Dhanteras 2022: ସୁନା, ରୂପା ବଦଳରେ ଘରକୁ ନେଇ ଆସନ୍ତୁ ମାତ୍ର 2 ଟଙ୍କାର ଏହି ଜିନିଷ, ଧନଧାନ୍ୟରେ ପୂରି ଉଠିବ ଘର

ଆସନ୍ତା ୨୩ ଅକ୍ଟୋବର ରବିବାର ଦିନ ପାଳିତ ହେବ ପବିତ୍ର ଧନତେରସ ପର୍ବ । ଏହିଦିନ ସମୁଦ୍ର ମନ୍ଥନରୁ ହାତରେ ସୁନାକଳସ ଓ ଆୟୁର୍ବେଦ ଧରି ବାହାରିଥିଲେ ଭଗବାନ ଧନନ୍ତ୍ବରୀ । ତେଣୁ ଧନତେରସ ଦିନ ସୁନା, ରୂପା, ତମ୍ବା ଆଦି ଧାତୁର ଜିନିଷ କିଣିଲେ ଘର ଧନଧାନ୍ଯରେ ପରିପୂର୍ଣ୍ଣ ରୁହେ ବୋଲି ମାନାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି, ଯଦି ଅପ୍ନା ଏସବୁ କିଣିବାକୁ ସକ୍ଷମ ନୁହନ୍ତି ତେବେ କେବଳ ଏହି ଛୋଟ ଜିନିଷ ସବୁ କିଣିବା ଦ୍ଵାରା ମଧ୍ୟ ଲାଭ ବାନ ହେବେ ।

ଧନତେରସ ଦିନ ଆପଣ ପଦ୍ମଫୁଲ ମଞ୍ଜିକିଣି ଆଣନ୍ତୁ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମଞ୍ଜିର ମାଳାର ଜପ କରା ଯାଇଥାଏ । କାରଣ ଏହି ପଦ୍ମମଞ୍ଜି ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ । ତେଣୁ ଧନତେରସ ଦିନ ଭଗବାନ ଧନନ୍ତ୍ବରୀ ଏବଂ ମା’ ଲକ୍ଷ୍ମୀଙ୍କୁ ଆପଣ ୫ଟି ଲେଖାଏଁ ପଦ୍ମମଞ୍ଜି ଅର୍ପଣ କରି ଧନ ଏବଂ ନିରୋଗତା ପାଇଁ ସେମାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଦେଖିବେ ଜୀବନରେ କେବେ ଧନର ଅଭାବ ହେବନାହିଁ ଓ ଆପଣ ନିରୋଗ ରହିବେ ।

ଧନତେରସ ଦିନ ଆପଣ କଳାବଟ, ଶଙ୍କରଜଟା କିମ୍ବା ଯେକୌଣସି ଆୟୁର୍ବଦିକ ଔଷଧ ବା ଜଡିବୁଟି ଘରକୁ କିଣି ଆଣନ୍ତୁ । ଧନନ୍ତ୍ଵରୀ ଭଗବାନଙ୍କୁ ଏହା ଅର୍ପଣ କରିଥିବା ଏହି ଔଷଧ ଯେତେଦିନ ଆପଣଙ୍କ ଘରେ ରହିବ ଆପଙ୍କ ଘରେ ସମସ୍ତେ ନିରୋଗ ରହିବେ । ଘରେ କେହି ରୋଗରେ ପଡିଥିଲେ ଧନନ୍ତ୍ଵରୀଙ୍କ ନିକଟରେ ସମର୍ପିତ ଏହି ଔଷଧ ଦୁଇରୁ ତିନିବୁନ୍ଦା ତାଙ୍କ ନାକରେ ପକାଇ ଦେବା ଦ୍ଵାରା ରୋଗ ସଂପୂର୍ଣ୍ଣ ଭଲ ହୋଇଯାଏ ।

କଉଡି ମାତା ଲକ୍ଷ୍ମୀଙ୍କ ପାଖରୁ ଏବଂ ଗୋମତୀଚକ୍ର ଭଗବାନ ବିଷ୍ଣୁଙ୍କ ପାଖରୁ ଉତ୍ପନ୍ନ ହୋଇଥିଲା । ତେଣୁ ଧନତେରସ ଦିନ ୫ଟି ହଳଦିଆ କଉଡି ଓ ୫ଟି ଗୋମତୀଚକ୍ର ନିଶ୍ଚୟ ଆଣି ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବାସହ ଘରକୁ ଧନ ଟାଣି ହୋଇ ଆସେ । ଯଦି ଆପଣଙ୍କ ସାମର୍ଥ୍ୟ ଅଛି ତେବେ ୨୧ଟି କଉଡି ଓ ୨୧ଟି ଗୋମତୀଚକ୍ର କିଣି ଆଣନ୍ତୁ ।

ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରତୀକ ଏବଂ ଘରର ଅଳିଆ ଆବର୍ଜନା ହେଉଛି ରାହୁ-କେତୁଙ୍କ ପ୍ରତୀକ । ଝାଡୁ ଆମ ଘରର ଅଳିଆକୁ ବାହାର କରି ଘରକୁ ସ୍ବଚ୍ଛ କରିଥାଏ । ତେଣୁ ଧନତେରସ ଦିନ ଘରକୁ ଦୁଇଟି ଝାଡୁ କିନିଆଣନ୍ତୁ । ଝାଡୁ ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ । ଝାଡୁକୁ ପୂଜା କରି ମାତା ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଦେଖିବେ ଆପଣଙ୍କ ଘରୀ ସକାରାତ୍ମକ ବାତାବରଣ ରହିବ ଓ ଧନର ଆଗମନ ହେବ ।

ଧନତେରସ ଦିନ ଘରକୁ ଧନିଆ ଆଣି ଲାଲ କପଡାରେ ବାନ୍ଧି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରନ୍ତୁ । ଏହାପରେ କିଛି ଧନିଆ ମସଲା ଡବାରେ ପକାଇ ଦିଅନ୍ତୁ ଓ କିଛି ଧନିଆ ମାଟିରେ ପକାଇ ଦିଅନ୍ତୁ ଯେପରି ଗଛ ଉଠିବ । ଧନିଆ ଗଛ ଉଠିବା ସହ ଆପଣଙ୍କର ମଧ୍ୟ ପ୍ରଗତି ହେବ । ଏହି ଧନିଆକୁ ଆପଣ ଖାଇଲେ ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।