ଚପଲ ଚୋରି କରି ଦୌଡିଲା ସାପ, ଇଣ୍ଟରନେଟରେ ଝଡ ସୃଷ୍ଟି କରୁଛି ସାପର ଏହି ଅଦ୍ଭୁତ ଭିଡିଓ, ଦେଖନ୍ତୁ Viral Video

ସାପ ବେଙ୍ଗ କିମ୍ବା ମୂଷା ନେଇ ପଳେଇ ଯିବାର ଆପଣ ଦେଖିଥିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ଦୃଶ୍ୟ ବିଷୟରେ କହିବୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସାପଟି ଏକ ନିର୍ଜୀବ ଚପଲ ନେଇ ପଳାଉଛି । ଯେକେହି ମଧ୍ୟ ଏଭଳି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସାପଟି ମାଡି ଆସିଲା ଆଉ ଚାହୁଁ ଚାହୁଁ ଘର ସାମ୍ନାରୁ ଚପଲ ନେଇ ପଳାଇଲା ।

30 ସେକେଣ୍ଡର ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଏହି ଭିଡିଓ ଦେଖି ନେଟିଜେନ୍ସ ଖୁବ ହସିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । କିଏ ଏହାକୁ ଶେୟାର କରୁଛି ତ ଆଉ କିଏ ମଜାଦାର କମେଣ୍ଟ ସବୁ କରୁଛନ୍ତି । କଥାରେ ଅଛି, କଳିଯୁଗରେ ସବୁ ସମ୍ଭବ । ଅର୍ଥାତ ଅନ୍ୟ ଯୁଗ ମାନଙ୍କରେ ଯେଉଁ ସବୁ ଘଟଣା ବା ଦୃଶ୍ୟ ଦେଖିବାକୁ ମିଳି ନଥିଲା ସେସବୁ ଅଦ୍ଭୁତ ଦୃଶ୍ୟ କଳିଯୁଗରେ ଦେଖିବାକୁ ପାଇବେ । ଆଉ ଭିଡିଓଟି ନିହାତି ଭାବେ ଏହାର ଏକ ଜୀବନ୍ତ ଉଦାହରଣ ।

IFS ଅଧିକାରୀ ପରବିନ କସ୍ଵାନ, ସାପଟିଏ ଚପଲ ନେଇ ପଳାଉଥବା ଦୃଶ୍ୟର ଭିଡିଓଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓ ଶେୟାର ହେବା ପରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି ।  ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ବି ହସି ହସି ବେଦମ ହୋଇଯିବେ ।

ସାପଟି ଖେଳୁଥିବା ବେଳେ ତାକୁ ଘୋଡାଇବା ପାଇଁ ଜଣେ ବ୍ୟକ୍ତି ତା’ ଉପରକୁ ଚପଲ ଫୋପାଡିଥିଲେ । ହେଲେ ସାପଟି ଡରିଯାଇ ସେଠାରୁ ତତକ୍ଷଣାତ ଦୌଡି ପଳାଇବା ବଦଳରେ ବ୍ୟକ୍ତିଜଣକ ଫୋପାଡିଥିବା ଚପଲଟିକୁ ନେଇ ସେଠାରୁ ପଳାଉଛି । ଚପଲରେ ସାପର କଣ କାମ ଏହା କାହାରିକୁ ଜଣାନାହିଁ । ହେଲେ ସାପ ଚପଲ ନେଇ ପଳାଉଥିବା ଦୃଶ୍ୟ ବେଶ ମଜାଦାର ଲାଗୁଛି । ଏବେ ଯାଏଁ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓଟିକୁ ଦେଖି ସାରିଲେଣି ।

ତେବେ IFS ଅଧିକାରୀ ଜଣକ ଏହି ଭିଡିଓଟିକୁ ଶେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ସାପଟି ସେହି ଚପଲ ନେଇ କଣ କରିବ । ତା’ର ତ ଗୋଡ ବି ନାହିଁ ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।