ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି ବହୁତ ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ଵାରା ଜୀବନରେ ଖୁସି ଆସିଥାଏ ଏବଂ ଜୀବନର ସବୁ ଦୁଖ ଦୂର ହୋଇ ଯାଇଥାଏ । ଏହି ସବୁ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଶୁଆର ଫଟୋ । ଶୁଆର ଫଟୋ ଘରେ ଲଗାଇବା ଦ୍ଵାରା ଜୀବନରେ ସୁଖ ଶାନ୍ତି ରହିଥାଏ । ଫେଂଗଶୁଈ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ପକ୍ଷୀ ପୃଥିବୀ, ଅଗ୍ନି, ଜଳ, କାଠ ଏବଂ ଧାତୁର ତତ୍ଵକୁ ଦର୍ଶାଇ ଥାଏ ଏବଂ ଏହି ପକ୍ଷୀର ଫଟୋ ଏହି ସବୁ ତତ୍ଵର ପ୍ରତୀକ ଅଟେ ।
ପିଲାମାନେ ପଢାରେ ମନ ଲଗାନ୍ତି
ଯେଉଁ ପିଲାମାନଙ୍କୁ ପଢାରେ ମନ ଲାଗୁ ନାହିଁ । ସେହି ପିଲାମାନଙ୍କର ବାପା ମାଙ୍କୁ ପିଲାମାନଙ୍କର ରୁମରେ ଶୁଆର ଫଟୋ ଲଗାଇବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାମାନଙ୍କର ରୁମରେ ଉତ୍ତର ଦିଗରେ ଶୁଆର ଫଟୋ ଲଗାଇବା ଦ୍ଵାରା ପିଲାମାନଙ୍କର ବୁଦ୍ଧି ବଢିଥାଏ ।
ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡାକୁ କମ କରେ
ଯଦି କୌଣସି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ଝଗଡା ଲାଗି ରହୁଛି ତେବେ ସେ ନିଜ ଘରେ ଶୁଆର ଫଟୋ ଲଗାନ୍ତୁ । ଏହା ଦ୍ଵାରା ସେମାନଙ୍କର ସମ୍ପର୍କ ମଧ୍ୟରେ ସୁଧାର ଆସିବାକୁ ଲାଗେ ।
ଶରୀରର ପାଇଁ ଭଲ
ଶୁଆର ଫଟୋ ଘରେ ରଖିବା ଦ୍ଵାରା ଘରର ସମସ୍ତ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ । ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ତେବେ ସେ ନିଜ ଘରେ ଶୁଆର ଫଟୋ କିମ୍ବା ସ୍ଟୈଚ୍ଯୂ ଆଣି ରଖନ୍ତୁ ।
କେବଳ ସବୁଜ ରଙ୍ଗର ଶୁଆର ଫଟୋ ଲଗାନ୍ତୁ
ଯଦି ଆପଣ ନିଜ ଘରେ ଯଦି କୌଣସି ଶୁଆର ଫଟୋ ଲଗାଉଛନ୍ତି ତେବେ ଏହା ସୁନିଶ୍ଚିତ କରି ନେବେ କି ସେହି ଫଟୋରେ କେବଳ ସବୁଜ ରଙ୍ଗର ଶୁଆ ଥିବା ଦରକାର । କାରଣ ଯଦି ହଳଦିଆ ରଙ୍ଗର ଶୁଆର ଫଟୋ ଲଗାଇବେ ତେବେ ଏହା ଅଶୁଭ ହୋଇଥାଏ ।
ଭାବି ଚିନ୍ତି ଶୁଆ ପାଳନ କରନ୍ତୁ
ଯଦି ଆପଣ ଶୁଆର ଫଟୋ ଜାଗାରେ ଶୁଆକୁ ପାଳନ କରୁଛନ୍ତି ତେବେ ଆପଣ ପ୍ରଥମେ ପଣ୍ଡିତଙ୍କୁ ନିଜର ଜାତକ ଦେଖାଇବା ଦରକାର । କାରଣ କେତେ ଥର ଶୁଆ ପାଳିବା ଅଶୁଭ ହୋଇଥାଏ ଏବଂ ଏହାକୁ ପାଳନ କରିବା ଦ୍ଵାରା ଜୀବନରେ ଅନେକ ହାନି ହୋଇଥାଏ । ସେଥିପାଇଁ ଶୁଆକୁ ପାଳିବା ଠାରୁ ତାହାର ଫଟୋ ଘରେ ଲଗାଇବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।