ପୁଅ ର ସ୍ତ୍ରୀ କୁ ଧରି ଫେରାର ହେଇଗଲା ବାପା, ଧୋକା ସହି ନପାରି ଜୀବନ ହାରିଦେଲା ପୁଅ, ଦୃଶ୍ୟ ଦେଖିଲେ ଆଖି ଭିଜିଯିବ, ଦେଖନ୍ତୁ video

ମା’ ମରିଯିବା ପରେ ପୁଅର ବୋହୂକୁ ନେଇ ଫେରାର ହେଇଗଲେ ବାପା ତଥା ଶ୍ଵଶୁର । ପୁଅର ଛୁଆଟିକୁ ବି ସାଙ୍ଗରେ ନେଇଗଲେ । ଆଉ ଏସବୁକୁ ସହି ନପାରି ପୁଅ ନିଜ ଜୀବନ ହାରିଦେଲା । ଆମ ସମାଜରେ ବାପା-ପୁଅ ଓ ଶ୍ଵଶୁର-ବୋହୂଙ୍କ ସମ୍ପର୍କକୁ ଅତ୍ୟନ୍ତ ପବିତ୍ର ମାନାଯାଏ । ବାପ-ଝିଅ ଭଳି ଶ୍ଵଶୁରଙ୍କ ସହ ବୋହୂ ର ସମ୍ପର୍କକୁ ମାନ୍ୟ କରାଯାଏ । କିନ୍ତୁ ଏସବୁ ନୈତିକତାକୁ ଲାତ ମାରି ସମାଜ ବିରୁଦ୍ଧରେ ଯାଇ ଶ୍ଵଶୁର ଓ ବୋହୂ ଯେଉଁ ସମ୍ପର୍କ ସ୍ଥାପନ କରିଛନ୍ତି ସେଥିରେ ବଳି ପଡିଯାଇଛି ଗୋଟେ ପୁଅ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାରକୋଡ ଥାନା ଅନ୍ତର୍ଗତ ସହିରା ଗ୍ରାମରେ । ଯେଉଁଠି ବାପା ଓ ସ୍ତ୍ରୀ ଦେଇଥିବା ଧୋକା ସହି ନପାରି ପୁଅଟିଏ ଜୀବନ ହାରି ଦେଇଛି । ପୁଅର ଅଭିଯୋଗ ଏହା ଥିଲା ଯେ, ବାପାଜଣକ ପୁଅର ସ୍ତ୍ରୀ ଓ ଛୁଆକୁ ନେଇ ପଳେଇଲେ । ସ୍ତ୍ରୀ ଏବଂ ଛୋଟ ଝିଅକୁ ଝୁରି ଝୁରି ଶେଷରେ ପୁଅ ଜୀବନ ହାରି ଦେଇଛି । ମା’ ଆରପାରିକୁ ଛାଡି ଚାଲିଗଲେ ଆଉ ବାପା ଓ ସ୍ତ୍ରୀ ଧୋକା ଦେଇ ଫେରାର ହେଇଗଲେ ।

ନିଜ ଛୁଆ ଠାରୁ ବି ବାପାକୁ ଅଲଗା ହେବାକୁ ପଡିଲା । ଏଭଳି ସ୍ଥିତିରେ ନିଜ ମାନସିକ ଭାରସାମ୍ୟ ହରାଇ ବସିଥିଲା ପୁଅ । ଫଳସ୍ଵରୂପ ବଞ୍ଚିବାର ଇଚ୍ଛାଶକ୍ତି ହରାଇଥିବା ନିରାଶ ପୁଅଟି ନିଜ ଲୋକଙ୍କ ଠାରୁ ଧୋକା ପାଇ ନିଜ ଜୀବନ ବଳି ପକେଇ ଦେଇଛି । ଆଉ ଶେଷ ମୂହୁର୍ତ୍ତରେ କୋକେଇ ପାଇଁ 6 ଖଣ୍ଡ କାଠ ମିଳିନି କି ନିଜ ଛୁଆ ମୁହଁରୁ ନିଆଁ ଟିକେ ପାଇଲେନି ।

ଜୀବନ ହାରିଥିବା ଏହି ଯୁବକ ଜଣକ ହେଉଛନ୍ତି ଦେବଗଡ ଜିଲ୍ଲା ବାରକୋଡ ଥାନା ଅନ୍ତର୍ଗତ ସହିରା ଗ୍ରାମର 25 ବର୍ଷୀୟ ଯୁବକ ସଞ୍ଜୟ ମୁଣ୍ଡା । ନିଜ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହ ବେଶ ଖୁସିରେ ରହୁଥିଲେ ସଞ୍ଜୟ । ବର୍ଷେ ହେବ ମାଆ ଚାଲି ଯାଇଥିବା ବେଳେ ବାପା ବନମାଳି ମୁଣ୍ଡାଙ୍କୁ ଆଣି ପାଖରେ ରଖିଥିଲେ ସଞ୍ଜୟ । ହେଲେ ଏହାରି ଭିତରେ ସଞ୍ଜୟଙ୍କ ସ୍ତ୍ରୀ ପେଚ ମୁଣ୍ଡା ଓ ବନମାଳି ମୁଣ୍ଡାଙ୍କ ଭିତରେ ଖରାପ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସେମାନେ ସଞ୍ଜୟଙ୍କ ଛୋଟ ଛୁଆକୁ ନେଇ ଫେରାର ହେଇଗଲେ ।

ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଆତ୍ମହତ୍ୟା କଲେ । ସ୍ଥାନୀୟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ଲୋକଲଜ୍ଜା ଭୟରେ ସେମାନେ ସଞ୍ଜୟଙ୍କ ମରଶରୀରକୁ ଗାଁକୁ ନନେଇ ଦେବଗଡ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।