍ୱନି ବହୁତ ଭୟାନକ ବନାଇ ଦେଇଥାଏ ।

ଏହି କାରଣ ହେତୁ ଆଗ କାଳର ଲୋକ ଏହାକୁ ଅଶୁଭ ବୋଲି ମାନି ଆସୁଛନ୍ତି । ପୁରାଣ ଅନୁଯାୟୀ ମା ଲକ୍ଷ୍ମୀ ରାତି ସମୟରେ ଧରାବତରଣ କରୁଥିବା ସମୟରେ ପ୍ରଥମେ ପେଚାକୁ ଦେଖିଥିଲେ । ତେଣୁ ମା ଲକ୍ଷ୍ମୀ ପେଚାକୁ ନିଜର ବାହନ ବନାଇ ଦେଇଥିଲେ । ମା ଲକ୍ଷ୍ମୀଙ୍କ ବାହନ ପେଚା ହୋଇଥିବା ହେତୁ ପେଚାର ଦର୍ଶନ ଏବଂ ପେଚାର ଶବ୍ଦ ଶୁଣିବା ବହୁତ ଶୁଭ ହୋଇଥାଏ ।

ଯଦି କୌଣସି ଗର୍ଭବତୀ ମହିଳା ପେଚା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ପେଚା ସ୍ପର୍ଶ କରିଦେଇଥାଏ ତେବେ ତାଙ୍କ ଗର୍ଭରୁ ଜନ୍ମ ନେବାକୁ ଯାଉଥିବା ସନ୍ତାନ ବହୁତ ଭାଗ୍ୟଶାଳୀ ହୋଇଥାଏ । ସେହିଭଳି ପେଚା ଯଦି କୌଣସି ରୋଗୀକୁ ସ୍ପର୍ଶ କରି ଚାଲି ଯାଇଥାଏ ତେବେ ବହୁତ ବଡ ବଡ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

ଯଦି ଆପଣ କୌଣସି ଚାକିରି କରିବା ନିମନ୍ତେ ବାହାରକୁ ଯିବା ସମୟରେ ପେଚା ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣ ବାହାରିଥିବା କାର୍ଯ୍ୟ ନିଶ୍ଚୟ ସଫଳ ହେବ । ଯଦି ଆପଣ ସକାଳୁ ଉଠୁ ଉଠୁ ପେଚା ଦେଖନ୍ତି ବା ପେଚାର ବୋବାଇବାର ଶବ୍ଦ ଶୁଣନ୍ତି ତେବେ ଏହା ଧନ ପ୍ରାପ୍ତିର ଶୁଭ ସଙ୍କେତ ହୋଇଥାଏ ।

ପେଚାର ଘର ଉପରେ ବାରମ୍ବାର ବସିବାକୁ ଅଶୁଭ ମନାଯାଇଥାଏ । ସେହିଘରେ ଧନ ହାନି ହେବା ସହ ମୃତ୍ୟୁ ଆସିବାର ଅଶୁଭ ଯୋଗ ରହିଥାଏ । ପେଚା ଯଦି ଡାହାଣ ପଟକୁ ଅନାଇ କିଛି କହିଥାଏ ତେବେ ଏହାକୁ ଅସୁବ ମନାଯାଏ । ଯଦି ବାମ ପଟକୁ ଅନାଇ ବୋବାଏ ତେବେ ଏହାକୁ ଶୁଭ ମନାଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।