ପିଲାମାନେ ହେଉଛନ୍ତି କଞ୍ଚା ମାଟି ସଦୃଶ । ସେମାନଙ୍କୁ ଆରମ୍ଭରୁ ହିଁ ଭଲଭାବେ ଗଢିବା ଅତ୍ୟନ୍ତ ଜରୁରୀ । ଏଥିରେ ସ୍କୁଲ, ଟ୍ୟୁସନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ, ସାଙ୍ଗସାଥିଙ୍କ ସହ ବାପାମା’ ଙ୍କ ଭୂମିକା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ନିକଟରେ ବେଙ୍ଗାଲୁରୁର ଏକ ସ୍କୁଲରେ ଛାତ୍ର-ଛାତ୍ରୀଙ୍କ ବ୍ୟାଗ ଚେକିଂ ବେଳେ ଅନେକଙ୍କ ବ୍ୟାଗରୁ କ-ଣ୍ଡୋ-ମ, କଣ୍ଟ୍ରାସେପ୍ଟିକ ପି-ଲ୍ ଓ ଅନେକ ଆପତ୍ତିଜନକ ଜିନିଷ ବାହାରିଛି । ଯାହାକି ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ଏନେଇ ବହୁତ ସୁନ୍ଦର ଟିପ୍ପଣୀ ଦେଇଛନ୍ତି ଭଏସ୍ ଓଭର ଆର୍ଟିଷ୍ଟ ସୌଭାଗିନୀ ସାହୁ ଓରଫ ଲିଜା ।
ଅନେକ ମହତ୍ବପୂର୍ଣ୍ଣ ବିଷୟକୁ ନେଇ ବିଭିନ୍ନ ସମୟରେ ଟିପ୍ପଣୀ ଦେଇଥାନ୍ତି ଲିଜା । ତାଙ୍କ କହିବା ଅନୁଯାୟୀ, ପିତାମାତାମାନେ ନିୟମିତ ପିଲାଙ୍କର ବ୍ୟାଗ ଓ ସେମାନଙ୍କ ଚାଲିଚଳନ ଉପରେ ଧ୍ୟାନ ରଖିବା ଆବଶ୍ୟକ । ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର କରିବା ଉଚିତ । ସବୁକଥାରେ ପିଲାଙ୍କୁ ନାଲି ଆଖି ଦେଖାଇବା ଓ ତାଗିଦ କରିବା ଦ୍ଵାରା ପିଲା ବଡ ହେଉ ହେଉ ପିତାମାତାଙ୍କ ସହ ତା’ର ମନର ଦୂରତା ବଢି ବଢି ଚାଲେ ।
ଫଳରେ ସେ ଯାହାବି କରେ ପିତାମାତାଙ୍କୁ ଜଣେଇବାକୁ ଉଚିତ ମଣେନାହିଁ । ପିତାମାତା ମାନେ ଯଦି ଆରମ୍ଭରୁ ସାଙ୍ଗ ଭଳି ପିଲାଙ୍କ ସହ ମିଶିବେ ସବୁ କଥା ଶେୟାର କରିବେ ଓ ସେମାନଙ୍କ କଥା ପଚାରି ବୁଝିବେ ତେବେ ପିଲା କେବେବି ଏତେ ବଡ ବଡ ଭୁଲ କରିବେ ନାହିଁ । ପିଲା ଯଦି ଭୁଲ କରୁଛି ତେବେ ପିତାମାତା ମାଡ ଗାଳି ଦେଉଛନ୍ତି ଓ ତା’ପରେ ଭୁଲି ଯାଉଛନ୍ତି । କିନ୍ତୁ ସେପରି ନକରି ପିଲାଙ୍କୁ ସଠିକ ଭାବେ ପ୍ରେମର ସହ ବୁଝେଇବା ଅତ୍ୟନ୍ତ ଆବଶ୍ୟକ ।
ଆଜିକାଲି ସ୍କୁଲ ମାନଙ୍କରେ ପିଲାଙ୍କ କାଉନ୍ସେଲର ରଖାଯାଉଛି । ପିତାମାନେ ଯଦି ନିଜେ ପିଲାଙ୍କୁ ସମୟ ଦେବେ ଓ ଉଚିତ ବିଷୟ ଶିକ୍ଷା ଦେବେ ତେବେ ତାଙ୍କ ପିଲାକୁ କେବେବି କାଉନ୍ସେଲରର ଆବଶ୍ୟକତା ପଡିବ ନାହିଁ । ଓଡିଶାର ଗୋଟେ କୁନି ପିଲାଟି ତା’ ଟିଚରଙ୍କୁ ଗାଳି ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଏତେ ଛୋଟପିଲା ଏସବୁ କେଉଁଠୁ ଶିଖୁଛି ବୋଲି ଲିଜା ପ୍ରଶ୍ନ କରିଛନ୍ତି ଓ ଏହାର ଉତ୍ତର ମଧ୍ୟ ଦେଇଛନ୍ତି । ଏସବୁ ପିଲା ନିଜ ବାପମା’ଙ୍କ ଠାରୁ ଶିଖୁଛି ।
ତେଣୁ ପିଲାଙ୍କୁ ଶୃଙ୍ଖଳିତ କରିବାକୁ ହେଲେ ବାପାମା’ ପ୍ରଥମେ ନିଜେ ଶୃଙ୍ଖଳିତ ହୁଅନ୍ତୁ ଓ ପିଲାଙ୍କ ସହ ପ୍ରେମରେ ବ୍ୟବହାର କରନ୍ତୁ । ତେବେ ଯାଇ ଏସବୁ ନିନ୍ଦନୀୟ ଘଟଣା ଆଗକୁ ବନ୍ଦ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।