Bollywood ର ଅସଲ ଚେହେରା, ବଲିଉଡକୁ ନେଇ ବଡ ଖୁଲାସା କଲେ Priyanka Chopra, ତାଙ୍କୁ କାଳି ବିଲେଇ ଡକାଯିବା ସହ ସହିବାକୁ ପଡିଥିଲା ଏହିସବୁ କଷ୍ଟ…

ମୋତେ କାଳି ବିଲେଇ ବୋଲି କହୁଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ରୁମ୍ ବାହାରେ ଅପେକ୍ଷା କରାଉଥିଲେ । ପ୍ରଡ୍ୟୁସର ମାନେ ସବୁବେଳେ ତଳେ ପକାଇବା ଭଳି ମୋ ସହ ବ୍ୟବହାର କରୁଥିଲେ । ବଲିଉଡ ସମେତ ହଲିଉଡ ରେ ମଧ୍ୟ ଏକ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ପ୍ରିୟଙ୍କା ଚୋପ୍ରା । ବିଶ୍ଵ ସ୍ତରୀୟ କଳାକାର ଭାବେ ପ୍ରିୟଙ୍କା ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛନ୍ତି । ଖାଲି ଭାରତରେ ନୁହେଁ ବରଂ ସାରା ବିଶ୍ବରେ ତାଙ୍କର ଫ୍ୟାନ୍ସମାନେ ରହିଛନ୍ତି ।

ତେବେ ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ଦିନେ ତାଙ୍କ ରଙ୍ଗକୁ ନେଇ ଦେଶରେ ଭେଦଭାବର ସାମ୍ନା କରିବାକୁ ପଡୁଥିଲା । ପ୍ରିୟଙ୍କାଙ୍କ ସହ ବଲିଉଡରେ ହୋଇଥିବା ଖରାପ ବ୍ୟବହାରର ଖୁଲାସା ସେ ନିଜେ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଜୋନାସ ନିକଟରେ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର 100 ଜଣ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି । ଏହାସହ 2022 ର ସବୁଠାରୁ ପ୍ରଭାବଶାଳୀ ମହିଳା ହୋଇ ପାରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ବର୍ଣ୍ଣକୁ ନେଇ ତାଙ୍କ ସହ କିଭଳି ବ୍ୟବହାର କରା ଯାଉଥିଲା ଏକ ସାକ୍ଷାତକାରରେ ସେ ଏହାର ଖୁଲାସା କରିଛନ୍ତି । ପ୍ରିୟଙ୍କାଙ୍କୁ ପୁରୁଷ କଳାକାରଙ୍କ ତୁଳନାରେ କମ୍ ଦରମା ଦିଆ ଯାଉଥିଲା ଓ ଏହାସହ ସେଟ୍ ଉପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା । ଖାଲି ସେତିକି ନୁହେଁ ବରଂ ତାଙ୍କ ଚର୍ମର ରଙ୍ଗକୁ ନେଇ ବିଭିନ୍ନ କଟୁକଥା ଶୁଣିବାକୁ ପଡୁଥିଲା ।

ଏତିକି ବେଳେ ପ୍ରିୟଙ୍କା କହିଛନ୍ତି କି, ତାଙ୍କୁ ବଲିଉଡର କାଳି ବିଲେଇ ବୋଲି କୁହା ଯାଉଥିଲା । ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ସେ ନିଜକୁ ସବୁଠୁ ଅସୁନ୍ଦର ବୋଲି ଭାବିବାକୁ ବାଧ୍ୟ ହୋଇଥିଲେ । ସେଥିପାଇଁ ଅନ୍ୟ କଳାକାରଙ୍କ ଅପେକ୍ଷା ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ସେ ଭାବୁଥିଲେ । ଯେଉଁ ଦେଶରେ ଅଧିକାଂଶ ଲୋକେ ଦେଖିବାକୁ ଶ୍ୟାମଳ ବର୍ଣ୍ଣ, ସେହି ଦେଶରେ ଶ୍ୟାମଳ ବର୍ଣ୍ଣ ହୋଇ ଜନ୍ମ ହେବା କଣ ମୋର ଭୁଲ୍ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।

ନିଜ ପରିଶ୍ରମ ବଳରେ ପ୍ରିୟଙ୍କା ଏବେ ବହୁତ ଆଗକୁ ଯାଇ ପାରିଛନ୍ତି ଓ ଜୀବନରେ ଅନେକ ବଡ ବଡ କୀର୍ତି ହାସଲ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଏଭଳି ବୟାନକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।