ଟଲି ଉପରେ ହଲି ଝୁଲି ଆସୁଛନ୍ତି ଟୁଙ୍ଗୁରୁ ଆଉ ବର୍ଷା, ଦେଖିବା ପାଇଁ ଭିଡ ଜମାଇଛନ୍ତି ଲୋକେ, ଦେଖନ୍ତୁ video

ଭଲକରି ଦେଖି ନିଅନ୍ତୁ ଏହି ଭିଡିଓ, ମେଲାଣି ନେଉଛନ୍ତି ଟୁଙ୍ଗୁରୁ ଆଉ ବର୍ଷା । ଟୁଙ୍ଗୁରୁ ଆଉ ବର୍ଷା ଟଲିରେ ଝୁଲି ଝୁଲି ଯାଉଛନ୍ତି । ଆଜ୍ଞା ହଁ, କଥାଟା ହେଉଛି ଯାଜପୁର ବାଲିଚନ୍ଦ୍ରପୁରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଥିଲା । ଆଉ ଏହି ପୂଜାରେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଟୁଙ୍ଗୁରୁ ଓ ବର୍ଷାଙ୍କ ମାଟି ମୂର୍ତ୍ତି । ଯାହାକୁ ଦେଖିବା ପାଇଁ ଲୋକେ ଭିଡ ଜମାଉଥିଲେ । ଆଉ ଏବେ ପୂଜା ଶେଷ ହେବା ପରେ ମା’ଙ୍କ ସହ ଟୁଙ୍ଗୁରୁ ଆଉ ବର୍ଷା ମଧ୍ୟ ମେଲାଣି ନେଉଛନ୍ତି ।

ମା’ ଗଜଲକ୍ଷ୍ମୀ ହଜାର ହଜାର ଭକ୍ତଙ୍କ ମେଳରେ ମେଲାଣି ନେଉଛନ୍ତି । ଆହୁରି ଏହାରି ମଧ୍ୟରେ ପଣ୍ଡା ଆଣ୍ଡ ପଣ୍ଡା ପାରିବା ମାର୍କେଟ ପକ୍ଷରୁ ତିଆରି ହୋଇଥିବା ଟୁଙ୍ଗୁରୁ ଓ ବର୍ଷା ମଧ୍ୟ ଆଜି ବାଲିଚନ୍ଦ୍ରପୁରରୁ ନେଇଛନ୍ତି ବିଦାୟ । ଟୁଙ୍ଗୁରୁ ଆଉ ବର୍ଷା ଏଠି ରହି ପାଞ୍ଚ ଦିନ ହେବ ସମସ୍ତଙ୍କୁ ହସାଉଥିଲେ ଓ ସମସ୍ତଙ୍କର ମନୋରଞ୍ଜନ କରୁଥିଲେ । ଆଉ ସେମାନେ ଟଲିରେ ହଲି ଝୁଲି ବିଦାୟ ନେଉଛନ୍ତି ।

ଆଉ ଟଲି ଚାଳକ ଭାଇନା ବି ବେଶ ଖୁସିରେ ନାଚି ନାଚି ଟୁଙ୍ଗୁରୁ ବର୍ଷାଙ୍କୁ ମେଲାଣି ଦେବାକୁ ନେଇ ଯାଉଛନ୍ତି । କିଏ ଟୁଙ୍ଗୁରୁ ଓ ବର୍ଷା ସହ ସେଲଫି ନେଲାଣି ଟ ଆଉ କିଏ ଖାଲି ସେମାନଙ୍କର ସେଲଫି ନେଲାଣି । ଫଟୋ ଉଠାଇବା ବେଳେ ଟଲି ଆଗକୁ ପଳେଇଲେ ଯୁବକମାନେ ଟଲିକୁ ପଚାରୁ ଭିଡି ଧରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏମିତିକି ଟୁଙ୍ଗୁରୁ ବର୍ଷାଙ୍କୁ ସେମାନେ ଛାଡିବାକୁ ମଧ୍ୟ ଚାହୁଁ ନାହାନ୍ତି । ଟଲି ଭାଇନା ଆମେ ଟୁଙ୍ଗୁରୁ ବର୍ଷାକୁ ଦେଖୁଚୁ ପରା ନେଇକି କଣ ପଳାଉଛ ଯେ କହି ପାଟି କରୁଛନ୍ତି । ମା’ଙ୍କୁ ମେଲାଣି ବେଳେ ଡିଜେ ବାଜିବା ସହ ନାଚ ଚାଲିଛି । ମା’ଙ୍କୁ ବିଦାୟ ଦେବା ପାଇଁ ପୁରା ବାଲିଚନ୍ଦ୍ରପୁର ବଜାର ଭିଡ । ଶୃଙ୍ଖଳା ପାଇଁ ବାଲିଚନ୍ଦ୍ରପୁର ପୋଲିସ ମଧ୍ୟ ବଜାରରେ ମୁତୟନ ରହିଛନ୍ତି । ପୁରା ବଜାର ଦୁଲୁକୁଥିବା ବେଳେ ମା’ଙ୍କୁ ଦେଖିବାକୁ ହଜାର ହଜାର ଲୋକ ଭିଡ ଜମାଇଛନ୍ତି ।

ମା’ଙ୍କୁ ସବାରୀ ପଛେ ପଛେ ଆଉ ଏକ ଟଲିରେ ଯାଉଛନ୍ତି ଟୁଙ୍ଗୁରୁ ଆଉ ବର୍ଷା । ଯାହାକୁ ଦେଖି ସମସ୍ତେ ହସି ହସି ଘରକୁ ଫେରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।