ମା’କୁ ଠେଲି ଦେଇ ପ୍ରେମିକ ପାଖକୁ ଧାଇଁ ଚାଲିଗଲା ଝିଅ । ବୈଦ୍ୟନାଥପୁର ଥାନା ଭିତରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା । ପ୍ରେମ ପାଇଁ ମା’କୁ ପେଲି ତଳେ ପକେଇ ଦେଲା ଝିଅ । ଝିଅ ଆଜି ବଡ ହୋଇଯାଇଛି ଆଉ ମା’ର ବୟସ ବି ଗଡିଯାଇଛି । ତେଣୁ ମା’କୁ ନିଜ ବଳ ଦେଖାଇଛି ଝିଅ । ଝିଅ ଅବାଟକୁ ଚାଲିଯାଇଛି ବୋଲି କାନ୍ଦି କାନ୍ଦି କହୁଛି ମା’ । ଅନ୍ୟକଥାରେ ପଡି ଆଜି ମା’କୁ ଚିହ୍ନି ପାରୁନି ଝିଅ । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋର୍ସିଙ୍ଗ ଗାଁ’ର ଗୌରିବାଲା ସାହୁଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ।
ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢୁଥିବା ବେଳେ ପ୍ରେମ କରିଥିଲେ ପ୍ରିୟଙ୍କା । 2021 ରେ ଘରେ କେହି ନଥିବା ବେଳେ ପୁଅ ସହ ଫେରାର ହୋଇ ଯାଇଥିଲେ । ତେବେ ଗାଙ୍ଗପୁର ଥାନାରେ ଏନେଇ ପ୍ରିୟଙ୍କାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି 7 ମାସ ହେବ ସୁଧାର ଗୃହରେ ରଖିଥିଲା । ଏହାପରେ ପୁଅର ଘରଲୋକେ ତାଙ୍କୁ ସୁଧାର ଗୃହରୁ ନେଇ ଯାଇଥିଲେ । ଏହାପରେ ଦେଢ ବର୍ଷ ବିତି ଯାଇଥିଲା ।
ପ୍ରିୟଙ୍କାଙ୍କ ମା’ ଯେତେ ନେହୁରା ହେଉଥିଲେ ମଧ୍ୟ ପୁଅର ପରିବାର ଲୋକେ ଝିଅକୁ ଭେଟିବାକୁ ଦେଉ ନଥିଲେ । ଫଳରେ ଝିଅକୁ ଝୁରି ଝୁରି ବାପାମା’ ଦିନ କାଟୁଥିଲେ । ଯାହାକୁ ନେଇ ପ୍ରିୟଙ୍କାଙ୍କ ବାପାମା’ ପୁଣି ଥରେ ଅଭିଯୋଗ କରିଛନ୍ତି । ଝିଅକୁ ଟିକେ ଦେଖିବାକୁ କହିଲେ ପୁଅର ଘରଲୋକେ କୁଆଡେ 5 ଲକ୍ଷ ଟଙ୍କା ଦାବି କରୁଛନ୍ତି ।
ଆଉ ଝିଅ ବୈଦ୍ୟନାଥପୁରରେ ପହଞ୍ଚିବା ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପଟେ ପ୍ରେମିକ ଏନେଇ ଭିନ୍ନ ବୟାନ ଦେଉଛନ୍ତି । ପ୍ରେମିକାଙ୍କ ଘରଲୋକଙ୍କ ଅଭିଯୋଗ ମିଛ ବୋଲି ସେ କହିଛନ୍ତି । ଦୁହେଁ ପ୍ରେମ କରୁଛୁ ବାହା ହେବୁ ବୋଲି ସେ କହିଛନ୍ତି । ଝିଅକୁ ବାରମ୍ବାର ମାନସିକ ଚାପ ପକାଇ ନେଇଯିବା ପାଇଁ କୁଆଡେ ଉଦ୍ୟମ କରୁଛନ୍ତି ବାପାମା’ । ପ୍ରିୟଙ୍କାଙ୍କ ମା’ କହିଛନ୍ତି ପ୍ରଥମେ ସେମାନେ କୋର୍ଟ ମ୍ୟାରେଜ କରନ୍ତୁ ତା’ପରେ ଝିଅକୁ ରଖନ୍ତୁ ।
ନଚେତ କାଲି ପିଲାଛୁଆ ହେବା ପରେ ଘରୁ ବାହାର କରିଦେବେ ଯଦି ଝିଅର ଭବିଷ୍ୟତ ନଷ୍ଟ ହେବ । ଏହାସହ ଝିଅ ନିଜେ କହି ଦଉ, ମୋର ମା ବାପା କେହି ନାହାନ୍ତି କି ସେମାନଙ୍କ ଟଙ୍କା ସମ୍ପତିରେ ମୋର ଅଧିକାର ନାହିଁ । ଛାତିରେ ପଥର ରଖି ଏଭଳି କହିଛନ୍ତି ପ୍ରିୟଙ୍କାଙ୍କ ମାଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।