ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ଆଠଗଡ ରାଜନଗର ଗାଁର ସୁକାନ୍ତ ବେହେରାଙ୍କ ପରିବାରକୁ ସହାୟତା ରାଶି ପଠାଇଛନ୍ତି ରାଣୀ । ସୁକାନ୍ତଙ୍କ ମୃତ୍ୟୁ ପରେ ରାଣୀ ପଣ୍ଡା ଆମ ପୁଅକୁ ମା-ରିଦେଲା କହି ଛାତି ପିଟି କାନ୍ଦୁଥିଲେ ତାଙ୍କ ପରିବାର । ଆଉ ରାଣୀ ପଣ୍ଡାଙ୍କ ଚିନ୍ତାଧାରା ହେଉଛି, ଯଦି ତୁମ ପୁଅକୁ ମୁଁ ମା-ରିଛି ବୋଲି କହୁଛ ତେବେ ମୁଁ ତୁମ ପରିବାରକୁ ପୋଷିବି । ସୁକାନ୍ତଙ୍କ ପିଲାଛୁଆଙ୍କୁ ମୁଁ ପାଠ ପଢେଇବି, ଆଉ ତାଙ୍କ ଭବିଷ୍ୟତ କଥା ମୁଁ ଚିନ୍ତା କରିବି ।

କିଛି ଏଭଳି ଭାବନା ସହ ସୁକାନ୍ତଙ୍କ ପରିବାରକୁ ରାଣୀ ସହାୟତା ରାଶି ପଠାଇଛନ୍ତି । ହାତରେ ସହାୟତା ରାଶି ଦେଇ ରାଣୀ କହିଛନ୍ତି କି, ଏବେ ଠାରୁ ସୁକାନ୍ତଙ୍କ ପରିବାର ମୋ ପରିବାର । ତାଙ୍କ ପିଲାଛୁଆଙ୍କର ମୁଁ ଯତ୍ନ ନେବି । ଦୁର୍ଘଟଣା ପରେ ରାଣୀ ପଣ୍ଡା ନିଜେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରାଣୀ ।
ଗୋଟିଏ ପଟେ ରାଣୀ ପଣ୍ଡାଙ୍କୁ ଗି-ର-ଫ କରାଯାଉ ବୋଲି ସୁକାନ୍ତଙ୍କ ପରିବାର ଦାବି କରୁଥିବା ବେଳେ ରବିବାର ସକାଳେ ରାଣୀ ପଣ୍ଡାଙ୍କ ଭାଇ 35 ହଜାର ଟଙ୍କା ସୁକାନ୍ତଙ୍କ ପରିବାର ହାତରେ ଦେଇ ଆସିଛନ୍ତି । ସହାୟତା ରାଶି ଦେଇ ରାଣୀଙ୍କ ଭାଇ କହିଛନ୍ତି, ରାଣୀ ପଣ୍ଡା ଏବେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଭଲ ହେବା ପରେ ସେ ତୁମ ନିକଟକୁ ନିଶ୍ଚୟ ଆସିବେ ।

ଭୁଲ ତ ସମସ୍ତଙ୍କ ଦ୍ଵାରା ହୋଇଥାଏ, ଏମିତି ଏକ ଭୁଲ ପାଇଁ ରାଣୀ ପଣ୍ଡା ମନେ ମନେ ଖୁବ ପ୍ରାୟଶ୍ଚିତ କରୁଛନ୍ତି । ସେଥିପାଇଁ ତ ନିଜେ ଡାକ୍ତରଖାନା ବେଡ୍ ରେ ପଡିଥିବା ବେଳେ ସୁକାନ୍ତଙ୍କ ପରିବାରକୁ ସହାୟତା ରାଶି ପଠାଇଛନ୍ତି । ଟଙ୍କା ପଠାଇବା ସହ ସୁକାନ୍ତ ବେହେରାଙ୍କ ପିଲାଙ୍କ ଭବିଷ୍ୟତ ଦାୟିତ୍ଵ ମଧ୍ୟ ନିଜେ ବହନ କରିବେ ବୋଲି କଥା ଦେଇଛନ୍ତି ।
ସେମାନଙ୍କ ପାଠପଢା ଠାରୁ ନେଇ ଖାଇବା ପିଇବା ପର୍ଯ୍ୟନ୍ତ ସବୁ ବୁଝିବେ ରାଣୀ ପଣ୍ଡା । ସୁକାନ୍ତଙ୍କ ପରିବାର ରାଣୀଙ୍କ ଠାରୁ ମିଳିଥିବା 35 ହଜାର ଟଙ୍କା ଗ୍ରହଣ କରିଛନ୍ତି । ହେଲେ ଏବେ ଯାଏଁ ମିଳିପାରିନି ସରକାରୀ ସହାୟତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।