ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରିମ୍ ଗାର୍ଲ ରିୟା ଦେ’ ଙ୍କ ବିବାହ ଶେଷ ହୋଇଛି । ରିୟାଙ୍କ ହଳଦୀ ସେରିମନି ଠାରୁ ନେଇ ବିବାହ ରିସେପସନ ପର୍ଯ୍ୟନ୍ତ ସବୁ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ମନର ମଣିଷ ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ହାତଧରି ଶାଶୁଘରକୁ ଚାଲି ଯାଇଛନ୍ତି ରିୟା । ରିୟାଙ୍କ ବିବାହରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର ଏବଂ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।
ରିୟାଙ୍କ ବିବାହ ପାର୍ଟିରେ ସ୍ଵରାଜ, ସନ୍ଦୀପ, ସୁବାଶିଷ, ଶ୍ରୀତମ ସିଦ୍ଧାନ୍ତଙ୍କ ଠାରୁ ଆରମ୍ଭ କରି ପୁନମ, ଗୁନଗୁନ, ଭୂମିକା, ଉଷଶ୍ରୀ ମିଶ୍ର ଓ ଅନୁ ଚୌଧୁରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ । ଫିଲ୍ମ ପରଦାରେ ରିୟା ଅମ୍ଳାନ, ଅରିନ୍ଦମ ଓ ବାବୁଶାନ ଏହି ତିନିଜଣ ହିରୋଙ୍କ ସହ ଅଧିକ ନଜର ଆସନ୍ତି । ହେଲେ ରିୟାଙ୍କ ବିବାହ ହେଉ କି ରିସେପସନ ପାର୍ଟି ଏହି ତିନିଜଣ ହିରୋଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ । ଯେଉଁଥି ପାଇଁ ଫ୍ୟାନ୍ସମାନେ ଏହାକୁ ନେଇ ଏବେ ବାରମ୍ବାର ପ୍ରଶ୍ନ ପଚାରିବାରେ ଲାଗିଛନ୍ତି ।
ଏମିତି କଣ ହୋଇଛି ଯେ ଅମ୍ଳାନ, ଅରିନ୍ଦମ ଓ ବାବୁଶାନଙ୍କ ମଧ୍ୟରୁ କେହି ଜଣେ ବି ରିୟାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିନାହାନ୍ତି । ଏହା ପଛର ପ୍ରକୃତ କାରଣ କଣ ରହିଛି ? ଗୋଲାପି ଗୋଲାପି, ତୁ ମୋ ଦେହର ଛାଇ, ପାଗଳ କରିଛୁ ତୁ, କଲେଜ ଟାଇମ ଭଳି ଫିଲ୍ମରେ ରିୟା ଓ ଅମ୍ଳାନଙ୍କ ଯୋଡିକୁ ବେଶ ଭଲପାଇବା ଦେଇଥିଲେ ଦର୍ଶକ ।
ସେହିଭଳି କଳକୀ, କ୍ରିମିନାଲ, ତୋର ଦିନେକୁ ମୋର ଦିନେ ଆଦି ଫିଲ୍ମରେ ରିୟାଙ୍କ ସହ ଅରିନ୍ଦମଙ୍କ ଯୋଡି ମଧ୍ୟ ବେଶ ହୃଦୟସ୍ପର୍ଶୀ ଥିଲା । ବାବୁଶାନ ମହାନ୍ତିଙ୍କ ସହ ପ୍ରେମ ଅଢେଇ ଅକ୍ଷର, ଇଡିଅଟ ଓ ତୁ ଯେ ସେହି ଆଦି ଫିଲ୍ମରେ ନଜର ଆସିଥିଲେ ରିୟା । ଏହି ସମସ୍ତେ ଓଡିଆ ଫିଲ୍ମ ଦୁନିଆର ଆଗଧାଡିର ଅଭିନେତା ଥିବାବେଳେ ରିୟାଙ୍କ ବିବାହରେ ସେମାନଙ୍କ ଅନୁପସ୍ଥିତିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ରିୟା କଣ ତାଙ୍କ ବାହାଘରରେ ଏଇ ତିନିଜଣ ହିରୋଙ୍କୁ ନିମନ୍ତ୍ରଣ କରି ନଥିଲେ ? ନା ଡାକିବା ପରେ ବି ସେମାନେ ରିୟାଙ୍କ ବିବାହ ପାର୍ଟିକୁ ଆସିଲେ ନାହିଁ ? ଦେଖାଯାଉ ଏହାର ଉତ୍ତର କେବେ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।